ବେକାବୁ ତୈଳ ଦର, ପୁଣି ଏତିକି ଟଙ୍କା ବଢିଲା ପେଟ୍ରୋଲ-ଡିଜେଲ

author img

By

Published : Oct 9, 2021, 10:07 AM IST

ବେକାବୁ ତୈଳ ଦର, ପୁଣି ଏତିକି ଟଙ୍କା ବଢିଲା ପେଟ୍ରୋଲ-ଡିଜେଲ

ଦିନକୁ ଦିନ ବେକାବୁ ହେଉଛି ପେଟ୍ରୋଲ-ଡିଜେଲ ଦର । କ୍ରମାଗତ ୫ ଦିନ ଧରି ବଢିଲା ତୈଳ ଦର । ବଢୁଥିବା ଦରଦାମ ସହ ଚିନ୍ତାରେ ଖାଉଟି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଥମୁନାହିଁ ତୈଳ ଉପରେ ମହଙ୍ଗା ମାଡ । ଦିନକୁ ଦିନ ବେକାବୁ ହେଉଛି ପେଟ୍ରୋଲ-ଡିଜେଲ ରେଟ୍ । ଆଜି(ଶନିବାର) ମଧ୍ୟ ଦେଶରେ ତୈଳ ଦର ବଢାଇଛନ୍ତି ତୈଳ କମ୍ପାନୀ । ଗତ ୫ ଦିନ ଧରି ପେଟ୍ରୋଲ-ଡିଲେଜ ମୂଲ୍ୟ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଛି । ପୂର୍ବରୁ ପେଟ୍ରୋଲ ଶତକ ପାର୍ କରିଥିବାବେଳେ ଏବେ ଡିଜେଲ ମଧ୍ୟ ଲଗାଣ ବୃଦ୍ଧି ସହ କିଛି ସ୍ଥାନରେ ଶତକରେ ପହଞ୍ଚିଛି ।

ଭାରତୀୟ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଆଜି ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବଢାଇଛନ୍ତି । ଯେଉଁ ଧାରା ଗତ କିଛି ଦିନ ଧରି ବଳବତ୍ତର ରହିଛି । ଦର ବୃଦ୍ଧି ସହ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ-ଡିଜେଲ ରେକର୍ଡ ସ୍ତରରେ ପହଞ୍ଚିଛି । ଏଠାରେ ପେଟ୍ରୋଲ-ଡିଜେଲ ଲିଟର ଯଥାକ୍ରମେ ୧୦୩.୮୪ ଟଙ୍କା ଏବଂ ୯୨.୪୭ ଟଙ୍କା ହୋଇଯାଇଛି । ବାଣିଜ୍ୟ ନଗରୀ ମୁମ୍ବାଇ କଥା ବିଚାର କଲେ, ଏଠାରେ ଏବେ ଡିଜେଲ ସେଞ୍ଚୁରୀ ମାରିଛି । ପେଟ୍ରୋଲ ଲିଟର ପିଛା ୧୦୯.୮୩ଟଙ୍କା ହୋଇ ଯାଇଥିବାବେଳେ ଡିଜେଲ ୧୦୦.୨୯ ଟଙ୍କାରେ ପହଞ୍ଚିଛି ।

ଗତ ୨୪ ସେପ୍ଟେମ୍ବରରୁ ଆଜସୁଦ୍ଧା ଡିଜେଲ ୩ ଟଙ୍କା ୮୦ ପଇସା ମହଙ୍ଗା ହୋଇଥିବାବେଳେ ପେଟ୍ରୋଲ ୨ଟଙ୍କା ୭୦ ପଇସା ବଢିଛି । କହି ରଖୁଛୁ କି ଚଳିତ ମାସରେ କେବଳେ ଗୋଟିଏ ଦିନ ଦର ସ୍ଥିର ରହିଥିଲା । ବାକି ସବୁ ଦିନ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ଦେଖାଯାଇଛି । ଦିନକୁ ଦିନ ଏହା ମହଙ୍ଗା ହେବା ସହ ବର୍ତ୍ତମାନ ସାଧାରଣ ଖାଉଟି ମଧ୍ୟ ଚିନ୍ତିତ ହୋଇପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.