କମିଲା ସୁନା; ରୂପା ମୂଲ୍ୟରେ ବି ବଡ ହ୍ରାସ, ଜାଣନ୍ତୁ କେତେ...

author img

By

Published : Sep 17, 2021, 4:47 PM IST

କମିଲା ସୁନା; ରୂପା ମୂଲ୍ୟରେ ବି ବଡ ହ୍ରାସ, ଜାଣନ୍ତୁ କେତେ...

ଭାରତୀୟ bullion ମାର୍କେଟରେ କମିଲା ସୁନା ଓ ରୂପା ଦର । 1,195 ଟଙ୍କା କମିଲା ରୂପା । ଜାଣନ୍ତୁ କ'ଣ ରହିଛି ସୁନା ଦର...

ମୁମ୍ବାଇ: ପୁଣି ଖସିଲା ସୁନା-ରୂପା ଦର । ଭାରତୀୟ bullion ମାର୍କେଟରେ ଆଜି(ଶୁକ୍ରବାର) ପୁନର୍ବାର ଏହି ବହୁମୂଲ୍ୟ ଧାତୁ ଦର କମିଛି । Indian bullion and Jewellers association ମୁତାବକ ଆଜି ସକାଳ 999 ଶୁଦ୍ଧତା ବିଶିଷ୍ଟ 24 କ୍ୟାରେଟ୍ ସୁନା ରେଟ୍ 10 ଗ୍ରାମ ପିଛା 46, 333 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର କେଜି ପ୍ରତି 61, 063 ଟଙ୍କା ରହିଛି ।

ଭାରତୀୟ bullion ମାର୍କେଟରେ ଲଗାତାର ଅପ୍ ଡାଉନ ଦେଖିବାକୁ ମିଳିଛି । ଚଳିତ ସପ୍ତାହର ପଞ୍ଚମ କାରବାର ଦିବସରେ ଅର୍ଥାତ୍ ଆଜି ପୂର୍ବ ଦିନ ତୁଳନାରେ ସୁନାର ମୂଲ୍ୟ 324 ଟଙ୍କା ଏବଂ ରୂପା ମୂଲ୍ୟରେ 1,195 ଟଙ୍କା ମଜବୁତ ହ୍ରାସ ରେକର୍ଡ ହୋଇଛି ।

India Bullion and Jewellers Association ଅନୁଯାୟୀ, ଗୁରୁବାର ଦିନ 24 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 46,657 ଟଙ୍କା ଥିଲା । ହେଲେ ଆଜି ଏହା 6, 333 ଟଙ୍କା ରହିଛି । ରୂପା ମଧ୍ୟ ପୂର୍ବ ଦିନ 62, 258 ଟଙ୍କା ଥିବାବେଳେ ଆଜି କମି 61, 063ରେ ପହଞ୍ଚିଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଛୁଟି ଦିନ ବ୍ୟତୀତ IBJA ପକ୍ଷରୁ ଶନିବାର ଏବଂ ରବିବାର ଦିନ ସୁନା-ରୂପା ରେଟ୍ ଜାରି କରାଯାଏ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.