ବ୍ରିଟେନରେ ତୈଳ ସଙ୍କଟ ସ୍ଥିତି ଉତ୍କଟ

author img

By

Published : Oct 5, 2021, 7:32 AM IST

ବ୍ରିଟେନରେ ଉତ୍କଟ ତୈଳ ସଙ୍କଟ ସ୍ଥିତି

ବ୍ରିଟେନରେ ଉତ୍କଟ ହେଉଛି ତୈଳ ସଙ୍କଟ । ଲଣ୍ଡନ ଓ ଦକ୍ଷିଣ ପୂର୍ବ ଇଂଲଣ୍ଡର ୨୨ ପ୍ରତିଶତ ପେଟ୍ରୋଲ ପମ୍ପରେ ନାହିଁ ତୈଳ । ସ୍ଥିତିରେ ସୁଧାର ପାଇଁ ଗ୍ୟାସ୍ ଷ୍ଟେସନଗୁଡିକରେ ନିୟୋଜିତ ହୋଇଛନ୍ତି ମିଲିଟାରୀ ଟ୍ୟାଙ୍କର ଡ୍ରାଇଭର । ଅଧିକ ପଢନ୍ତୁ...

ଲଣ୍ଡନ: ବ୍ରିଟେନରେ ଉତ୍କଟ ହେଉଛି ତୈଳ ସଙ୍କଟ । ବିଶେଷକରି ଲଣ୍ଡନ ଓ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ପେଟ୍ରୋଲ ଓ ଡିଜେଲ ଅଭାବ ଲାଗି ରହିଛି । ଏହି ଦୁଇ ସ୍ଥାନରେ ୨୨ ପ୍ରତିଶତ ପେଟ୍ରୋଲ ପମ୍ପରେ ତୈଳ ନଥିବା ପେଟ୍ରୋଲ ରିଟେଲର ଆସୋସିଏସନ କହିଛି । ତୈଳ ସଙ୍କଟକୁ ନେଇ ଏଠାରେ ଦିନକୁ ଦିନ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ବ୍ରିଟେନରେ ବର୍ତ୍ତମାନ ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଯେଉଁ କେତେକ ପେଟ୍ରୋଲ ପମ୍ପ ଖୋଲୁଛି ସେଠାରେ ଗାଡିର ଲମ୍ବା ଲାଇନ ଲାଗୁଛି । ତୈଳ ଟ୍ୟାଙ୍କରଗୁଡିକ ପେଟ୍ରୋଲ ପମ୍ପରେ ପହଞ୍ଚି ପାରୁନାହିଁ । ଦେଶରେ ଡ୍ରାଇଭରଙ୍କ ଅଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

PRA ଚେୟାରମ୍ୟାନ ବ୍ରାଏନ ମାଡରସନ କହିଛନ୍ତି, ଲଣ୍ଡନ ଓ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପକୁ ଇନ୍ଧନ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ଫଳରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।ଇତିମଧ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଡ୍ରାଇଭରମାନେ ଗଣ୍ଡଗୋଳ କରୁଥିବାବେଳେ ଆଉ କିଛି ଲୋକେ ପାଣି ବୋତଲରେ ପେଟ୍ରୋଲ ମହଜୁତ ରଖୁଥିବା ଦେଖାଯାଇଛି । ଏବେ ବି ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ ୨୪ରୁ ଅଧିକ ଗ୍ୟାସ ଷ୍ଟେସନ ବନ୍ଦ ରହିଛି । ସେପଟେ ଇନ୍ଧନ ଯୋଗାଣରେ ସ୍ଥିରତା ପାଇଁ ବ୍ରିଟେନ ସରକାର ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି । ସୋମବାବର ଠାରୁ ବ୍ରିଟେନ ଗ୍ୟାସ୍ ଷ୍ଟେସନଗୁଡିକରେ ମିଲିଟାରୀ ଟ୍ୟାଙ୍କର ଡ୍ରାଇଭର ନିୟୋଜିତ ହୋଇଛନ୍ତି । ସେମାନେ ଗ୍ୟାସ ଷ୍ଟେସନରେ ଇନ୍ଧନ ଯୋଗାଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.