ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା ରନ୍ଧନ ଗ୍ୟାସ ଦର

author img

By

Published : Oct 6, 2021, 9:31 AM IST

ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା ରନ୍ଧନ ଗ୍ୟାସ ଦର

ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ୍ । ୮୮୪.୫୦ ଟଙ୍କାରୁ ଏବେ ୮୯୯.୫୦ ଟଙ୍କା ମହଙ୍ଗା ହେଲା LPG ସିଲିଣ୍ଡର ଦାମ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ୍ । ବୁଧବାର ଅଣ-ସବସିଡିଯୁକ୍ତ LPG ସିଲିଣ୍ଡର ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଘରୋଇ LPG ସିଲିଣ୍ଡର ମୂଲ୍ୟ ୮୮୪.୫୦ ଟଙ୍କାରୁ ଏବେ ୮୯୯.୫୦ ଟଙ୍କା ମହଙ୍ଗା ହୋଇଛି । ପାଟନାରେ ମଧ୍ୟ LPG ସିଲିଣ୍ଡର ୧୦୦୦ ଅଙ୍କରୁ ମାତ୍ର ଦୁଇ ଅଙ୍କ କମ୍ ରହିଛି ।

ଏହାପୂର୍ବରୁ ଅକ୍ଟୋବରରେ କେବଳ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦର ବଢିଥିଲା । ପେଟ୍ରୋଲିୟମ କମ୍ପାନୀମାନେ ସିଲିଣ୍ଡରର ଦାମରେ ୪୩.୫ ଟଙ୍କା ବୃଦ୍ଧି କରିଥିଲେ । ଯାହାଦ୍ବାରା ରେସ୍ତୋରାଁ, ଢାବା ଗୁଡିକରେ ଖାଦ୍ୟ ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ।

ବର୍ତ୍ତମାନ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡ ୧୭୩୬.୫ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହା ୧୬୯୩ ଟଙ୍କା ଥିଲା । ଯଦି କୋଲକାତା କଥା କହିବା ତେବେ ଏଠାରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢି ୧୮୦୫.୫ ଟଙ୍କା ହୋଇଯାଇଛି । ପୂର୍ବରୁ ଏହା ୧୭୭୦.୫ ଟଙ୍କା ଥିଲା । କହିରଖୁଛୁ କି, ପେଟ୍ରୋଲିୟମ କମ୍ପାନୀ ପ୍ରତି ୧୫ ଦିନରେ ଏଲପିଜି ସିଲିଣ୍ଡର ଦର ସମୀକ୍ଷା କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.