ତୈଳ ଦର ପରେ ମହଙ୍ଗା ହେଲା CNG-PNG, ଜାଣନ୍ତୁ କେତେ...

author img

By

Published : Oct 13, 2021, 1:12 PM IST

ତୈଳ ଦର ପରେ ମହଙ୍ଗା ହେଲା CNG-PNG, ଜାଣନ୍ତୁ କେତେ ବଢିଲା ଦର...

ଦେଶରେ ତୈଳ ଦର ଆକାଶ ଛୁଆଁ ରହିଥିବାବେଳେ ଏବେ ଲୋକଙ୍କୁ ହନ୍ତସନ୍ତ କଲା CNG-PNG ଦର । ଚଳିତ ମାସରେ ଦ୍ବିତୀୟ ଥର ମହଙ୍ଗା ହେଲା CNG-PNG । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ତୈଳ ଦର ସହ ବଢୁଛି CNG-PNG ତାତି । ମହଙ୍ଗା ମାଡରେ ଅତିଷ୍ଠ ଲୋକଙ୍କୁ ଆଉ ଏକ ଝଟକା । ଦେଶରେ ଏବେ ପୁଣି ବଢିଛି PNG ଦର । ଆଇଜିଏଲ ପୁଣିଥରେ ପିଏନଜି ଦର ବୃଦ୍ଧି କରିଛି । ଗତ ୧୦ ଦିନ ମଧ୍ୟରେ ଏହା ଦ୍ବିତୀୟ ଥର ବଢିଛି । ଏହି ନୂଆ ଦର ଆଜି(ବୁଧବାର)ଠୁ ଲାଗୁ ହେବ । କହିରଖୁଛୁ କି, ଗତ ୨ ତାରିଖ ଦିନ PNG ମହଙ୍ଗା ହୋଇଥିଲା । ଆଜକୁ ମିଶାଇ ଚଳିତ ବର୍ଷ ପଞ୍ଚମ ଥର ପାଇଁ CNG-PNG ଦର ବୃଦ୍ଧି ପାଇଛି ।

Indraprastha Gas Limited(IGL) ମୁତାବକ, ଦେଶରେ CNG-PNG ଦର ୨ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ CNG କିଲୋ ପ୍ରତି ୪୯.୭୬ ଏବଂ PNG ୩୫.୧୧ ଟଙ୍କା ପ୍ରତି SCM ପିଛା ରହିଛି । ସେପଟେ ନୋଏଡା, ଗାଜିଆବାଦ ଏବଂ ଗ୍ରେଟର ନୋଏଡାରେ CNG ମୂଲ୍ୟ ୫୬.୦୨ ଟଙ୍କା ଏବଂ ଗୁରୁଗ୍ରାମରେ ୫୮.୨୦ ଟଙ୍କାରେ ପହଞ୍ଚିଛି । PNG କଥା କହିଲେ, ଏହି ସବୁ ସ୍ଥାନରେ ଦର ୩୩.୩୧ ଟଙ୍କାରୁ ୩୪.୮୬ ଟଙ୍କା ରହିଛି ।

ଗତବର୍ଷ ଅକ୍ଟୋବର ୪ ତାରିଖରେ CNG-PNG ଦାମ୍ ବଢିଥିଲା । ସେହି ସମୟରେ ଦିଲ୍ଲୀରେ CNG ଦର ୪୨.୭୦ ଏବଂ PNG ମୂଲ୍ୟ SCM ପିଛା ୨୭.୫୦ ଟଙ୍କାରେ ପହଞ୍ଚିଥିଲା । ଏଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି । ଗୋଟିଏ ସାଧାରଣ ପରିବାରରେ ପରିବାଠୁ ଆରମ୍ଭ କରି ତୈଳ ଏବଂ ଗ୍ୟାସ୍ ଏକ ନିତ୍ୟ ବ୍ୟବହାର୍ଯ୍ଯ ସାମଗ୍ରୀ ହୋଇଥିବାବେଳେ ଏଥିରେ କ୍ରମାଗତ ବୃଦ୍ଧି ଲୋକଙ୍କୁ ଜୀବନ ଜୀବିକାକୁ ଗୁରୁତର ପ୍ରଭାବିତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.