ଏଣିକି ସ୍ବିଗି, ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପଡିବ ମହଙ୍ଗା, ପଢନ୍ତୁ କେତେ ଦେବେ ଟ୍ୟାକ୍ସ

author img

By

Published : Sep 18, 2021, 10:36 AM IST

ଏଣିକି ସ୍ବିଗି, ଜୋମାଟୋ ଭରିବେ GST

ଏଣିକି ଅନଲାଇନ ଖାଦ୍ୟ ଅର୍ଡର କରୁଥିବା ବ୍ୟକ୍ତି ବିତରଣ କର୍ମଚାରୀଙ୍କୁ ଦେବେ ଜିଏସଟି । ରୋସ୍ତାେରାଁରେ ନୁହେଁ ସିଧା ଜିଏସଟି ସଂଗ୍ରହାଳୟକୁ ଯିବ ଲୋକଙ୍କ ଟିକସ୍ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଏଣିକି ଅନଲାଇନ ଖାଦ୍ୟ ଅର୍ଡର କରୁଥିବା ବ୍ୟକ୍ତି ବିତରଣ କର୍ମଚାରୀଙ୍କୁ ଦେବେ ଜିଏସଟି । ସ୍ବିଗି ଏବଂ ଜୋମାଟୋ ପରି ଅନଲାଇନ ଖାଦ୍ୟ ବିତରଣ ଆପରୁ ଅର୍ଡର କରୁଥିବା ବ୍ୟକ୍ତି ଜିଏସଟି ଦେବେ । ତେବେ ଏହି ପ୍ଲାଟଫର୍ମରେ କାମ କରୁଥିବା ବ୍ୟକ୍ତି ରୋସ୍ତୋରାଁ କିମ୍ବା ହୋଟେଲରୁ ନୁହେଁ, ବରଂ ସିଧାସଳଖ ଗ୍ରାହକଙ୍କ ନିକଟରୁ ଟିକସ୍ ଆଦାୟ କରିବେ ଏବଂ ଜିଏସଟି ପରିଷଦରେ ଭରିବେ ।

ଜିଏସଟି ପରିଷଦ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳର ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଜିଏସଟି ପରିଷଦ କ୍ଲାଉଡ୍ କିଚେନ୍ ଏବଂ ଖାଦ୍ୟ ବିତରଣ ପ୍ଲାଟଫର୍ମ ଠାରୁ 5 ପ୍ରତିଶତ ଜିଏସଟି ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ଜାନୁୟାରୀ ୧ ରୁ ଖାଦ୍ୟ ବିତରଣ ଆପଗୁଡିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିତରଣ ପାଇଁ ରୋସ୍ତୋରାଁ ବଦଳରେ ଜିଏସଟି ସଂଗ୍ରହାଳୟରେ ଜମା କରିବାକୁ ପଡିବ ।

ରାଜସ୍ବ ସଚିବ ତରୁଣ ବଜାଜ କହିଛନ୍ତି ଯେ, ଏହି ପଦକ୍ଷେପ ଗ୍ରାହକଙ୍କୁ ପ୍ରଭାବିତ କରିବ ନାହିଁ । କାରଣ ଏଥିରେ କୌଣସି ଅତିରିକ୍ତ ଟିକସ ଲଗାଯାଇ ନାହିଁ, କୌଣସି ନୂଆ ଟିକସ ମଧ୍ୟ ନାହିଁ । ରୋସ୍ତୋରାଁ ଦ୍ବାରା ଏହି ଟିକସ ଦିଆଯାଉଥିଲା । ବର୍ତ୍ତମାନ ରୋସ୍ତୋରାଁ ବଦଳରେ ବିତରଣ କରୁଥିବା ବ୍ୟକ୍ତିଙ୍କୁ ଦେବେ । ଏଥିରେ ମଧ୍ୟ ରାଜସ୍ବ ବିଭାଗର ସୁଧାର ଆସିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.