SBIର ପାର୍ବଣ ଭେଟି, କମିଲା ହୋମ ଲୋନ ଉପରେ ସୁଧହାର

author img

By

Published : Sep 16, 2021, 10:26 PM IST

SBIର ପାର୍ବଣ ଭେଟି, କମିଲା ହୋମ ଲୋନ ସୁଧହାର

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପାର୍ବଣ ଅଫର । 75 ଲକ୍ଷରୁ ଅଧିକ ହୋମ ଲୋନ ପାଇଁ ଋଣକର୍ତ୍ତାଙ୍କୁ ଏବେ ଦେବାକୁ ପଡିବ 6.7 ପ୍ରତିଶତ ସୁଧ । ପୂର୍ବରୁ 7.15 ପ୍ରତିଶତ ଥିଲା ସୁଧହାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପାର୍ବଣ ଭେଟି । ହୋମ ଲୋନ ନେଇ ବଡ ଘୋଷଣା କଲା ଦେଶର ସବୁଠୁ ବଡ ବ୍ୟାଙ୍କ SBI । ଲୋନ ରାଶି ଯାହା ଥାଉ ନା କାହିଁକି 6.7 ପ୍ରତିଶତ ସୁଧହାରରେ ଲୋନ ଦେବ ଏହି ବ୍ୟାଙ୍କ । ଫେଷ୍ଟିଭ୍ ସିଜନକୁ ଦୃଷ୍ଟିରେ ରଖି କ୍ରେଡିଟ ସ୍କୋର ଲିଙ୍କ ହୋମ ଲୋନ 6.7 ପ୍ରତିଶତ ସୁଧହାରରେ ଦେବାକୁ ନିଷ୍ପତ୍ତି ନେଇଛି ଷ୍ଟେଟ୍ ବ୍ୟାଙ୍କ ।

SBI ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ମୁତାବକ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ 75 ଲକ୍ଷରୁ ଅଧିକ ହୋମ ଲୋନ 7.15 ପ୍ରତିଶତ ସୁଧ ହାରରେ ଦେଉଥିଲା । ହେଲେ ଫେଷ୍ଟିଭ ଅଫର ଆରମ୍ଭ ପରେ 75 ଲକ୍ଷରୁ ଅଧିକ ହୋମ ଲୋନ ପାଇଁ ଋଣକର୍ତ୍ତାଙ୍କୁ ଏବେ ମାତ୍ର 6.7 ପ୍ରତିଶତ ସୁଧ ଦେବାକୁ ହେବ । ଫେଷ୍ଟିଭ ଅଫର ଅଧିନରେ 75 ଲକ୍ଷ ଟଙ୍କାର ହୋମ ଲୋନ 30 ବର୍ଷ ପାଇଁ ନେଉଥିବା ଋଣକର୍ତ୍ତାଙ୍କୁ 0.45 ପ୍ରତିଶତ ଶସ୍ତା ଋଣ ମିଳିବ । ଯାହାଦ୍ବାରା ସେ ସମ୍ପୃର୍ଣ୍ଣ ଅବଧି ମଧ୍ୟରେ 8 ଲକ୍ଷରୁ ଅଧିକ ସଞ୍ଚୟ କରିପାରିବେ ।

ଏହାବ୍ୟତୀତ ଅଣ ବେତନଭୋଗୀଙ୍କ ପାଇଁ ଲାଗୁ ସୁଧହାର ବେତନଭୋଗୀଙ୍କ ପାଇଁ ଧାର୍ଯ୍ୟ ସୁଧହାର ତୁଳନାରେ 0.15 ପ୍ରତିଶତ ଅଧିକ ହୋଇପାରେ । SBI କହିଛି କି, ଅଫର ଅନୁଯାୟୀ ବେତନଭୋଗୀ ଓ ଅଣ-ବେତନଭୋଗୀଙ୍କ ମଧ୍ୟରେ ଅସାମଞ୍ଜସ୍ୟତାକୁ ଦୂର କରିଦିଆଯାଇଛି । ତେଣୁ ଏବେ ସମ୍ଭାବ୍ୟ ହୋମ ଲୋନ ଗ୍ରହୀତାଙ୍କ ଠାରୁ କୌଣସି ବ୍ୟବସାୟ-ଲିଙ୍କ୍ଡ ସୁଧ ପ୍ରିମିୟମ ଆଦାୟ କରାଯାଉ ନାହିଁ । ଯଦ୍ବାରା ଅଣ-ବେତନଭୋଗୀଙ୍କ 0.15 ପ୍ରତିଶତ ଅଧିକ ସୁଧ ସଞ୍ଚୟ ହେବ ।

SBI ବେସ ରେଟ୍ ଏବଂ ପ୍ରାଇମ ଲେଣ୍ଡିଂ ରେଟରେ ବି କାଟ କରିଛି । SBI ୱେବସାଇଟ ମୁତାବକ, ଚଳିତ ବର୍ଷ 15 ସେପ୍ଟେମ୍ବରରୁ ଏସବିଆଇର ବେସ୍ ରେଟ୍ 7.45 ପ୍ରତିଶତ ଏବଂ ପ୍ରାଇମ ଲେଣ୍ଡିଂ ରେଟ୍ 12.2 ପ୍ରତିଶତ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.