ବିଫଳ ୨୧ ବ୍ୟାଙ୍କ ଗ୍ରାହକ ଫେରିପାଇବେ ୫ ଲକ୍ଷ ଯାଏଁ ଜମାରାଶି

author img

By

Published : Sep 23, 2021, 11:05 AM IST

ବିଫଳ ୨୧ ବ୍ୟାଙ୍କ ଗ୍ରାହକ ଫେରିପାଇବେ ୫ ଲକ୍ଷ ଯାଏଁ ଜମାରାଶି

ପିଏମସି ସମେତ ବିଫଳ ୨୧ଟି ସମବାୟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଭଲ ଖବର । ଡିସେମ୍ବର ସୁଦ୍ଧା ଏହି ବ୍ୟାଙ୍କର ଗ୍ରାହକ ଫେରିପାଇବେ ସର୍ବାଧିକ ୫ ଲକ୍ଷ ଟଙ୍କା ଯାଏଁ ଜମାରାଶି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପିଏମସି ସମେତ ବ୍ୟବସାୟରେ ବିଫଳ ୨୧ଟି ସମବାୟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ ଆଶ୍ବସ୍ତିକର ଖବର । ଏହି ବ୍ୟାଙ୍କଗୁଡିକର ଜମାକାରୀ ୯୦ ଦିନ ମଧ୍ୟରେ ସେମାନଙ୍କ ଜମାରାଶିର ୫ ଲକ୍ଷ ଟଙ୍କା ଯାଏଁ ଫେରସ୍ତ ପାଇବେ । ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ(DICGC) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତ ମାସରେ ସଂସଦରେ ଇନସ୍ୟୁରାନ୍ସ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ନିଗମ ବିଧେୟକ ୨୦୨୧ ପାରିତ ହୋଇଥିଲା । ଏହି ନିୟମ ଅନୁଯାୟୀ ୨୧ ବ୍ୟାଙ୍କ ଜମାକାରୀଙ୍କୁ ୯୦ ଦିନ ଭିତରେ ସର୍ବାଧିକ ୫ ଲକ୍ଷ ଟଙ୍କା ଯାଏଁ ମିଳିବ ।

ରିଜର୍ଭ ବ୍ୟାଙ୍କ ଅଧିନରେ ପରିଚାଳିତ ହେଉଥିବା DICGC ୨୧ଟି ବ୍ୟାଙ୍କର ତାଲିକା ପ୍ରକାଶ କରିଛି । ଯାହାର ଗ୍ରାହକ ଆସନ୍ତା ୨୯ ଡିସେମ୍ବର ସୁଦ୍ଧା ୫ ଲକ୍ଷ ଟଙ୍କା ବୀମା ଆକାରରେ ଫେରିପାଇବେ । ସବୁଠୁ ବଡ କଥା ହେଉଛି, ପିଏମସି ବ୍ୟାଙ୍କ ଖାତାଧାରକ ୨୯ ଡିସେମ୍ବର ପୂର୍ବରୁ ନିଜର ୫ ଲକ୍ଷ ଟଙ୍କା ଯାଏଁ ଜମାରାଶି ଫେରସ୍ତ ପାଇବେ ।

DICGC ମୁତାବକ, ବୀମା ରାଶି ପାଇବା ପାଇଁ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ଜରିଆରେ କ୍ଲେମ ଫର୍ମ ପୂରଣ କରି ଦେବାକୁ ହେବ । ୧୫ ଅକ୍ଟୋବର ସୁଦ୍ଧା ବ୍ୟାଙ୍କ ଏହି ଫର୍ମକୁ DICGCକୁ ହସ୍ତାନ୍ତର କରିବ । ଏହାପରେ କ୍ଲେମର ଭେରିଫିକେସନ କରାଯିବ ଏବଂ ଏହି ବର୍ଷ ସୁଦ୍ଧା ତାହା ଗ୍ରାହକଙ୍କୁ ପ୍ରଦାନ କରାଯିବ ।

ଆହୁରି ମଧ୍ୟ, ଗ୍ରାହକଙ୍କୁ ୨୯ ଡିସେମ୍ବର ସୁଦ୍ଧା ପିଏମସି ସମେତ ସଙ୍କଟରେ ଫସିଥିବା ସମସ୍ତ ୨୧ ବ୍ୟାଙ୍କର ଡିପୋଜିଟରଙ୍କୁ ସୁଧ ସହ ରାଶି ଫେରସ୍ତ କରାଯିବ। ଗ୍ରାହକ କ୍ଲେମ ଫର୍ମ ବ୍ୟାଙ୍କରେ ହିଁ ପାଇପାରିବେ । ଯେଉଁଥିରେ ଆକାଉଣ୍ଟ ନମ୍ବର, ବ୍ରାଞ୍ଚ ଏବଂ ଆମାଉଣ୍ଟ ପୂରଣ କରିବାକୁ ହେବ । ଏଥିସହ ଫୋନ ନଂ ଏବଂ ଇ-ମେଲ ମଧ୍ୟ ଉଲ୍ଲେଖ କରିବାକୁ ପଡିବ ।

କହିରଖୁଛୁ କି, କେନ୍ଦ୍ର ସରକାର DICGCକୁ ଗତ ସେପ୍ଟେମ୍ବର ୧ ତାରିଖରେ ନୋଟିଫାଏ କରିଥିଲେ । ଏହାମଧ୍ୟରେ ସୁନିଶ୍ଚିତ କରାଯାଇଛି କି, ସମ୍ପୃକ୍ତ ବ୍ୟାଙ୍କଗୁଡିକର କାର୍ଯ୍ୟକଳାପ ଉପରେ ଆରବିଆଇ ଦ୍ବାରା ରୋକ୍ ଲଗାଯିବାର ୯୦ ଦିନ ମଧ୍ୟରେ ଜମାକାରୀଙ୍କୁ ୫ ଲକ୍ଷ ଯାଏଁ ଜମାରାଶି ପ୍ରଦାନ ହେବ । DICGC ନିୟମ ଆଧାରରେ ବ୍ୟାଙ୍କରେ ଜମା ୫ ଲକ୍ଷ ଟଙ୍କା ବ୍ୟାଙ୍କ ଇନସ୍ୟୁରାନ୍ସ କଭରେଜ୍ ପରିସରରେ ଆସୁଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.