ମହଙ୍ଗା ହେବ ଅନଲାଇନ ଫୁଡ !

author img

By

Published : Sep 15, 2021, 8:37 PM IST

ମହଙ୍ଗା ହେବ ଅନଲାଇନ ଫୁଡ !

ଆଗାମୀ ଦିନରେ ମହଙ୍ଗା ହେବ ଅନଲାଇନ ଫୁଡ ଡେଲିଭରି । ସ୍ବିଗି ଓ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ପାଇଁ ଲୋକଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମହଙ୍ଗା ହେବ ଅନଲାଇନ ଫୁଡ ଡେଲିଭରି । ଆସନ୍ତା ଜିଏସଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ । କମିଟିର ଫିଟମେଣ୍ଟ ପ୍ୟାନେଲ ଫୁଡ ଡେଲିଭରି ଆପ୍ସକୁ ଅତି କମରେ 5 ପ୍ରତିଶତ ଜିଏସଟି ଅଧିନକୁ ଆଣିବାକୁ ସୁପାରିଶ କରିଛି । ଯେଉଁ କାରଣରୁ SWIGGY, Zomato ଭଳି ଅନଲାଇନ ଖାଦ୍ୟ ବିତରଣ ପ୍ଲାଟଫର୍ମରେ ଖାଦ୍ୟ ଅର୍ଡର କଲେ ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିପାରେ ।

ସୂଚନାଥାଉ କି, ଆସନ୍ତା ଶୁକ୍ରବାର ଦିନ ଜିଏସଟି କାଉନସିଲ ବୈଠକ ଲକ୍ଷ୍ନୌଠାରେ ବସିବାକୁ ଯାଉଛି । ବୈଠକରେ ଏହା ମୁଖ୍ୟ ଏଜେଣ୍ଡା ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଯେଉଁ ଅର୍ଥବ୍ୟବସ୍ଥା ରହିଛି ସେଥିରେ ସରକାରଙ୍କୁ ଟ୍ୟାକ୍ସ କ୍ଷେତ୍ରରେ 2 ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଥିବା ମଧ୍ୟ କୁହାଯାଉଛି । ଏଥିସହ ଫୁଡ୍ ଏଗ୍ରିଗେଟରଙ୍କୁ ଇ-କମର୍ସ ଅପରେଟର ଭାବେ ମାନିବାକୁ ସୁପାରିଶ କରିଛି କରିଛି ଜିଏସଟି କମିଟି ପ୍ୟାନେଲ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ । ଏଥିରେ ଅନଲାଇନ ଫୁଡ ମହଙ୍ଗା ନେଇ ଆଲୋଚନା କରାଯିବ । ଏହାପୂର୍ବରୁ ଗତ ଜୁନ 12 ତାରିଖରେ ଜିଏସଟି କାଉନସିଲ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା ।

ତେବେ ଆସନ୍ତା ଜିଏସଟି କାଉନସିଲ ବୈଠକରେ ଅନେକ ମୁଦ୍ଦା ଉପରେ ଚର୍ଚ୍ଚା ହେବ । କୁହାଯାଉଛି କି, ଏଥିରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବା ନେଇ ବିଚାର କରାଯାଇପାରେ । ଏଥିସହ ଅନ୍ୟାନ୍ୟ ପ୍ରସଙ୍ଗ ବ୍ୟତୀତ ବୈଠକରେ କୋଭିଡ-19 ସମ୍ବନ୍ଧୀୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରିହାତି ମୂଲ୍ୟର ସମୀକ୍ଷା କରାଯିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.