ବାୟୁସେନା ପାଇଁ ବିମାନ ତିଆରି କରିବ Tata advance system

author img

By

Published : Sep 25, 2021, 9:05 AM IST

ବାୟୁସେନା ପାଇଁ ବିମାନ ତିଆରି କରିବ Tata advance system

ଖୁବଶୀଘ୍ର ବାୟୁସେନା ପାଇଁ ବିମାନ ତିଆରି କରିବ Tata advance system । ଦେଶରେ ପ୍ରଥମ ଥର କୌଣସି ଘରୋଇ କମ୍ପାନୀ କରିବ ଏହି କାର୍ଯ୍ୟ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଟାଟା ଗ୍ରୁପର Tata advance system କମ୍ପାନୀ ଖୁବଶୀଘ୍ର ବାୟୁସେନା ପାଇଁ ତିଆରି କରିବ ବିମାନ । ଏଥିପାଇଁ କମ୍ପାନୀ ଏୟାରବସ ସହ ଏକ ଚୁକ୍ତି କରିଛି । ଏନେଇ ରତନ ଟାଟା ସୂଚନା ଦେଇଛନ୍ତି ।

ଭାରତୀୟ ବାୟୁସେନା ଏୟାରବସ ଠାରୁ ୫୬ C295 ଏୟାରକ୍ରାଫ୍ଟ କିଣିବ । ତନ୍ମଧ୍ୟରୁ ୪୦ଟି ଏୟାରକ୍ରାଫ୍ଟ ଟାଟା ଆଡଭାନ୍ସ ତିଆରି କରିବ । ଯେତେବେଳେ କି ୧୬ଟି ବିମାନର ଡେଲିଭରି ଏୟାରବସ ଫ୍ଲାଇ-ଆୱେ ସର୍ତ୍ତ ସହ କରିବ । ଏହି ଟ୍ରାନ୍ସପୋର୍ଟ ବିମାନ ବାୟୁସେନାର AVRO ବିମାନର ସ୍ଥାନ ନେବ ।

ବାୟୁସେନା ପାଇଁ ଘରୋଇସ୍ତରରେ ଆଜିସୁଦ୍ଧା ଏୟାରକ୍ରାପ୍ଟ ତିଆରି କାର୍ଯ୍ୟ ପ୍ରମୁଖ ଭାବେ Hindustan Aeronautics Limited(HAL) କରିଥାଏ । ହେଲେ ପ୍ରଥମ ଥର ଦେଶର କୌଣସି ଘରୋଇ କମ୍ପାନୀ ବାୟୁସେନା ପାଇଁ ବିମାନ ନିର୍ମାଣ କରିବ ।

ଏୟାରବସ ଏହି ଚୁକ୍ତିନାମା ଲାଗୁ ହେବାର ୪ ବର୍ଷ ପରେ ବାୟୁସେନାକୁ ୧୬ଟି ବିମାନ ଯୋଗାଇବ । ବିମାନ ଏକ ସମୟରେ ୭୧ ଜଣ ଟ୍ରୁପ କିମ୍ବା ୫୦ ପାରା ଟ୍ରୁପରଙ୍କୁ ନେବାର କ୍ଷମତା ବହନ କରିବ । କେବଳ ଏତିକି ନୁହେଁ, ଏହାର ଉପଯୋଗ ଡାକ୍ତରୀ ନିରାପତ୍ତା, ଲଜିଷ୍ଟିକ୍ସ, ସ୍ବତନ୍ତ୍ର ମିଶନ, ବିପର୍ଯ୍ୟୟ ପରିଚାଳନା ଏବଂ ସାମୁଦ୍ରିକ ସୀମା ରକ୍ଷା କ୍ଷେତ୍ରରେ କରାଯିବ । ଏହାର ଅନ୍ୟ ଏକ ବିଶେଷତ୍ବ ହେଉଛି, ଏହା ଛୋଟ ବିମାନବନ୍ଦର ସଙ୍ଗେ ସଙ୍ଗେ ଦୁର୍ଗମ ଇଲାକାରେ ମଧ୍ୟ ଉଡାଣ ଭରି ପାରିବ । ଏହିସବୁ ବିମାନରେ ସ୍ବଦେଶୀ ଇଲେକ୍ଟ୍ରିକ ୱାରଫେୟାର ସୁଟର ସୁବିଧା ରହିବ ।

ଏହାବ୍ୟତୀତ ଦେଶର ପ୍ରଥମ ଥର ଏକ ପ୍ରାଇଭେଟ କମ୍ପାନୀ ଏୟାରକ୍ରାଫ୍ଟ ଉତ୍ପାଦନ ଠାରୁ ଆରମ୍ଭ କରି ଏହାର ଟେଷ୍ଟିଂ, ରକ୍ଷଣାବେକ୍ଷଣ, ଡେଲିଭରି ଏବଂ ପରିଚାଳନା କାର୍ଯ୍ୟ କରିବ । ଏହିଭଳି ଭାବେ ମୋଦି ସରକାରଙ୍କ ମହତ୍ତ୍ବକାଂକ୍ଷୀ make in india ପ୍ରୋଗାମରେ ଏୟାରକ୍ରାଫ୍ଟ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରର ମଧ୍ୟ ପ୍ରଥମ ପ୍ରୋଜେକ୍ଟ ବନିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.