ପାର୍ବଣ ଅଫର, ହୋମ ଲୋନରେ ସୁଧହାର କମାଇଲା ଏହି ବ୍ୟାଙ୍କ

author img

By

Published : Sep 22, 2021, 9:39 AM IST

HDFCର ପାର୍ବଣ ଅଫର, ହୋମ ଲୋନ ଉପରେ କମିଲା ସୁଧହାର

ଆପଣ ଘର କିଣିବାକୁ ଚାହୁଁଛନ୍ତି କି ? ପାର୍ବଣ ଋତୁରେ ବଡ ଅଫର ନେଇ ଆସିଛି ହାଉସିଂ ଫାଇନାନ୍ସ କମ୍ପାନୀ HDFC । ହୋମ ଲୋନ ଆଣିଲେ ଦେବାକୁ ପଡିବ କମ୍ ସୁଧ । ଜାଣନ୍ତୁ କେତେ...

ନୂଆଦିଲ୍ଲୀ: ହାଉସିଂ ଫାଇନାନ୍ସ କମ୍ପାନୀ HDFCର ପାର୍ବଣ ଅଫର । ନୂଆ ଘର କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଯେକୌଣସି ଲୋନ ରାଶି ଉପରେ ଦେବାକୁ ପଡିବ କମ୍ ସୁଧ । ବର୍ତ୍ତମାନ ପାର୍ବଣ ଋତୁ ଅବସରରେ ହୋମ ଲୋନ ଉପରେ ସୁଧହାର କମାଇଲା HDFC । ସାଧାରଣତଃ ଦୀପାବଳି ଭଳି ପର୍ବ ସମୟରେ ବହୁ ପରିମାଣରେ ଗୃହ କ୍ରୟ ଏବଂ ବୁକିଂ କରାଯାଇଥାଏ । ତେଣୁ ସେହି ଦୃଷ୍ଟିରୁ ଏଭଳି ଅଫର ଆଣିଛି କମ୍ପାନୀ ।

HDFC କହିଛି, ପାର୍ବଣ ଋତୁ ଅବସରରେ ସେ ୬.୭୦% ବାର୍ଷିକ ସୁଧହାରରେ ଲୋକଙ୍କୁ ହୋମ ଲୋନ ଦେବ । କମ୍ ସୁଧହାର ବିଶିଷ୍ଟ ଏହି ହୋମ ଲୋନ ନିଯୁକ୍ତିବର୍ଗରେ ଯେକୌଣସି ପରିମାଣର ଋଣ ଉପରେ ଦିଆଯିବ । ଅର୍ଥାତ୍ ଲୋନ ଆମାଉଣ୍ଟର କିଛି ନିର୍ଦ୍ଦିଷ୍ଟ ସୀମା ରଖାଯାଇ ନାହିଁ । ଏହି ଅଫର ସମସ୍ତ ନୂଆ ଲୋନ ଆପ୍ଲିକେସନ ଉପରେ ଲାଗୁ ହେବ ।

HDFCର ଏହି ଫେଷ୍ଟିଭ ଅଫର ୨୦ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଯାହା ଅକ୍ଟୋବର ୩୧ ଯାଏଁ ଚାଲିବ । ଉଲ୍ଲେଖଯୋଗ୍ୟ ଯେ, ଏହି ଅବଧି ମଧ୍ୟରେ ନବରାତ୍ରି ଏବଂ ଦଶହରା ଭଳି ବଡ ପାର୍ବଣ ପଡିଥାଏ । ଯେଉଁ ସମୟରେ ନୂଆ ଘର କିଣିବା ଶୁଭ ବୋଲି ଲୋକେ ବିଶ୍ବାସ କରନ୍ତି ।

କମ୍ପାନୀର ଏମଡି ରେଣୁ ସୁଦ କର୍ନାଡଙ୍କ କହିବା କଥା ବିଗତ କିଛି ବର୍ଷ ଧରି ଦେଶର ପ୍ରମୁଖ ବଜାରରେ ଆବାସିକ ସମ୍ପତ୍ତି ମୂଲ୍ୟ ପ୍ରାୟତଃ ସମାନ ରହିଛି । ସେପଟେ ଲୋକଙ୍କ ଆୟ ମଧ୍ୟ ବୃଦ୍ଧି ହେଉଛି । ଏପରିସ୍ଥଳେ ହୋମ ଲୋନ ଉପରେ ସୁଧ କମ୍ ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସବସିଡି ଏବଂ ଅନ୍ୟାନ୍ୟ ଟିକସ ସୁବିଧା ଯୋଗୁଁ ଆବାସ ବିକ୍ରୟ ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.