କ୍ରିପ୍ଟୋକରେନ୍ସିଂ ଉପରେ ଚୀନର କଠୋର ଆଭିମୁଖ୍ୟ, ଖସିଲା ବିଟକଏନ ମୂଲ୍ୟ

author img

By

Published : Sep 25, 2021, 4:12 PM IST

କ୍ରିପ୍ଟୋକରେନ୍ସିଂ ଉପରେ ଚୀନର କଠୋର ଆଭିମୁଖ୍ୟ, ଖସିଲା ବିଟକଏନ ମୂଲ୍ୟ

ବିଟକଏନ ସମେତ ଅନ୍ୟ ପ୍ରମୁଖ କ୍ରିପ୍ଟୋକରେନ୍ସିକୁ ଅବୈଧ କହିବା ସହ ଚେତାବନୀ ଦେଲା ଚୀନର କେନ୍ଦ୍ରୀୟ ବ୍ୟାଙ୍କ । ଯାହାର ପ୍ରଭାବରେ ଖସିଲା ଏହି ଡିଜିଟାଲ ମୁଦ୍ରା ମୂଲ୍ୟ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବିଟକଏନ ସମେତ ଅନ୍ୟ ପ୍ରମୁଖ କ୍ରିପ୍ଟୋକରେନ୍ସିରେ ଶୁକ୍ରବାର ବଡ ହ୍ରାସ ଆସିଛି । ଏହାର କାରଣ ଚୀନର କେନ୍ଦ୍ରୀୟ ବ୍ୟାଙ୍କ । କେନ୍ଦ୍ରୀୟ ବ୍ୟାଙ୍କ people's bank of china ଚେତାବନୀ ଦେଇଛି, ସମସ୍ତ ଡିଜିଟାଲ ମୁଦ୍ରାର ଗତିବିଧି ଅବୈଧ ଅଟେ ଏବଂ ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯାହାପରେ ଏହି ଡିଜିଟାଲ ମୁଦ୍ରା ମୂଲ୍ୟ ଖସିଛି ।

ଆହୁରିମଧ୍ୟ, ଚୀନରେ ସେବା ପ୍ରଦାନକାରୀ ବିଦେଶୀ କ୍ରିପ୍ଟୋକରେନ୍ସିକୁ ବି ବୈଧ ବା ଆଇନଗତ ଭାବେ ଗ୍ରହଣ କରାଯିବ ନାହିଁ । ତେବେ ଏହି କାରଣରୁ ବିଟକଏନ ମୂଲ୍ୟ ୪ ପ୍ରତିଶତ ହ୍ରାସ ପାଇଥିବା କହିଛି ସିଏନବିସି । ବିଟକଏନ ମୂଲ୍ୟ ଖସି ୪୨, ୩୭୮ ଡଲାରରେ ପହଞ୍ଚି ଯାଇଛି । ଏହିପରି ଭାବେ ବିଶ୍ବର ଦ୍ବିତୀୟ ବଡ କ୍ରିପ୍ଟୋକରେନ୍ସି ଇଥର (Ether) ମୂଲ୍ୟରେ ୮ ପ୍ରତିଶତ ଏବଂ XRP ମୂଲ୍ୟ ୭ ପ୍ରତିଶତ ହ୍ରାସ ଆସିଛି ।

ଚୀନ ଏହା ପୂର୍ବରୁ ମଧ୍ୟ କ୍ରିପ୍ଟୋକରେନ୍ସିଂ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । ପୂର୍ବରୁ ଚୀନ୍ କ୍ରିପ୍ଟୋ ମାଇନିଂ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲା । ତେବେ କ୍ରିପ୍ଟୋକରେନ୍ସିଂ ଟ୍ରେଡିଂକୁ ପ୍ରୋତ୍ସାହନ ଯୋଗାଉଥିବା ଆର୍ଥିକ ଅନୁଷ୍ଠାନ, ପେମେଣ୍ଟ କମ୍ପାନୀ ଏବଂ ଇଣ୍ଟରନେଟ କମ୍ପାନୀଗୁଡିକ ଉପରେ ମଧ୍ୟ ରୋକ୍ ଲଗାଇବା ନେଇ ମଧ୍ୟ କହିଛି people's bank of china ।

ଉଲ୍ଲେଖଯୋଗ୍ୟ, ଗୋଟିଏ ସପ୍ତାହ ଧରି ବିଟକଏନ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.