ନୀତିଶ ସରକାରଙ୍କ ପାର୍ବଣ ଭେଟି, DAର ଡବଲ ଫାଇଦା ପାଇବେ ବିହାର କର୍ମଚାରୀ

author img

By

Published : Sep 24, 2021, 7:29 AM IST

ନୀତିଶ ସରକାରଙ୍କ ପାର୍ବଣ ଭେଟି, DAର ଡବଲ ଫାଇଦା ପାଇବେ ବିହାର କର୍ମଚାରୀ

ନୀତିଶ ସରକାରଙ୍କ ପାର୍ବଣ ଭେଟି । ରାଜ୍ୟର କର୍ମଚାରୀଙ୍କୁ ମିଳିବ ଦୁଇ ମାସର ମହଙ୍ଗା ଭତ୍ତା । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲା କେନ୍ଦ୍ର । ଅଧିକ ପଢନ୍ତୁ...

ପାଟନା: ପାର୍ବଣ ଋତୁରେ ବିହାର ସରକାରଙ୍କ ପାର୍ବଣ ଭେଟି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଏକାସାଙ୍ଗେ ମିଳିବ ଦୁଇ ମାସରେ ମହଙ୍ଗା ଭତ୍ତା(DA ) । ନୀତିଶ ସରକାର ଗତ ମାସରେ ରାଜ୍ୟର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଏବେ ଆସନ୍ତା ମାସରେ ବା ଅକ୍ଟୋବରରେ ଦୁଇ ମାସର ବକେୟା ମହଙ୍ଗା ଭତ୍ତା(DA ) ଏକାଥରେ ପ୍ରଦାନ କରିବେ ।

ବିହାର ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଅକ୍ଟୋବରରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ବେତନ ସହ ଜୁଲାଇ-ଅଗଷ୍ଟର DA ଦିଆଯିବ । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ମୁତାବକ, ଷଷ୍ଠ ବେତନ ସ୍କେଲରେ ବେତନଭୋଗୀ କିମ୍ବା ପେନସନଭୋଗୀ ଜୁଲାଇରୁ ୧୬୪ ପ୍ରତିଶତ ବଦଳରେ ୧୮୯ ପ୍ରତିଶତ ମହଙ୍ଗା ଭତ୍ତା ଲାଭ କରିବେ ।

ସେହିପରି ବେତନ ସ୍କେଲ ଅନୁଯାୟୀ ଦରମା/ ପେନସନ ପାଉଥିବା କର୍ମଚାରୀଙ୍କୁ ବା ପେନସନଭୋଗୀଙ୍କୁ ୩୧୨ ପ୍ରତିଶତ ବଦଳରେ ୩୫୬ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯିବ ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ପରେ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ DA ଜୁଲାଇ ପହିଲାରୁ ୧୧ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାଦ୍ବାରା କେନ୍ଦ୍ର କର୍ମଚାରୀଙ୍କ DAର ନୂଆ ଦର ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.