ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହେବ ରତନ ଟାଟାଙ୍କ ଜୀବନୀ

author img

By

Published : Jan 14, 2022, 12:16 PM IST

ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହେବ ରତନ ଟାଟାଙ୍କ ଜୀବନୀ

ଟାଟା କମ୍ପାନୀର ମାଲିକ ରତନ ଟାଟା ଭାରତର ଜଣେ ସଫଳ ଉଦ୍ୟୋଗପତି । ୮୪ ବର୍ଷୀୟ କିମ୍ବଦନ୍ତୀ ବ୍ୟବସାୟୀ ରତନ ଟାଟାଙ୍କ ଜୀବନ ଉପରେ ଆଧାରିତ ଅଥୋରାଇଜଡ ବାୟୋଗ୍ରାଫିକୁ ହାଇପରକଲିନ୍ସ ପକ୍ଷରୁ ପ୍ରକାଶିତ କରିବାକୁ ଅଧିକାର ହାସଲ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୂରା ନାମ ରତନ ନାଭାଲ ଟାଟା । ନାଁ ଯେମିତି ବ୍ୟକ୍ତିତ୍ବ ବି ସେମିତି । ଟାଟା କମ୍ପାନୀର ମାଲିକ ରତନ ଭାରତର ଜଣେ ସଫଳ ଉଦ୍ୟୋଗପତି । ୮୪ ବର୍ଷୀୟ କିମ୍ବଦନ୍ତୀ ବ୍ୟବସାୟୀ ରତନ ଟାଟାଙ୍କ ଜୀବନ ଉପରେ ଆଧାରିତ ଅଥୋରାଇଜଡ ବାୟୋଗ୍ରାଫିକୁ ହାଇପରକଲିନ୍ସ ପକ୍ଷରୁ ପ୍ରକାଶିତ କରିବାକୁ ଅଧିକାର ହାସଲ କରିଥିବା ଜଣାପଡିଛି ।

ଦ ଅଥୋରାଇଜଡ ବାୟୋଗ୍ରାଫି ବାଏ ଡ ଥୋମାସ ମାଥ୍ୟୁ ବିଶ୍ବବ୍ୟାପୀ ସମସ୍ତ ଫର୍ମାର୍ଟରେ ୨୦୨୨ ନଭେମ୍ବରରେ ପ୍ରକାଶିତ ହେବ । ହାଇପରକଲିନ୍ସ ଇଣ୍ଡିଆର ଉଦୟତ ମିତ୍ର ଲାବିରିନ୍ଥ ଲିଟେରାରି ଏଜେନ୍ସି ଅନିଶ୍ ଚାଣ୍ଡିଙ୍କ ଠାରୁ ସମସ୍ତ ଭାଷାରେ ୱାର୍ଲ୍ଡ ରାଇଟସ ହାସଲ କରିଛନ୍ତି । ଏହି ପୁସ୍ତକ ହାଇପରକଲିନ୍ସ ଦ୍ବାରା ଇଂରାଜୀ ଓ ମୂଳ ଭାରତୀୟ ଭାଷାରେ ପ୍ରକାଶିତ ହେବ ।

ୟୁଏସରେ ଏହାକୁ ହାଇପରକଲିନ୍ସ ଲିଡରସିପ ଦ୍ବାରା ଏବଂ ବ୍ରିଟେନ ୱିଲିୟମ କଲିନ୍ସ ଦ୍ବାରା ପ୍ରକାଶିତ କରାଯିବ । ଡ ଥୋମାସ ମାଥ୍ୟୁଙ୍କ ରତନ ଟାଟାଙ୍କ ଜୀବନୀ ଉପରେ ବିସ୍ତୃତ ବିବରଣୀ ମଧ୍ୟରେ ରତନଙ୍କ କାହାଣୀ, ଆମେରିକାରେ ଛାତ୍ର ଭାବେ ସେ ବିତାଇଥିବା ସମୟ ଭାରତକୁ ଫେରିବା ଓ ଟାଟା ଗ୍ରୁପ ସହିତ ତାଙ୍କର ପ୍ରାରମ୍ଭିକ କାର୍ଯ୍ୟକାଳ ଆଦି ସାମିଲ ରହିଛି ।

ବର୍ତ୍ତମାନ ଟାଟା ଗ୍ରୁପ ଭାରତର ସବୁଠାରୁ ମୂଲ୍ୟବାନ ବ୍ରାଣ୍ଡ ହୋଇପାରିଛି । ୨୫୦ ବିଲିୟନ ଡଲାରରୁ ଉର୍ଦ୍ଧ୍ବ ବଜାର ପୁଞ୍ଜି ସହିତ ବିଶ୍ବବ୍ୟାପୀ ସବୁଠାରୁ ପ୍ରତିଷ୍ଠିତ କମ୍ପାନୀ ମଧ୍ୟରୁ ଏହି ଗ୍ରୁପ ୭.୫୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି । କାର, ଚା ଠୁ ନେଇ ଅନେକ କ୍ଷେତ୍ରରେ ସକ୍ରିୟ ଅଛି ଏହି ଟାଟା ଗ୍ରୁପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.