ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜୋମାଟୋ ଡେଲିଭରି ବୟ ଗିରଫ

author img

By

Published : Sep 20, 2022, 8:09 AM IST

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜୋମାଟୋ ବୟ ଗିରଫ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜୋମାଟୋ ଡେଲିଭରି ବୟ ଗିରଫ । ଯୁବତୀ ଏକାକୀ ଥିବାର ସୁଯୋଗ ନେଇ ତାଙ୍କ ସହ ଅସଦାଚରଣ କରିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ମୁମ୍ବାଇ: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜୋମାଟୋ ଡେଲିଭରି ବୟ ଗିରଫ(Zomato Delivery Boy Arrested For Molesting Girl) । ମହାରାଷ୍ଟ୍ର ପୁଣେରୁ ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଜଣେ ଯୁବତୀ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିବା ବେଳେ ଡେଲିଭରି ପାଇଁ ଆସିଥିବା ଜୋମାଟୋ ବୟ ତାଙ୍କ ସହ ଅସଦାଚରଣ କରିଛନ୍ତି । ଏନେଇ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଡେଲିଭରି ବୟକୁ ଗିରଫ କରିଛି । ଅଭିଯୁକ୍ତ ୪୦ ବର୍ଷୀୟ ରଇଜ ଶେଖ(Raees Sheikh) ହୋଇଥିବା ପରିଚୟ ମିଳିଛି ।

ଆଜିକାଲି ଅନଲାଇନରେ ଫୁଡ୍ ଅର୍ଡର ନିତିଦିନିଆ ଘଟଣା ହୋଇଥିବାବେଳେ, ଡେଲିଭରି ବୟଙ୍କ ବିରୁଦ୍ଧରେ ଏଭଳି ସାଂଘାତିକ ଅଭିଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି । ଯାହା ସୂଚନା ମିଳିଛି, ଶନିବାର ରାତିରେ ପୁଣେ ୟେଭଲେୱାଡି ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ଜୋମାଟୋ ଆପ(Zomato app)ରେ ଖାଦ୍ୟ ଅର୍ଡର କରିଥିଲେ । ରାତି ପ୍ରାୟ ସାଢେ ୯ଟା ସମୟରେ ରଇଜ ଶେଖ ନାମକ ଜୋମାଟୋ ବୟ ତାଙ୍କର ଅର୍ଡର ଡେଲିଭରି କରିବାକୁ ପହଞ୍ଚିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବତୀ ଘରେ ଏକାକୀ ଥିଲେ । ଏହାର ସୁଯୋଗ ନେଇ ଡେଲିଭରି ବୟ ତାଙ୍କୁ ପାଣି ମାଗିଥିଲେ । ପାଣି ପିଇବା ଆଳରେ ସେ ଯୁବତୀଙ୍କୁ ନିଜ ଆଡକୁ ଟାଣି ନେଇଥିଲେ । ଏହାପରେ ଜୋର ଜବରଦସ୍ତ ତାଙ୍କୁ କିସ୍ କରିବା ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ ।

ଏହାମଧ୍ୟ ପଢନ୍ତୁ: କୋର୍ଟ ବାହାରେ ଗ୍ୟାଙ୍ଗଷ୍ଚାରକୁ ଗୁଳି କରି ହତ୍ୟା

ଏନେଇ ସମ୍ପୃକ୍ତ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ସହରାଞ୍ଚଳରେ ଅନଲାଇନ ଫୁଡ ଅର୍ଡର ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଲୋକମାନେ ଘରେ ବସି ଅନଲାଇନ ଆପ୍ ଜରିଆରେ ଚୁଟ୍‌କିରେ ଖାଦ୍ୟ ଅର୍ଡର କରୁଛନ୍ତି । ଏପରିସ୍ଥଳେ ପୁଣେରେ ଘଟିଥିବା ଜଣେ ଜୋମାଟୋ ବୟଙ୍କ ଏପରି ଜଘନ୍ୟ କାଣ୍ଡ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.