5 ବର୍ଷ ବୟସରେ ଦୁଷ୍କର୍ମ କରିଥିଲା ଭାଇ, 31 ବର୍ଷ ପରେ ଅଭିଯୋଗ କଲେ ମହିଳା

author img

By

Published : Sep 22, 2022, 12:20 PM IST

5 ବର୍ଷ ବୟସରେ ଭାଇ ଦ୍ବାରା ହୋଇଥିଲେ ଦୁଷ୍କର୍ମର ଶିକାର, 31 ବର୍ଷ ପରେ ଅଭିଯୋଗ କଲେ ମହିଳା

5 ବର୍ଷ ବୟସରେ ଭାଇଦ୍ବାରା ହୋଇଥିଲେ ଦୁଷ୍କର୍ମର ଶିକାର । ଅଭିଯୋଗକୁ ଅଣଦେଖା କରି ନୀରବ ରହିଥିଲେ ପରିବାର । 31 ବର୍ଷ ପରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ମହିଳା (SEXUALLY ABUSED COMPLAINS AFTER 31 YEARS) । ଅଧିକ ପଢନ୍ତୁ

ମୁମ୍ବାଇ: 5 ବର୍ଷ ବୟସରେ ଭାଇ ଦ୍ବାରା ହୋଇଥିଲେ ଦୁଷ୍କର୍ମ ଶିକାର । 31 ବର୍ଷ ପରେ ଏନେଇ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ 36 ବର୍ଷୀୟା ମହିଳା (SEXUALLY ABUSED COMPLAINS AFTER 31 YEARS)। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଅମରାବତୀରେ (AMRAVATI POLICE)। ମହିଳାଜଣଙ୍କ ଅମରାବତୀ ଥାନାରେ ଏନେଇ ଏତଲା ଦେଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ମହିଳାଜଣଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ 5 ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ସେ ଘରେ ଜଣାଇବା ପରେ ମଧ୍ୟ ଏହି ଘଟଣାକୁ ଘରଲୋକଙ୍କ ଦ୍ବାରା ଅଣାଦେଖା କରାଯାଇଥିଲା । ବାଧ୍ୟ ହୋଇ ସେ ସେତେବେଳେ ଚୁପ ରହିଥିଲେ ।

ତେବେ ଘଟଣାର 31 ବର୍ଷ ପରେ ମହିଳାଜଣଙ୍କ ଏପରି ଅଭିଯୋଗ ନେଇ ଥାନାରେ ଦ୍ବାରସ୍ଥ ହେବା ସହ ନିଜ ଭାଇଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପୀଡିତା ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ନୋଏଡା ଠାରେ ରୁହନ୍ତି । ପୀଡିତାଙ୍କୁ ତାଙ୍କ ବଡ ଭାଇ ପାଞ୍ଚ ବର୍ଷ ବୟସରେ ଦୁଷ୍କର୍ମ କରିଥିଲେ । ପରେ ପରିବାରର ନୀରବତା ପାଇଁ ତାଙ୍କ ସହ ବହୁ ବର୍ଷ ପର୍ଯ୍ୟନ୍ତ ଏପରି ଦୁଷ୍କର୍ମର ଶିକାର ସହ୍ୟ କରିବାକୁ ପଡିଥିବା ସେ ନିଜ ଏତଲାରେ ଦର୍ଶାଇଛନ୍ତି ।

ମହିଳାଙ୍କ ଏତଲାରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ,1983 ରୁ 1991 ମଧ୍ୟରେ ଏହି ଘଟିଥିଲା । ଏପରି କାଣ୍ଡ ଘଟାଇଥିବା ତାଙ୍କ 54 ବର୍ଷୀୟ ଭାଇ ଏବେ ମୁମ୍ବାଇରେ ରହୁଛି । ତେଣୁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳାଜଣଙ୍କ ଦିଲ୍ଲୀର ମହିଳା ଆୟୋଗ ଏବଂ ନୋଏଡା ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ କରିଛନ୍ତି । ସେ ପୂର୍ବରୁ ଅମରାବତୀରେ ରହୁଥିବାରୁ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ସେତେବେଳେ ସେ ଅଭିଯୋଗ କରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ପରିବାର ସମ୍ମାନ ଓ ଅଣଦେଖା ପାଇଁ ଏପରି ଅତ୍ୟାତାରକୁ ସହ୍ୟ କରିବାକୁ ବାଧ୍ୟ ହୋଇଥିଲେ ବୋଲି ମହିଳାଜଣଙ୍କ ଏପରି ଅଭିଯୋଗରେ ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.