ୟୁପିରେ ଲଜ୍ଜା: ତିନି ତଲାକ ପରେ ମହିଳାଙ୍କୁ ଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର

author img

By

Published : Nov 12, 2022, 8:13 AM IST

ତିନି ତଲାକ ପରେ ମହିଳାଙ୍କୁ ଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର

ମହିଳାଙ୍କୁ ତିନି ତଲାକ ପରେ ଗଣଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ମହିଳାଙ୍କୁ ତିନି ତଲାକ ପରେ ଗଣଦୁଷ୍କର୍ମ । ସ୍ବାମୀ ଓ ଦିଅର ମିଶି ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ(Woman raped by husband and brother-in-law) । ଉତ୍ତରପ୍ରଦେଶର ଶାହାଜାହନପୁରରୁ ଏଭଳି ପାଶବିକତା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ବାମୀ ଓ ଦିଅର ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ୫ ବର୍ଷ ତଳେ ସଲମାନ ନାମକ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ମାସ ତଳେ ସଲମାନ ତାଙ୍କୁ ତିନି ତଲାକ ବ୍ୟବସ୍ଥାରେ ଛାଡପତ୍ର ଦେଇଥିଲେ । ତେବେ ଗୁଡୁ ହାଜି ନାମକ ଜଣେ ବ୍ୟକ୍ତିଙ୍କ ବୁଝାସୁଝା ପରେ ସଲମାନ ପୁଣିଥରେ ମହିଳାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ଏଥିପାଇଁ ସେ ମହିଳାଙ୍କ ଆଗରେ କିଛି ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲା ଯେ, ଯଦି ସେ ତାଙ୍କର(ସଲମାନ) ସାନ ଭାଈ ତଥା ଦିଅର ଇସଲାମଙ୍କୁ ବିବାହ କରନ୍ତି ଏବଂ ଛାଡପତ୍ର ଦିଅନ୍ତି ତେବେ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବେ ।

ଏହାମଧ୍ୟ ପଢନ୍ତୁ: ଚୋରି କରିବାରୁ ଯୁବକଙ୍କୁ ତାଲିବାନୀ ଦଣ୍ଡ, ବୋରିଙ୍ଗ ଲିଫ୍ଟରେ ଟଙ୍ଗାଇ ନିର୍ଦ୍ଧୁମ ମାଡ

ମହିଳା ମଧ୍ୟ ସ୍ବାମୀର କହିବାନୁସାରେ ନିଜ ଦିଅରକୁ ବିବାହ କରିଥିଲେ । ହେଲେ ବିବାହ ପରେ ଇସଲାମ ମହିଳାଙ୍କୁ ଛାଡପତ୍ର ଦେବାକୁ ରାଜି ହୋଇନଥିଲା, ବରଂ ଦୁଇ ଭାଇ ମିଶି ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ସ୍ଥାନୀୟ କୋର୍ଟରେ ଅଭିଯୋଗ କରିଥିଲେ । କୋର୍ଟରେ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା । ପୀଡିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ଗୁଡୁ ହାଜି, ସଲମାନ, ଇସଲାମଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି । ପୀଡିତାଙ୍କ ମେଡିକାଲ ଟେଷ୍ଟ କରାଯିବ ସହ ତାଙ୍କ ବୟାନ ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.