ରାସ୍ତାକଡରେ ଟ୍ରଲି ବ୍ୟାଗ୍ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ

author img

By

Published : Nov 19, 2022, 7:46 AM IST

ରାସ୍ତାକଡରେ ଟ୍ରଲି ବ୍ୟାଗ୍ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ

ରାସ୍ତାକଡରେ ଟ୍ରଲି ବ୍ୟାଗ୍ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ହତ୍ୟା କରିବା ପରେ ମୃତଦେହକୁ ବ୍ୟାଗ୍ ଭିତରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଦିଲ୍ଲୀରେ ପ୍ରେମିକ ନିଜ ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଥିବାବେଳେ ଉତ୍ତରପ୍ରଦେଶରୁ ଏହିଭଳି ଅନ୍ୟ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଗତକାଲି(ଶୁକ୍ରବାର) ୟୁପି ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେ ରୋଡରୁ ଏକ ଟ୍ରଲି ବ୍ୟାଗ ଭିତରୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି(Woman body found stuffed inside trolley bag) । ମୃତଦେହକୁ ପଲିଥିନରେ ଗୁଡା ଯାଇ ବ୍ୟାଗ୍ ଭିତରେ ଭର୍ତ୍ତି କରାଯାଇଥିବା ଦେଖାଯାଇଛି । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ମୃତ ଯୁବତୀଙ୍କ ବୟସ ପ୍ରାୟ ୨୦ରୁ ୨୨ ବର୍ଷ ହେବ ଏବଂ ଉଚ୍ଚତା ୫ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ଯୁବତୀଙ୍କ କେହି ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ରାସ୍ତାକଡରେ ଫିଙ୍ଗି ଦେଇଥିବା କୁହାଯାଉଛି । ଯୁବତୀଙ୍କ ଶରୀରରେ ଏକାଧିକ କ୍ଷତି ଚିହ୍ନ ରହିଛି । ଏହାସହିତ ବ୍ୟାଗ ଭିତରେ ଦୁଇଟି ଶାଢୀ ମଧ୍ୟ ଦେଖିବାକୁ ଦେଖିବାକୁ ମିଳିଛି । ଏହି ଘଟଣା ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ: ୭୦୦ ମିଟର ଘାଇ ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ୧୨ ମୃତଦେହ ଉଦ୍ଧାର

ସର୍କଲ ଅଫିସର ଆଲୋକ ସିଂହ କହିଛନ୍ତି, ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଯୁବତୀଙ୍କ ପରିଚୟ ଜାଣିବାକୁ ତନାଘନା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.