କାଗଜପତ୍ରରେ ସ୍ବାମୀଙ୍କୁ ମୃତ ଦର୍ଶାଇ ସମ୍ପତ୍ତି ବିକିଲେ ସ୍ତ୍ରୀ

author img

By

Published : Sep 21, 2022, 1:04 PM IST

କାଗଜପତ୍ରରେ ସ୍ବାମୀଙ୍କୁ ମୃତ ଦର୍ଶାଇ ସମ୍ପତ୍ତି ବିକିଲେ ସ୍ତ୍ରୀ

ସମ୍ପତ୍ତି ପାଇଁ ସ୍ତ୍ରୀର ଚାଲ୍ । ସ୍ବାମୀଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ୪୦ ଲକ୍ଷ ଟଙ୍କାରେ ସମ୍ପତ୍ତି ବିକିଲେ ମହିଳା । ଅଧିକ ପଢନ୍ତୁ

ଚେନ୍ନାଇ: ସମ୍ପତ୍ତି ପାଇଁ ସ୍ବାମୀ ସହ ବିଶ୍ବାସ ଘାତକତା କଲେ ପତ୍ନୀ । ସ୍ବାମୀଙ୍କ ମିଛ ମୃତ୍ୟୁ ପ୍ରମାଣପତ୍ର ବାହାର କରି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି କରି ଚାଲିଗଲେ । ଏବେ ସରକାରୀ ପ୍ରମାଣପତ୍ରରେ ମୃତ ଘୋଷିତ ବିଚାରା ସ୍ବାମୀ ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । କର୍ଣ୍ଣାଟକ ଶିବଗଙ୍ଗାଇ ଜିଲ୍ଲାରୁ(Sivagangai District) ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଶିବଗଙ୍ଗାଇ ଜିଲ୍ଲା କନ୍ଦାନୁର ନିବାସୀ ଚନ୍ଦ୍ରଶେଖର । ବୃତ୍ତିରେ ସେ ଜଣେ ଗ୍ରୋସରୀ ଦୋକାନୀ ଅଟନ୍ତି । ୨୦୦୫ ମସିହାରେ ଚନ୍ଦ୍ରଶେଖର କରାଇକୁଡି ଅଞ୍ଚଳର ନାଦିଆଙ୍କୁ ବିବାହ କରିଥିଲେ । ସେମାନଙ୍କୁ ଦୁଇଟି ଛୁଆ ମଧ୍ୟ ଅଛନ୍ତି । ୨୦୧୫ ମସିହାରେ ନାଦିଆ ନିଜ ସ୍ବାମୀଙ୍କୁ ସ୍ଥାନୀୟ ମ୍ୟୁନିସିପାଲିଟିରେ ମୃତ୍ୟୁ ଦର୍ଶାଇ ରାଜସ୍ବ ବିଭାଗରୁ ତାଙ୍କର ମିଛ ମୃତ୍ୟୁ ପ୍ରମାଣପତ୍ର(fake death certificate) ଓ ଆଇନଗତ ଉତ୍ତରଦାୟୀ ପ୍ରମାଣପତ୍ର(legal heir certificate) ହାସଲ କରିଥିଲେ । ଏହା ମାଧ୍ୟମରେ ସେ ସ୍ବାମୀଙ୍କ ଅଗୋଚରରେ ତାଙ୍କର ସମ୍ପତ୍ତିକୁ ୪୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଯାହାର ସାମାନ୍ୟତମ ସୁରାକ୍ ବି ପାଇନଥିଲେ ସ୍ବାମୀ ଚନ୍ଦ୍ରଶେଖର ।

ଏହାମଧ୍ୟ ପଢନ୍ତୁ: ରାସ୍ତାକଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୪ ମୃତ

ନିକଟରେ ଚନ୍ଦ୍ରଶେଖର ଯେତେବେଳେ ସେହି ସମ୍ପତ୍ତି ବିକ୍ରୟ ପାଇଁ ଚେଷ୍ଟା କଲେ, ଏହା ଯେ ପୂର୍ବରୁ ୪୦ ଲକ୍ଷରେ ବିକ୍ରି ହୋଇସାରିଛି ଜାଣିବାକୁ ପାଇଥିଲେ । ପରେ ପତ୍ନୀଙ୍କ ସବୁ କାରନାମା ସାମ୍ନାକୁ ଆସିଥିଲା । ଏହାପରେ ସେ ଏ ସମ୍ପର୍କରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଚନ୍ଦ୍ରଶେଖର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଗୁହାରି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପତ୍ନୀ ତାଙ୍କୁ ଧମକ ଦେଉଛନ୍ତି ଏବଂ ସେ ବିଦେଶ ଚାଲିଯିବାକୁ ଯୋଜନା କରୁଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ତେବେ ଜିଲ୍ଲାପାଳ ମଧ୍ୟ ଚନ୍ଦ୍ରଶେଖରଙ୍କ ଅଭିଯୋଗକୁ ଶୁଣି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବାପାଙ୍କୁ ବିଷ ଦେଇ ମାରିଲେ, ପୁଅର ମିଛ ମୃତ୍ୟୁ ପ୍ରମାଣପତ୍ର ବନାଇ ସମ୍ପତ୍ତି ହଡପ କଲେ ଆତ୍ମୀୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.