କୋରୋନା ଲଢେଇରେ ସାମିଲ ୨ ନୂଆ ଅସ୍ତ୍ର, WHO କଲା ମଞ୍ଜୁର

author img

By

Published : Jan 14, 2022, 10:39 AM IST

Updated : Jan 14, 2022, 11:50 AM IST

କୋରୋନା ଲଢେଇରେ ସାମିଲ ୨ ନୂଆ ଅସ୍ତ୍ର

ପାଳି କରି ତାଣ୍ଡବ ରଚିଛି ମହାମାରୀ । ଏହା ବିରୋଧରେ ଲଢେଇ ପାଇଁ ଚାଲିଛି ଅସ୍ତ୍ର ତିଆରି । ଟୀକାକରଣ ହିଁ ମହାମାରୀ ଲୋପ କରିବାର ମାଧ୍ୟମ । ଏହି ମୁକାବିଲାରେ ସାମିଲ ହୋଇଛି ଆଉ ଦୁଇ ନୂଆ ଚିକିତ୍ସା । ହୁ (World Health Organization) ୨ଟି ନୂଆ ପ୍ରକାର ଟ୍ରିଟମେଣ୍ଟକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ

ପ୍ୟାରିସ: ବିଶ୍ବକୁ କଲବଲ କରୁଛି କୋରୋନା । ପାଳି କରି ତାଣ୍ଡବ ରଚିଛି ମହାମାରୀ । ଏହା ବିରୋଧରେ ଲଢେଇ ପାଇଁ ଚାଲିଛି ଅସ୍ତ୍ର ତିଆରି । ଟୀକାକରଣ ହିଁ ମହାମାରୀ ଲୋପ କରିବାର ମାଧ୍ୟମ । ଏହି ମୁକାବିଲାରେ ସାମିଲେ ହୋଇଛି ଆଉ ଦୁଇ ନୂଆ ଚିକିତ୍ସା । ହୁ (World Health Organization) ୨ଟି ନୂଆ ପ୍ରକାର ଟ୍ରିଟମେଣ୍ଟକୁ ଅନୁମତି ଦେଇଛି ।

କୋରଟିକୋଷ୍ଟରଓଡରେ (corticosteroids) ବ୍ୟବହାର ହେଉଥିବା ଆର୍ଥଟିସ ମେଡିସିନ (Arthritis Drug) ଗୁରୁତର କୋରୋନା ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ଏହି ମେଡିସିନର ବ୍ୟବହାର ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଏତେଟା ପଡ଼ୁନାହିଁ ବୋଲି ବ୍ରିଟିଶ ମେଡିକାଲ ଜର୍ନାଲ ଅନୁଯାୟୀ ଜଣାପଡିଛି । ଏହାବାଦ କୋରୋନା ଆକ୍ରାନ୍ତଙ୍କୁ ସିନ୍ଥେଟିକ ଆଣ୍ଟିବଡି ଟ୍ରିଟମେଣ୍ଟ Sotrovimab ଦେବା ପାଇଁ ମଧ୍ୟ ସ୍ଥିର ହୋଇଛି । ଏହା ଆକ୍ରାନ୍ତ ହୋଇଥିବା ବୟସ୍କ ତଥା ମଧୁମେହ ରୋଗୀଙ୍କ ପାଇଁ ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି ।

କୋରଟିକୋଷ୍ଟରଓଡରେ (Corticosteroids) ଟ୍ରିଟମେଣ୍ଟ ପାଇଁ ବେଶି ଖର୍ଚ୍ଚନ୍ତ ହେବାକୁ ପଡ଼ୁନାହିଁ । ଏହା ରୋଗୀଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି। ଆର୍ଥଟିସ ମେଡିସିନି ଟୋଲିଜୁମାବ (tocilizumab) ଓ ସାରଲୁମାବ (sarilumab)ର ବ୍ୟବହାର ପାଇଁ ଗତ ଜୁଲାଇରୁ ଅନୁମତି ମିଳି ସାରିଥିଲା । ସିନ୍ଥେଟିକ ଆଣ୍ଟିବଡି ଟ୍ରିଟମେଣ୍ଟକୁ ଗତ ସେପ୍ଟେମ୍ବରରୁ ଅନୁମତି ମିଳିଥିଲା । ତେବେ କୋରୋନା ଲଢ଼େଇରେ ଏହା କେତେ ଲାଭଦାୟକ ହେବ ତାହା ଭବିଷ୍ୟତରେ ଜଣାପଡ଼ିବ ।

Last Updated :Jan 14, 2022, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.