ବିଶାଖାପାଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ, ମୁଖ୍ୟମନ୍ତ୍ରୀ ଜଗନଙ୍କ ଘୋଷଣା

author img

By

Published : Jan 31, 2023, 4:57 PM IST

ବିଶାଖାପାଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ

ବିଶାଖାପାଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ । ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ କଲେ ଘୋଷଣା । କୋର୍ଟରେ ଜାରି ରହିଛି ଆନ୍ଧ୍ର ରାଜଧାନୀ ମାମଲାର ଶୁଣାଣି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଏକକ ରାଜଧାନୀ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଶାଖାପାଟନମ ଖୁବଶୀଘ୍ର ଆନ୍ଧ୍ର ପ୍ରଦେଶର ରାଜଧାନୀ ଭାବେ ମାନ୍ୟତା ପାଇବାକୁ ଯାଉଥିବା ଜଗନ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଆନ୍ଧ୍ର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ । ଜଗନ କହିଛନ୍ତି, ମାର୍ଚ୍ଚ 3 ଓ 4 ରେ ଗ୍ଲାବାଲ ଇନଭେଷ୍ଟର ମିଟ ବିଶାଖାପାଟନମରେ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ ସମସ୍ତ ଶିଳ୍ପପତିଙ୍କ ବଶାଖାପାଟନମନକୁ ସ୍ବାଗତ ମଧ୍ୟ କରିଛନ୍ତି ।

ଏବେ ସର୍ବୋଚ୍ଚ କୋର୍ଟରେ ଆନ୍ଧ୍ର ପ୍ରଦେଶ ରାଜଧାନୀ ମାମଲାର ଶୁଣାଣି ଜାରି ରହିଛି । ଆନ୍ଧ୍ର ପ୍ରଦେଶରେ ଏବେ 3 ରାଜଧାନୀ ରହିଛି । ଅମରାବତି, ବିଜୟାଓ୍ବଡା ଓ ବିଶାଖାପାଟନମ ସହରକୁ ଭିନ୍ନ ପ୍ରସଙ୍ଗରେ ରାଜଧାନୀ ଘୋଷଣା କରିଛନ୍ତି ଜଗନ ସରକାର । ଯାହାର ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଏହା ପରେ ଏବେ ବିଶାଖାପାଟନମରେ ମାର୍ଚ୍ଚ 3 ଓ 4 ରେ ଗ୍ଲାବାଲ ଇନଭେଷ୍ଟର୍ସ ମିଟ୍‌ ଆୟୋଜିତ ହେବାକୁ ଯାଉଛି । ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଜଗନ ସରକାର ବିଶାଖାପାଟନମକୁ ନୂଆ ରାଜଧାନୀ ଘୋଷଣା କରିପାରନ୍ତି ।

ଅବିଭକ୍ତ ଆନ୍ଧ୍ର ପ୍ରଦେଶ ବିଭାଜିତ ହେବା ଏହାର ରାଜଧାନୀ ହାଇଦ୍ରାବାଦ ନୂତନ ଘୋଷିତ ରାଜ୍ୟ ତେଲେଙ୍ଗାନା ଅଂଶରେ ପଡିଥିଲା । କିଛି ବର୍ଷ ପାଇଁ ହାଇଦ୍ରାବାଦ ଉଭୟ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ପାଇଁ ଯୁଗ୍ମ ରାଜଧାନୀ ଭାବେ ବ୍ୟବହାର ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ଜଗନ ଆନ୍ଧ୍ର ପ୍ରଦେଶ ପାଇଁ 3ଟି ରାଜଧାନୀ ଘୋଷଣା କରିଥିଲେ । ତେବେ ପୂର୍ବରୁ କ୍ଷମତାରେ ଥିବା ତେଲଗୁ ଦେଶମ ପାର୍ଟିର ଚନ୍ଦ୍ରବାବୁ ନାଇଡୁ ସରକାର ଅମରାବତିକୁ ଆନ୍ଧ୍ରର ରାଜଧାନୀ ଘୋଷଣା କରିଥିଲେ । ଅମରାବତିକୁ କ୍ୟାପିଟାଲ ସିଟି ଭାବେ ବିକଶିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ କୃଷକଙ୍କ ଠାରୁ ଜମି ମଧ୍ୟ ଅଧିଗ୍ରହଣ କରିଥିଲେ ତତ୍କାଳୀନ ସରକାର ।

ଓ୍ବାଇଏସଆର ସରକାରଙ୍କ 3 ରାଜଧାନୀ ଘୋଷଣାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପୂର୍ବ ନିଷ୍ପତ୍ତି ଆଧାରରେ ଅମରାବତିକୁ ରାଜଧାନୀ ଭାବେ ବିକଶିତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ବିଶାଖାପାଟନମ ଆନ୍ଧ୍ରର ନୂତନ ରାଜଧାନୀ ହେବା ନେଇ ଏକପ୍ରକାର ସ୍ପଷ୍ଟ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.