ଟନେଲ ନିକଟକୁ ଯାଇପାରିବେ ଫସିଥିବା ଶ୍ରମିକଙ୍କ ପରିଜନ, ଖର୍ଚ୍ଚ ବହନ କରିବେ ଉତ୍ତରାଖଣ୍ଡ ସରକାର

ଟନେଲ ନିକଟକୁ ଯାଇପାରିବେ ଫସିଥିବା ଶ୍ରମିକଙ୍କ ପରିଜନ, ଖର୍ଚ୍ଚ ବହନ କରିବେ ଉତ୍ତରାଖଣ୍ଡ ସରକାର
ଟନେଲ ନିକଟକୁ ଯାଇପାରିବେ ଫସିଥିବା ଶ୍ରମିକଙ୍କ ପରିଜନ (Uttarkashi Silkyara Tunnel Accident) । ସେମାନଙ୍କ ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଧାମି ସରକାରଙ୍କ ଘୋଷଣା । 9ମ ଦିନରେ ଘଟଣାସ୍ଥଳରେ ପହଞ୍ଚିଲେ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ । ଅଧିକ ପଢନ୍ତୁ
ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ଅପରେସନ ଆଜି 9ମ ଦିନରେ ପହଞ୍ଚିଛି । ସମସ୍ତ 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟ ଚାହିଁଲେ ଟନେଲ ନିକଟକୁ ଯାଇ ଶ୍ରମିକଙ୍କ ଭଲମନ୍ଦ ବୁଝିପାରିବେ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇପାରିବେ । ଶ୍ରମିକଙ୍କ ପରିଜନଙ୍କ ଏହି ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ଉତ୍ତରାଖଣ୍ଡ ସରକାର ବହନ କରିବେ । ସେହିପରି କେବଳ ଯାତ୍ରା ଖର୍ଚ୍ଚ ନୁହେଁ ବରଂ ସେମାନଙ୍କୁ ଶାନ୍ତ୍ବନା ଓ ଧୈର୍ଯ୍ୟ ଦେବା ପାଇଁ ଉତ୍ତରାଖଣ୍ଡର ତିନି ଅଧିକାରୀଙ୍କୁ ସରକାର ଘଟଣାସ୍ଥଳକୁ ମଧ୍ୟ ପଠାଇଛନ୍ତି । ପରିଜନଙ୍କ ଉପସ୍ଥିତି ଫଳରେ ଦୀର୍ଘ 9 ଦିନରୁ ଅଧିକ ସମୟ ଧରି ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ମନୋବଳ ଦୃଢ ହେବା ନେଇ ଆଶା କରାଯାଉଛି ।
-
#WATCH उत्तरकाशी, उत्तराखंड: सुरंग में फंसे 41 श्रमिकों को बचाने के लिए DRDO की रोबोटिक्स मशीन टीम सिलक्यारा सुरंग स्थल पर पहुंची।
— ANI_HindiNews (@AHindinews) November 20, 2023
(12 नवंबर को उत्तरकाशी में सिल्क्यारा सुरंग का एक हिस्सा ढह गया था।) pic.twitter.com/o2k3NSwWfb
ମିଳିଥିବା ସୂଚନା ଅନୁସାରେ, ଫସିଥିବା ଶ୍ରମିକଙ୍କ ପରିଜନଙ୍କ ଆସିବା ଓ ଫେରିବା ଖର୍ଚ୍ଚ, ସେମାନଙ୍କ ଖାଇବା,ପିଇବା ଓ ମୋବାଇଲ ଖର୍ଚ୍ଚ ସରକାର ବହନ କରିବେ । ସେମାନେ ଉଦ୍ଧାରକାରୀ ଟିମର ସଦସ୍ୟଙ୍କ ସହାୟତାରେ ଶ୍ରମିକଙ୍କ ସହ କଥା ମଧ୍ୟ ହୋଇପାରିବେ । ସେହିପରି ଉଦ୍ଧାରକାର୍ଯ୍ୟର ଅଗ୍ରଗତି ଓ ଜାରି ରହିଥିବା ପ୍ରକ୍ରିୟା ସମ୍ପର୍କରେ ଫସିଥିବା ଶ୍ରମିକଙ୍କ ନିଜ ରାଜ୍ୟର ଶ୍ରମ ଅଧିକାରୀଙ୍କୁ ମଧ୍ୟ ନିୟମିତ ଅବଗତ କରାଯିବାର ବ୍ୟବସ୍ଥା ଧାମି ସରକାର ଗ୍ରହଣ କରିଛନ୍ତି । ଏବେ ସୁଦ୍ଧା 9 ଦିନ ଧରି ଉଦ୍ଧାର ଅପରେସନ ଜାରି ରହିଥିବା ବେଳେ ବିଦେଶୀ ଯନ୍ତ୍ରପାତି ଓ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚିବାରେ ସଫଳତା ମିଳିବା ନେଇ ଆଶା କରାଯାଉଛି ।
-
#WATCH | Uttarkashi (Uttarakhand) tunnel rescue operation | International Tunneling Expert, Arnold Dix says "We are going to get those men out. Great work is being done here. Our whole team is here and we are going to find a solution and get them out. A lot of work is being done… https://t.co/ta5cXfBRyv pic.twitter.com/Mfwkxu5UbJ
— ANI (@ANI) November 20, 2023
-
#WATCH | Uttarkashi (Uttarakhand) tunnel rescue operation | Drone visuals from the Silkyara tunnel, a part of which collapsed in Uttarkashi on November 12. pic.twitter.com/h8RIhGYSz3
— ANI UP/Uttarakhand (@ANINewsUP) November 19, 2023
ଆଜି ଅନ୍ତର୍ଜାତୀୟ ଟନେଲିଂ ଏକ୍ସପର୍ଟ ଅର୍ଡନୋଲ୍ଡ ଡିକ୍ସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ଏକ ଗମ୍ଭୀର କାର୍ଯ୍ୟ ଓ ତାଙ୍କ ଟିମ ସେଠାରେ ରହିଛନ୍ତି । ଶୀଘ୍ର ସମାଧାନ ବାଟ ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟ ଏକ ଅତିରିକ୍ତ ଲାଇଫ-ଲାଇନ ପାଇପ ମଧ୍ୟ ବ୍ୟବସ୍ଥିତ କରାଯାଇଛି । ବହୁ ଅତ୍ୟାଧୁନିକ ଯନ୍ତ୍ରାଂଶ ସହାୟତାରେ ଖୋଳା କାମ ଜାରି ରହିଛି । ଆଉ ଦିନି କିମ୍ବା ଦୁଇ ଦିନ ମଧ୍ୟରେ ସଫଳତା ମିଳିବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
