ଆଜିଠୁ ତିନିଦିନିଆ ଭାରତ ଗସ୍ତରେ ଆସିବେ ଜନ୍ କେରୀ

author img

By

Published : Sep 12, 2021, 8:19 AM IST

ଆଜିଠୁ ତିନିଦିନିଆ ଭାରତ ଗସ୍ତରେ ଆସିବେ ଜନ୍ କେରୀ

ଆଜିଠୁ(ରବିବାର) ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଜଳବାୟୁ ସମ୍ପର୍କିତ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜନ୍ କେରୀ । ଅକ୍ଟୋବରରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କେରୀ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜିଠୁ(ରବିବାର) ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଜଳବାୟୁ ସମ୍ପର୍କିତ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜନ୍ କେରୀ । ଅକ୍ଟୋବରରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କେରୀ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଏହା କେରୀଙ୍କର ଭାରତକୁ ଦ୍ବିତୀୟ ଗସ୍ତ ।

ଏହା ପୂର୍ବରୁ ଗତ ସପ୍ତାହରେ ସେ ଜାପାନ ଓ ଚୀନ ପ୍ରତିପକ୍ଷ ଶି ଜେନହୁଆଙ୍କୁ ତିଆନଜିନରେ ଭେଟିଥିଲେ । ଚୀନ ସହ ଏ ବାବଦରେ କୌଣସି ଚୁକ୍ତି ହୋଇପାରିନଥିଲା । ଭାରତ ଗସ୍ତରେ ଆସି ଜଳବାୟୁ ସମସ୍ୟା ନେଇ ଭାରତ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିବେ । ବିଶ୍ବରେ ଜଳବାୟୁ ଅଭିଳାଷ ବୃଦ୍ଧି ତଥା ଭାରତରେ ସ୍ବଚ୍ଛ ଶକ୍ତି ପରିବର୍ତ୍ତନକୁ ତ୍ବରାନ୍ବିତ କରିବା ପାଇଁ ପ୍ରୟାସ କରିବେ ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଅକ୍ଟୋବର 31 ରୁ ନଭେମ୍ବର ୧୨ ଯାଏଁ ଅନୁଷ୍ଠିତ ହେବାକୁ ଥିବା ୨୬ତମ ନ୍ୟାସନାଲ କ୍ଲାଇମେଟ ଚେଞ୍ଜ ସମ୍ମିଳନୀ(UNFCC) ବା COP26 ଆମେରିକାର ଅଂଶଗ୍ରହଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ କେରୀ ।

ଏହା ପୂର୍ବରୁ ଏପ୍ରିଲରେ ଗ୍ଲୋବାଲ ୱାର୍ମିଂ ବିରୋଧରେ ଲଢେଇରେ ବିକଳ୍ପ ଶକ୍ତି ଉତ୍ପାଦନରେ ବିପଦକୁ ହ୍ରାସ କରିବାରେ ଆମେରିକା କିପରି ଅର୍ଥ ସଂଗ୍ରହ କରିବାରେ ସାହାଯ୍ୟ କରିପାରିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହୋଇଥିଲେ କେରୀ । ଚୀନ ଏବଂ ଆମେରିକା ପରେ ଗ୍ରୀନହାଉସ୍ ଗ୍ୟାସର ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ତମ ନିର୍ଗମନକାରୀ ଦେଶ । ଯଦିଓ ସେହି ଦେଶ ତୁଳନାରେ ମୁଣ୍ଡପିଛା ନିର୍ଗମନ ବହୁତ କମ୍ ।

ଜଳବାୟୁ ପ୍ରତି ଦାୟିତ୍ବବାନ ହେବା ଦେଶର ବିକାଶ ଦିଗରେ ବେଶ ସହାୟ ହୋଇଥାଏ । ଭାରତରେ ସ୍ଥାୟୀ ବିକାଶର ଟେମ୍ପଲେଟ୍ ସୃଷ୍ଟି କରିବାକୁ ଭାରତ ଅଂଶୀଦାରମାନଙ୍କୁ ସ୍ବାଗତ କରେ । ଏହା ମଧ୍ୟ ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ସାହାଯ୍ୟ କରିପାରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.