UP Assembly Poll: BJPକୁ ଝଟକା, SPରେ ଯୋଗ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

author img

By

Published : Jan 11, 2022, 3:33 PM IST

UP Assembly poll: BJP ଛାଡିଲେ ଉତ୍ତର ପ୍ରଦେଶ ମନ୍ତ୍ରୀ, SPରେ ଦେଲେ ଯୋଗ

ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ପର୍ବ ଆରମ୍ଭ । ଉତ୍ତର ପ୍ରଦେଶରେ ବିଜପିକୁ ଝଟକା । ସମାଜବାଦୀ ପାର୍ଟିରେ ଯୋଗ ଦେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ସ୍ବାଗତ କଲେ ଅଖିଳେଶ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ଆଉ ଏକ ମାସରୁ କମ ସମୟ ଥିବାବେଳେ ଶାସକ BJPକୁ ବଡ ଝଟକା ଲାଗିଛି । ଆଜି (ମଙ୍ଗଳବାର) ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ BJP ଛାଡି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (SP)ରେ ସାମିଲ ହୋଇଛନ୍ତି । SP ମୁଖ୍ୟ ଅଖିଳେଶ ତାଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

  • सामाजिक न्याय और समता-समानता की लड़ाई लड़ने वाले लोकप्रिय नेता श्री स्वामी प्रसाद मौर्या जी एवं उनके साथ आने वाले अन्य सभी नेताओं, कार्यकर्ताओं और समर्थकों का सपा में ससम्मान हार्दिक स्वागत एवं अभिनंदन!

    सामाजिक न्याय का इंक़लाब होगा ~ बाइस में बदलाव होगा#बाइसमेंबाइसिकल pic.twitter.com/BPvSK3GEDQ

    — Akhilesh Yadav (@yadavakhilesh) January 11, 2022 " class="align-text-top noRightClick twitterSection" data=" ">

ସ୍ବାମୀ ପ୍ରସାଦ ମୌର୍ଯ୍ୟ ଉତ୍ତର ପ୍ରଦେଶର ପାଦ୍ରୁନା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । 2016 ରେ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି (BSP)ରୁ ଇସ୍ତାଫା ଦେଇ BJPରେ ଯୋଗ ଦେଇଥିଲେ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଶିବିର ଛାଡିଛନ୍ତି । ସେହିପରି ସପାରେ ଯୋଗଦେବା ନିଷ୍ପତ୍ତିକୁ ଦଳ ମୁଖ୍ୟ ଅଖିଳେଶ ଯାଦବ ସ୍ବାଗତ କରିଛନ୍ତି ।

ଆସନ୍ତା ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଜେପି ତାର ନିର୍ବାଚନୀ ରଣନୀତି ଆରମ୍ଭ କରି ସାରିଛି । ଚଳିତ ମାସ 14 ତାରିଖରୁ ଦଳ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଯୋଗୀ ସରକାର ଉପଲବ୍ଧିର ତାଲିକା ନେଇ ଦ୍ବାର ଦ୍ବାର ବୁଲି ଭୋଟ ମାଗିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି । ସେପଟେ ଆଜି (ମଙ୍ଗଳବାର) ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସାମିଲ ହୋଇଥିବା ବେଳେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ବୈଠକ ଜାରି ରହିଛି । ତେବେ ଦଳ ପକ୍ଷରୁ ବ୍ୟାପକ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଦଳରୁ ଇସ୍ତାଫା ଦେଇ ବିରୋଧୀ ଦଳରେ ସାମିଲ ହେବା ନେଇ ରାଜନୀତି ଜାର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.