ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଲା ସ୍ବାମୀ

author img

By

Published : Jan 22, 2023, 8:54 AM IST

ସ୍ତ୍ରୀର ପ୍ରେମିକକୁ ହତ୍ୟା

ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ । ଖଣ୍ଡ ବିଖଣ୍ଡିତ ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ଅଳିଆ ଗଦାରେ ଫିଙ୍ଗିଦେଲା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ । ଏହାପରେ ଶରୀରର ବିଭିନ୍ନ ଅଂଶବିଶେଷକୁ ବ୍ୟାଗରେ ଭର୍ତ୍ତି କରି ଅଳିଆ ଗଦାରେ ଫିଙ୍ଗିଦେଲା । ଉତ୍ତରପ୍ରଦେଶ ଗାଜିଆବାଦରୁ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଶନିବାର ଦିନ ପୋଲିସ ପ୍ରେମିକର ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ କରିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି । ମୃତକ ୨୬ ବର୍ଷୀୟ ଅକ୍ଷୟ । ତାଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ଗାଜିଆବାଦରେ ଭଡାରେ ରହିଆସୁଥିବା ଜଣାପଡିଛି ।

ସୂଚନା ମୁତାବକ, ମୀଲାଲ ପ୍ରଜାପତି ନାମକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇଛି । ମୀଲାଲା ନିଜ ପତ୍ନୀ ଓ ଝିଅ ସହ ଗାଜିଆବାଦରେ ରହୁଥିଲା । ଏହି ସମୟରେ ସେଠାରେ ରହୁଥିବା ଅକ୍ଷୟଙ୍କ ସହ ତାଙ୍କ ପତ୍ନୀଙ୍କ ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲା । ପର ପୁରୁଷ ସହ ନିଜ ସ୍ତ୍ରୀର ପ୍ରେମ ସମ୍ପର୍କକୁ ମୀଲାଲ ସହ୍ୟ କରିପାରିନଥିଲା । ତେଣୁ ସେ ଅକ୍ଷୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଦିନେ ମୀଲାଲଙ୍କ ଅନୁପସ୍ଥିତିରେ ଅକ୍ଷୟ ତାଙ୍କ ଘରକୁ ଆସିଥିଲେ ଓ ଚା' ପାଇଁ କହିଥିଲେ । ମୀଲାଲଙ୍କ ପତ୍ନୀ ଚା' ତିଆରି କରୁଥିବା ସମୟରେ କୌଣସିମତେ ଗରମ ଚା' ତାଙ୍କ କୁନି ଝିଅ ପାଦରେ ପଡି ଯାଇଥିଲା ।

ମୀଲାଲ ଘରକୁ ଫେରି ଝିଅକୁ ହସ୍ପିଟାଲକୁ ନେଇଥିଲା ଏବଂ ରାଗରେ ଜର୍ଜରିତ ହୋଇ ସେହି ଠାରୁ ଅକ୍ଷୟଙ୍କୁ ମାରିବାକୁ ଯୋଜନା ତିଆରି କରିଥିଲା । ଏହାପରେ ଘର କାମରେ ସାହାଯ୍ୟ କରିବା ଆଳରେ ସେ ଅକ୍ଷୟଙ୍କୁ ଘରକୁ ଡକାଇଥିଲା । ଯୁବକ ଘରକୁ ଆସିବା ପରେ ମୀଲାଲ ତାଙ୍କର ଗଳାକାଟି ହତ୍ୟା କରିଥିଲା ଏବଂ ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ କାଟି ୬ରୁ ଅଧିକ ଖଣ୍ଡ କରିଦେଇଥିଲା । ଏହାପରେ ଶରୀରର ଅଂଶବିଶେଷ ଗୁଡିକ ଏକ ବ୍ୟାଗରେ ଭର୍ତ୍ତି କରି ପାଖ ଅଳିଆ ଗଦାରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ ।

ସେହି ବାଟ ଦେଇ ଯାଉଥିବା ବେଳେ କିଛି ଲୋକ ଅଳିଆ ଗଦାରେ ଏହି ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦେଖିବାକୁ ପାଇଥିଲେ । ସେମାନଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମାମଲାର ଛାନଭିନରୁ ସ୍ତ୍ରୀର ଅନୈତିକ ସମ୍ପର୍କ ସନ୍ଦେହରେ ମୀଲାଲ ପ୍ରଜାପତି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.