Telecom Relief Package: ଟେଲିକମ କ୍ଷେତ୍ରକୁ ବଡ ଆଶ୍ବସ୍ତି, ୧୦୦% FDI ମଞ୍ଜୁର କଲା କେନ୍ଦ୍ର

author img

By

Published : Sep 15, 2021, 8:02 PM IST

Telecom Relief Package: ଟେଲିକମ କ୍ଷେତ୍ରକୁ ବଡ ଆଶ୍ବସ୍ତି, ୧୦୦% FDI ମଞ୍ଜୁର କଲା କେନ୍ଦ୍ର

ଟେଲିକମ କ୍ଷେତ୍ରରେ ଅଟୋମେଟିକ ରୁଟ ଜରିଆରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (FDI)କୁ ମିଳିଛି କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଟେଲିକମ କ୍ଷେତ୍ରରେ ୯ଟି ସଂସ୍କାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସଂସ୍କାର ଟେଲିକମ ସେକ୍ଟରର ସଂପୂର୍ଣ୍ଣ ରୂପରେଖକୁ ବଦଳାଇବାରେ ସହାୟକ ହେବ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦୂରସଞ୍ଚାର ତଥା ଟେଲିକମ କ୍ଷେତ୍ର ପାଇଁ ଆଶ୍ବସ୍ତି ପ୍ୟାକେଜକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକର । ଟେଲିକମ କ୍ଷେତ୍ରରେ ଅଟୋମେଟିକ ରୁଟ ଜରିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (FDI)କୁ ମିଳିଛି କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ସରକାରଙ୍କ ଏହି ନିଷ୍ପତ୍ତି ଆଇଡିଆ ଓ ଭୋଡାଫୋନ ଭଳି ଟେଲିକମ କମ୍ପାନୀକୁ ଆଶ୍ବସ୍ତି ପ୍ରଦାନ କରିବ ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଆଇଟି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଟେଲିକମ କ୍ଷେତ୍ରରେ ୯ଟି ସଂସ୍କାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସଂସ୍କାର ଟେଲିକମ ସେକ୍ଟରର ସଂପୂର୍ଣ୍ଣ ରୂପରେଖକୁ ବଦଳାଇବାରେ ସହାୟକ ହେବ । ଏହାସହିତ ସ୍ପେକ୍ଟ୍ରମ ପ୍ରୟୋଗକର୍ତ୍ତା ଶୁଳ୍କକୁ ସୁସଙ୍ଗତ କରାଯାଇଛି ।

ପ୍ରସ୍ତାବିତ ଆଶ୍ବସ୍ତି ଉପାୟରେ ବକେୟା ଭରଣା କରିବା ପାଇଁ ସମୟ ଦେବା, ଏଜିଆରକୁ ପୁଣି ଥରେ ପରିଭାଷିତ କରିବା ଓ ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କରେ ଛାଡ ଆଦି ସାମିଲ ରହିଛି । ଏହି ଜରିଆରେ ଟେଲିକମ କ୍ଷେତ୍ରରେ ସୁଧାର କରାଯାଇପାରିବ । ଏଜିଆରକୁ ଯୁକ୍ତିସଙ୍ଗତ ବୋଲି ଦର୍ଶାଇଛି ମନ୍ତ୍ରୀମଣ୍ଡଳ । ଏହାସହିତ ଟେଲିକମ କମ୍ପାନୀ ଓ ଅଣଟେଲିକମ କମ୍ପାନୀର ଆୟକୁ ଆଇନଗତ ଶୁଳ୍କ ଭରଣାରୁ ଅଲଗା କରାଯାଇଛି ।

ଦେୟ ପ୍ରଦାନ ପାଇଁ ଟେଲିକମ୍ କମ୍ପାନୀଗୁଡିକୁ ଚାରି ବର୍ଷର ସମୟ ଦେଇଛନ୍ତି କେନ୍ଦ୍ର ସରକାର । ଟେଲିକମ୍ କମ୍ପାନୀଗୁଡିକ ଦିଆଯାଇଥିବା ସମୟ ମଧ୍ୟରେ ଅବଧି ମଧ୍ୟରେ ସୁଧ ଭରଣା କରିବେ । ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ସ୍ପେକ୍ଟ୍ରମ୍ ନିଲାମ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏୟାରଟେଲ, ଜିଓ ଆଦି କମ୍ପାନୀ ଟେଲିକମ୍ ଶିଳ୍ପ ପାଇଁ ସରକାରଙ୍କ ସଂସ୍କାରକୁ ପ୍ରଶଂସା କରିଛନ୍ତି । ଭାରତୀ ଏୟାରଟେଲର ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି, ଆମେ ସରକାରଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛୁ, ଯିଏକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ଏହି ସଂସ୍କାର ଆଣିଛନ୍ତି । ଏହା ଡିଜିଟାଲ ଭାରତ ଭିଜନକୁ ଦର୍ଶାଉଥିବା କହିଛନ୍ତି ସୁନୀଲ ଭାରତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.