Human Trafficking: 2 ଲକ୍ଷରେ ଯୁବତୀଙ୍କୁ ବିକି ଦେଲା ପଡୋଶୀ, 2 ମାସ ଧରି ଦୁଷ୍କର୍ମର ଶିକାର

author img

By

Published : Aug 10, 2022, 9:47 AM IST

Human Trafficking in Haridwar: 2 ଲକ୍ଷ ଟଙ୍କାରେ ନାବାଳିକାକୁ ବିକି ଦେଲା ସମ୍ପର୍କୀୟ

ହରିଦ୍ବାରରେ ଅଭାବନୀୟ ଘଟଣା । 2 ଲକ୍ଷ ଟଙ୍କା ପାଇଁ ଯୁବତୀଙ୍କୁ ବିକ୍ରି କରିଦେଲା ପଡୋଶୀ । 2 ମାସ ଦୁଷ୍କର୍ମର ଶିକାର ହେବା ପରେ କୌଶଳକ୍ରମେ ଖସି ଆସି ପୋଲିସରେ ଯୁବତୀଙ୍କ ଅଭିଯୋଗ । ଡିଜିପିଙ୍କ ହସ୍ତକ୍ଷେପ ପରେ ତଦନ୍ତ ଆରମ୍ଭ କରିଛି ହରିଦ୍ବାର ପୋଲିସ । ଅଧିକ ପଢନ୍ତୁ

ଡେରାଡୁନ: ଟଙ୍କା ପାଇଁ ଯୁବତୀଙ୍କୁ ବିକ୍ରି କରିଦେଲା ଜଣେ ପଡୋଶୀ । ପୀଡିତା ଜଣଙ୍କ ପ୍ରାୟ ଦୁଇ ମାସ ଧରି ଦୁଷ୍କର୍ମର ଶିକାର ହେବା ପରେ ଖସି ଆସି ପୋଲିସରେ ଅଭିଯୋଗ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହରିଦ୍ବାରରେ ।

ଯୁବତୀଜଣଙ୍କ ବିହାରର ହୋଇଥିବା ବେଳେ ଉତ୍ତରାଖଣ୍ଡର ହରିଦ୍ବାରରେ ରହି ଏକ କମ୍ପାନୀରେ କାମ କରୁଥିଲେ । ତାଙ୍କର ଜଣେ ପଡୋଶୀ ତାଙ୍କୁ କିଛି ବାହାନା କରି ଉତ୍ତର ପ୍ରଦେଶ ସାହରନପୁର ନେଇଯିବା ସହ ସେଠାରେ ତାଙ୍କୁ 2ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ । ପ୍ରାୟ 2ମାସ ସେଠାରେ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବା ପରେ ଯୁବତୀ ଜଣଙ୍କ ଖସି ଆସି ପୋଲିସରେ ଅଭିଯୋଗ କରିବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିଛନ୍ତି । ।

ମିଳିଥିବା ସୂଚନା ଅନୁସାରେ, ଏହି ମାମଲାଟି ମାର୍ଚ୍ଚର ମାସର । ପୀଡିତା ଯୁବତୀଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଏତଲା ଗ୍ରହଣ କରୁନଥିଲା । ଶେଷରେ ପୀଡିତା ଡେରାଡୁନରେ ପହଞ୍ଚି ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିବା ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିଥିବା ସୂଚନା ମିଳିଛି ।

ପୀଡ଼ିତାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ‘‘ତାଙ୍କୁ ଉତ୍ତର ପ୍ରଦେଶରେ ବିକ୍ରି କରି ଦିଆଯିବା ପରେ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ବିବାହ କରାଯାଇଥିଲା । ବିବାହ କରିବାକୁ ମନା କରିବାରୁ ତାଙ୍କୁ ବିକ୍ରି କରି ଦିଆଯାଇଥିବା ଜାଣିବାକୁ ପାଇଥିଲେ ସେ । ତାଙ୍କୁ ବନ୍ଧକ ରଖି ଲଗାତାର ଦୁଇ ମାସ ଧରି ଦୁଷ୍କର୍ମ କରାଯାଇଥିବା’’ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପୀଡିତା । ଏବେ ସେ କୌଶଳକ୍ରମେ ଖସିଆସି ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.