ଆନ୍ଧ୍ରରେ ଲଜ୍ୟା, 2ଦିନରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

author img

By

Published : Sep 20, 2022, 1:09 PM IST

tribal women raped and murdered in Andhra Pradesh

ଆନ୍ଧ୍ରପ୍ରଦେଶରେ ଦୁଇ ଦିନରେ ଦୁଇଟି ଭିନ୍ନ ସ୍ଥାନରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଲଜ୍ୟା । ରାଜ୍ୟରେ ଦୁଇ ଦିନରେ ଦୁଇଟି ଅଲଗା ସ୍ଥାନରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଅନାକାପଲ୍ଲୀ ଅଚ୍ୟୁତପୁରମରେ ଜଣେ ପ୍ରବାସୀ ମହିଳା କର୍ମଚାରୀଙ୍କୁ ଅନ୍ୟଜଣେ କର୍ମଚାରୀ ଦୁଷ୍କର୍ମ ପରେ ହତ୍ୟା କରିଥିବାବେଳେ ପାଲନାଡୁ ଜିଲ୍ଲାରେ ଅନ୍ୟ ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ଅଚ୍ୟୁତପୁରମରେ ଘଟଣାରେ ଜଣେ 32 ବର୍ଷୀୟା ଆଦିବାସୀ ମହିଳା ତାଙ୍କ ପିଲାଙ୍କୁ ଘରେ ଛାଡି ଅଚ୍ୟୁତାପୁରମ ଏସଇଜେଡରେ କାମ କରୁଥିଲେ । ତାଙ୍କ ସ୍ବାମୀ ମଧ୍ୟ ଏସଇଜେଡ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ । ସେ ସେଠାରେ ପ୍ରବାସୀ ଶ୍ରମିକ ଭାବେ କରୁଥିଲେ । ଗତ ଶନିବାର କାମ ସାରି ମହିଳାଜଣଙ୍କ ଫେରୁଥିଲେ ।

ପଶ୍ଚିମବଙ୍ଗରୁ ଆସି ଆରସିଏଲରେ କାମ କରୁଥିବା ସୁଜାନ ସର୍ଦାର ନାମକ ଜଣେ ବ୍ୟକ୍ତି ଘରେ ମହିଳାଙ୍କୁ ଏକୁଟିଆ ଥିବା ଦେଖି ତାଙ୍କ ଉପରେ ଆକ୍ରମଣ କରିଥିଲା । ଦୁଷ୍କର୍ମ କରିବା ପରେ ତାଙ୍କୁ ଘଟଣା ନେଇ କାହାକୁ କହିଲେ ହତ୍ୟା କରିବାରୁ ଧମକ ଦେଇଥିଲେ । ମହିଳାଙ୍କ ମୁଣ୍ଡକୁ ଦୁର୍ବୃତ୍ତ ଜଣକ ଏକ ଲୁହା ରଡରେ ପିଟି ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଅପରାଧ ଘଟାଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ।

ପାଲନାଡୁ ଜିଲ୍ଲା ମାଚେରଲା ଘଟଣାରେ ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । 3ଜଣ ଦୁର୍ବୁତ୍ତ ଜଣେ 40 ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ଅନେକ ବର୍ଷ ହେବ ସେହି ଅଞ୍ଚଳରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ତଳେ ତାଙ୍କ ଫୋନ ହଜି ଯାଇଥିଲା । ତାଙ୍କ ପଡୋଶୀ ଭେଙ୍କାନାନ ତାଙ୍କୁ ଫୋନ ଖୋଜିବା ନେଇ ସାହାଯ୍ୟ କରିବାକୁ କହିଥିଲେ । ଶୁକ୍ରବାର ସେ ତାଙ୍କୁ ଦେଖା କରିବାକୁ ଯାଇଥିଲେ । ସେଠାରେ ମହିଳା ଜଣକ ଫେରିବା ପରେ ସେହି କଲୋନୀର ଚିନା ଅଞ୍ଜି, ବାଇସ୍ବାମୀ ଏବଂ ଅଞ୍ଜିଙ୍କ ଶିକାର ହୋଇଥିଲେ ମହିଳା ଜଣଙ୍କ । ଦୁଷ୍କର୍ମ ପରେ ମହିଳାଙ୍କ ମୁଣ୍ଡକୁ ପଥର ମାଡ କରିଥିଲେ ଦୁର୍ବୃତ୍ତ ଏହାପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢନ୍ତୁ...ଶାଶୁ ଶ୍ବଶୁରଙ୍କୁ ବୋହୂର ବ୍ଲାକମେଲ୍‌, ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ ଧମକ

ମହିଳା ଘରକୁ ନ ଫେରିବାର ଏ ନେଇ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ଘର ଲୋକ ମହିଳାଙ୍କୁ ଖୋଜିବା ପରେ ତାଙ୍କ ପୋଷା କୁକୁରୁ ଘଟଣାସ୍ଥଳକୁ ଯାଇଥିଲା । ସେଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କ ବୟସ 20ରୁ 25 ବର୍ଷ ଭିତରେ ହେବ । ଘଟଣାରେ ସ୍ଥାନୀୟ ବିଧାୟକ ପୀଡିତାଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.