ଟିଉସନ ନାଁରେ ଦେଢମାସ ଧରି ୮ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ

author img

By

Published : Sep 24, 2021, 9:26 AM IST

ପୁଣି ମହାରାଷ୍ଟ୍ରରେ ଲଜ୍ୟା:  ୮ ବର୍ଷର ଛାତ୍ରୀଙ୍କୁ ଦେଢମାସ ଧରି ଦୁଷ୍କର୍ମ ବନ୍ଧା ହେଲେ ଟ୍ୟୁସନ ଶିକ୍ଷକ

୮ ବର୍ଷର ଛାତ୍ରୀଙ୍କୁ ଦେଢମାସ ଧରି ଦୁଷ୍କର୍ମ କରି ବନ୍ଧା ହେଲା ସଇତାନ ଶିକ୍ଷକ । ଅଧିକ ପଢନ୍ତୁ...

ମୁମ୍ବାଇ: ଗୁରୁଙ୍କ ନାଁରେ କଳଙ୍କ । ଦେଢ ମାସ ଧରି ୮ ବର୍ଷର ଛାତ୍ରୀଙ୍କୁ କରୁଥିଲେ ଦୁଷ୍କର୍ମ । ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ବନ୍ଧା ହୋଇଛି ସଇତାନ ଶିକ୍ଷକ । ଏଭଳି ଲଜ୍ଜାଜନକ ଘଟଣା ମହାରାଷ୍ଟ୍ରର କଲ୍ୟାଣରେ । ଶିକ୍ଷକ ଜଣଙ୍କ ହେଉଛନ୍ତି ମୁଦର ତାଲଓ୍ବାଲା । ସେ ନାବାଳିକାଙ୍କ ଘରକୁ ଟିଉସନ କରିବାକୁ ଯାଉଥିଲେ ।

ତେବେ ନାବାଳିକାଙ୍କ ମା’ ତାଙ୍କ ବାପ ଘରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଟିଉସନ ଶିକ୍ଷକ ଛାତ୍ରୀଙ୍କୁ ଦୀର୍ଘ ଦେଢ ମାସ ଧରି ଦୁଷ୍କର୍ମ କରିଥିଲେ ଏବଂ ଏନେଇ କାହାରକୁ ନକହିବାକୁ ମଧ୍ୟ ଧମକ ଦେଇଥିଲେ । ଏହା ପରେ ପୀଡିତାଙ୍କ ମା ଘରକୁ ଆସିବା ପରେ ସେ ଏ ବିଷୟରେ ଅବଗତ କରାଇଥିଲେ । ଏହାପରେ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଶିକ୍ଷକଙ୍କୁ ଗିରଫ କରିଛି ।

ଗତକାଲି ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଜଣେ ନାବାଳିକାକୁ ୯ ମାସ ଧରି ୩୩ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଯାହା ପୁରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା । ତେବେ ଏ ଘଟଣାକୁ ୨୪ ଘଣ୍ଟା ପୁରି ନଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.