ରାସ୍ତାକଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୪ ମୃତ

author img

By

Published : Sep 21, 2022, 9:32 AM IST

ରାସ୍ତାକଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୪ ମୃତ

ଦିଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ରାତିରେ ରାସ୍ତାକଡରେ ଶୋଇଥିବା ସମୟରେ ୬ ଜଣଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୪ ମୃତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାସ୍ତାକଡରେ ଶୋଇଥିବା ସମୟରେ ମାଡିଗଲା ଟ୍ରକ(Truck crushed people on footpath)। ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ସୀମାପୁରୀ ଅଞ୍ଚଳରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ମାଡିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୧ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୀତାପୁରୀ ଅଞ୍ଚଳରେ କିଛି ଲୋକ ରାତିରେ ଫୁଟଫାଥରେ ଶୋଇଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଏକ ଟ୍ରକ ହଠାତ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକ ଚାପାରେ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦୁଇ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି ।

ଏହାମଧ୍ୟ ପଢନ୍ତୁ: ହୋଟେଲରେ ପ୍ରେମିକା ସହ ଧରାପଡିଲେ ସ୍ବାମୀ, ଦୁହିଁଙ୍କୁ ଚପଲରେ ଛେଚିଲେ ସ୍ତ୍ରୀ

ମୃତକମାନଙ୍କ ପରିଚୟ ମିଳିଛି । ସେହିପରି ଆହତ ଦୁଇ ବ୍ୟକ୍ତି ଦିଲ୍ଲୀ ନିବାସୀ ହୋଇଥିବା ଜଣାପଡିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଘଟଣାସ୍ଥଳର ସିସିଟିଭି ଫୁଟେଲ ଆଧାରରେ ଟ୍ରକ ମଡାଇଥିବା ଚାଳକକୁ ଖୋଜାଖୋଜି କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.