Road Accident In Unnao: ଟ୍ରକ-କାର ମୁହାଁମୁହିଁ ଧକ୍କା, ୬ ମୃତ

author img

By

Published : Jan 23, 2023, 7:54 AM IST

truck collided with a car

ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହେବାରୁ ୬ଜଣଙ୍କର ମୃତ୍ୟୁ । ଉତ୍ତରପ୍ରଦେଶର ଉନାଓରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଦ୍ରୁତଗାମୀ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଉନାଓ ଜିଲ୍ଲାର ଲକ୍ଷ୍ନୌ-କାନପୁର ହାଇୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ରବିବାର ସନ୍ଧ୍ୟା ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି । ଛଅ ମୃତକ ହେଉଛନ୍ତି ଛୋଟେଲାଲ, ଶିବଙ୍ଗ, ଭିମଲେଶ, ରାମପ୍ୟାରୀ ଏବଂ ତାଙ୍କ ଝିଅ ଶିବାନୀ । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସମସ୍ତ ମୃତକ କେଉଁ ଜିଲ୍ଲାର ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଟ୍ରକଟି ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ଟାଣି ହୋଇ କିଛି ରାସ୍ତା ଯିବା ପରେ ଜଣେ ମହିଳା ଓ ତାଙ୍କ ଝିଅକୁ ଧକ୍କା ଦେଇ ଏକ ଗାତରେ ପଡିଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାର ଯାଞ୍ଚ କରୁଛି । ''

ଗତ କିଛିଦିନ ତଳେ ଜମ୍ମୁ କାଶ୍ମୀରରେ ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ୨୦ରୁ ଅଧିକ ଯାତ୍ରୀଙ୍କ ନେଇ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ପୂର୍ବରୁ ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ରାଇଗଡ ଜିଲ୍ଲା ଅନ୍ତର୍ଗତ ଗୋଆ ମୁମ୍ବାଇ ଜାତୀୟ ରାଜପଥରେ ଟ୍ରକ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଜଣେ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ତିନି ଜଣ ମହିଳା ଓ ଜଣେ ଶିଶୁ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.