Travel Alert: ଅନ୍ତର୍ଜାତୀୟ ଆଗମନ ପାଇଁ ନୂଆ ଗାଇଡ଼ଲାଇନ ଆଣିଲା କେନ୍ଦ୍ର

author img

By

Published : Dec 7, 2021, 8:08 PM IST

Travel Alert: ଅନ୍ତର୍ଜାତୀୟ ଆଗମନ ପାଇଁ ନୂଆ ଗାଇଡ଼ଲାଇନ ଆଣିଲା କେନ୍ଦ୍ର

କେନ୍ଦ୍ର ସରକାରଙ୍କୁ ଘାରିଛି ଓମିକ୍ରନ ଭୟ । ଦେଶରେ ସଂକ୍ରମଣକୁ ରୋକିବା ପାଇଁ ବାହାର ରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଗାଇଡଲାଇନ ହୋଇଛି ଜାରି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିମାନ ଚଳାଚଳ ମନ୍ତ୍ରଣାଳୟ (MOCA) ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଭାରତରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ସମସ୍ତ ଆନ୍ତର୍ଜାତିକ ଆଗମନ ପାଇଁ କେନ୍ଦ୍ର ସରକାର 'ଏୟାର ସୁବିଧା' ପୋର୍ଟାଲ(Air Suvidha Portal)ରେ ସେଲ୍ଫ ଡିକ୍ଲାରେସନ(self-declaration)କୁ ବାଧ୍ୟତାମୂଳକ ଘୋଷଣା କରିଛି । ଓମିକ୍ରନ(Omicron) ଭାରିଆଣ୍ଟ ପାଇଁ ଏଭଳି ନିର୍ଦ୍ଦେଶାବଳୀ ଆଣିଛି କେନ୍ଦ୍ର ।

ଯାତ୍ରୀମାନେ ବିମାନ ଚଳାଚଳ ପୂର୍ବରୁ 'ଏୟାର ସୁବିଧା' ପୋର୍ଟାଲରେ ବର୍ତ୍ତମାନର ସ୍ବାସ୍ଥ୍ୟ ସ୍ଥିତି ଘୋଷଣା କରିବା ସହିତ ପାସପୋର୍ଟର ଜେରକ୍ସ, 72 ଘଣ୍ଟାର RTPCR ରିପୋର୍ଟ ଏବଂ ଟୀକାକରଣ ସାର୍ଟିଫିକେଟ ଆଦି ଦାଖଲ କରିବେ । MOCA(Minimum Obstruction Clearance Altitude) ଦ୍ବାରା ବିକଶିତ ଏହି ପୋର୍ଟାଲ୍ ବାହାରୁ ଆସୁଥିବା ଯାତ୍ରୀ ଯଦି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ଯୋଗାଯୋଗ କରିବାରେ ସହାୟକ ହେବ । ଓମିକ୍ରନ ଭାଇରସ ବାହାରିଥିବା ରାଷ୍ଟ୍ରଗୁଡିକରୁ ଆସୁଥିବା ବ୍ୟକ୍ତିମାନେ ଦେଶରେ ପହଞ୍ଚିବା ପରେ କୋରୋନା ଟେଷ୍ଟ କରିବେ । ତେବେ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଏୟାରପୋର୍ଟରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ଯଦି ରିପୋର୍ଟ ନେଗେଟିଭ ଆସେ, ତଥାପି ସେମାନେ ୭ ଦିନ ହୋମ କ୍ବାରେଣ୍ଟାଇନରେ ରହିବେ । ଏହାପରେ ୮ମ ଦିନରେ ସେମାନେ ପୁଣି କୋରୋନା ଟେଷ୍ଟ କରାଇବେ । ରିସ୍କ ରାଷ୍ଟ୍ର(countries at risk) ତାଲିକାରେ ରହିଛନ୍ତି UK, ସାଉଥ ଆଫ୍ରିକା, ବ୍ରାଜିଲ, ଚୀନ, ମରିସସ୍‌, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ତାଞ୍ଜେନିଆ, ହଙ୍ଗକଙ୍ଗ୍‌, ଇସ୍ରାଏଲ ଆଦି ଦେଶଗୁଡ଼ିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.