ଜଣେ ବିଶ୍ବାସ ଘାତକ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଶୋକ ଗେହଲଟ

author img

By

Published : Nov 25, 2022, 11:48 AM IST

Updated : Nov 25, 2022, 1:59 PM IST

ଜଣେ ବିଶ୍ବାସ ଘାତକ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ

ସଚିନ ପାଇଲଟଙ୍କୁ ବିଶ୍ବାସ ଘାତକ କହିଲେ ଅଶୋକ ଗେହଲଟ । ତେଣୁ ସେ କେବେ ବି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହଁ ବୋଲି କହିଛନ୍ତି ଗେହଲଟ ।

ନୂଆଦିଲ୍ଲୀ: ପୁଣି ସରଗରମ ହୋଇଛି ରାଜସ୍ଥାନ ରାଜନୀତି । ତୀବ୍ର ହେଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ । ପାଇଲଟଙ୍କୁ ବିଶ୍ବାସ ଘାତକ କହିବାସହ, ଏଭଳି ଜଣେ ବ୍ୟକ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଗେହଲଟ । ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଅଶୋକ ଗେହଲଟ ଏପରି କହିଛନ୍ତି । ଗେହଲଟଙ୍କ ଏହି ବୟାନ ପରେ ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା ଅନ୍ତଃକନ୍ଦଳ ଅଧିକ ଜଟିଳ ହୋଇଛି ।

ଗେହଲଟ କହିଛନ୍ତି ଯେ, ''ସଚିନ ପାଇଲଟ ବିଜେପି ସହ ହାତ ମିଳାଇଛନ୍ତି, ୨୦୨୦ରେ ପାଇଲଟଙ୍କ ନେତୃତ୍ୟରେ ହୋଇଥିବା ବିଦ୍ରୋହରେ ବିଧାୟକଙ୍କୁ ୫ରୁ ୧୦ କୋଟି ଟଙ୍କା ଦିଆଯାଇଛି, ଏହାର ପ୍ରମାଣ ମଧ୍ୟ ରହିଛି ।'' ସାକ୍ଷାତକାରରେ ଅଶୋକ ଗେହଲଟ ପାଇଲଟଙ୍କୁ ଥରେ କି ଦୁଇ ଥର ନୁହଁ ବରଂ ଅନେକ ଥର ‘ବିଶ୍ବାସଘାତକ’ ବୋଲି କହିଥିଲେ । ଏଥିସହ ଦାବି କରିଥଲେ ଯେ କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ କେବେବି ମୁଖ୍ୟମନ୍ତ୍ରୀ କରିବେ ନାହିଁ ।

''ଯେଉଁ ବ୍ୟକ୍ତିଙ୍କ ପାଖରେ ୧୦ ବିଧାୟକ ନାହାନ୍ତି , ସିଏ କ୍ଷମତା ପାଇଁ ବିଦ୍ରୋହ କରିଥିଲେ, ତେଣୁ ସେ ହେଉଛନ୍ତି ବିଶ୍ବାସଘାତକ । ସେ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ।" ଏତିକିରେ ଅଟକିନଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ପାଇଲଟଙ୍କ ଗୋଷ୍ଠୀ ବିଜେପିଠାରୁ କୋଟି କୋଟି ଟଙ୍କା ନେଇଥିବାର ପ୍ରମାଣ ତାଙ୍କ ପାଖରେ ରହିଥିବା କହିଥିଲେ ।

''୨୦୨୦ରେ ପାଇଲଟ ଏବଂ ତାଙ୍କୁ ସମର୍ଥନ କରୁଥିବା ୧୯ ଜଣ ବିଧାୟକ ମାନେସର ଏକ ହୋଟେଲରେ କ୍ୟାମ୍ପ କରିଥିଲେ, ଯେଉଁଥିପାଇଁ ରାଜସ୍ଥାନ ସରକାର ସଙ୍କଟରେ ଥିଲା । ଦେଶରେ ଏହା ପ୍ରଥମ ଥର ହୋଇଥିଲା, ଯେତେବେଳେ ଦଳର ନେତା ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ । ସେମାନେ ବିଜେପି ଠାରୁ ଟଙ୍କା ଆଣିଥିଲେ, ଯେଉଁ କାରଣରୁ ଆମେ ୩୪ ଦିନ ହୋଟେଲରେ ରହିଥିଲୁ ।''

ଗେହଲଟ ଆହୁରି ମଧ୍ୟ କହିଛନ୍ତି ଯେ, ''ସେମାନେ ଆମ ସରକାରକୁ ହଟାଇବାକୁ ଚେଷ୍ଟା କରୁଥିଲେ ଏବଂ ଅମିତ ଶାହା ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ଜଡିତ ଥିଲେ । ଧର୍ମେନ୍ଦ୍ର ପ୍ରଧାନ ମନେସର ହୋଟେଲରେ ବିଧାୟକଙ୍କୁ ଭେଟିବାକୁ ଆସୁଥିଲେ ବୋଲି ସାକ୍ଷାତକାରରେ କହିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

Last Updated :Nov 25, 2022, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.