TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 6, 2022, 10:01 PM IST

TOP NEWS@9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1. Vice president poll: ଜଗଦୀପ ଧନଖର ଉପ ରାଷ୍ଟ୍ରପତି ନିର୍ବାଚିତ

ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର । ମିଳିଲା 528 ଭୋଟ । ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛ ମାତ୍ର ୧୮୨ ଭୋଟ । ଅଲଭା ପାଇଥିବା ଭୋଟ ପ୍ରତିଶତ ହେଉଛି ମାତ୍ର 25.1 ପ୍ରତିଶତ । ସେହିପରି ବିଭିନ୍ନ କାରଣରୁ ୧୫ଟି ଭୋଟ ନାକଜ ହୋଇଯାଇଥିବା ସୂଚନା ମିଳିଛି ।

2. ଆମ ଦାବିକୁ ସମର୍ଥନ କଲେ କେନ୍ଦ୍ରମନ୍ତ୍ରୀ ଭଲ କଥା: ପ୍ରତାପ ଦେବ

ଓଡିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲ । ଏହି ଦାବି ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

3. କୋଲକାତାରେ ଗୁଳିକାଣ୍ଡ, CISF ଯବାନଙ୍କ ଗୁଳିରେ ଏକାଧିକ ସହଯୋଗୀ ଆହତ

କୋଲକାତାର ପାର୍କଷ୍ଟ୍ରିଟରେ ଗୁଳିକାଣ୍ଡ । ଜଣେ CISF ଯବାନ ନିଜ ସହଯୋଗୀଙ୍କୁ ଗୁଳି ଚଳାଇଥିବା ସୂଚନା ।

4. ଓଡିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ, ବୁଷ୍ଟର ଡୋଜ ନେଇ ସୁସ୍ଥ ରୁହନ୍ତୁ

କେନ୍ଦ୍ରମନ୍ତ୍ରୀ ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି, "ଆଜି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ ଲଢେଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି ।"

5. ମଝି ନଦୀରେ ଡଙ୍ଗାରେ ଫାଟିଲା ସିଲିଣ୍ଡର, ୫ ମୃତ

ବେଇଆନ ବାଲି ଉଠାଣ ବେଳେ ମଝି ନଦୀରେ ଡଙ୍ଗାରେ ଫାଟିଲା ସିଲିଣ୍ଡର । ଜଳିଗଲେ ୫ ଶ୍ରମିକ । ଅନ୍ୟ କିଛି ଶ୍ରମିକ ଗୁରୁତର ହୋଇଥିବା ଆଶଙ୍କା । ପୋଲିର ତଦନ୍ତ ଆରମ୍ଭ । ବିହାରରେ ଘଟିଛି ଘଟଣା ।

6. କାଶ୍ମୀର ପଣ୍ଡିତଙ୍କ ଘରକୁ ଆତଙ୍କବାଦୀ ବୋମାମାଡ, ମୃତାହତ ନେଇ ନାହିଁ ସୂଚନା

କୁପଓ୍ବାଡାରେ କାଶ୍ମୀର ପଣ୍ଡିତଙ୍କ ଘରକୁ ଆତଙ୍କବାଦୀଙ୍କ ବୋମାମାଡ । ଏକାଧିକ ଘର କ୍ଷତିଗ୍ରସ୍ତ । କେହି ହୋଇନାହାନ୍ତି ମୃତାହତ । ସର୍ଚ୍ଚ ଅପରେସନ ଜାରି ।

7. ଚର୍ଚ୍ଚିତଙ୍କୁ 4 ଦିନିଆ ରିମାଣ୍ଡରେ ନେଲା ସିବିଆଇ, ବାପା ମହିମା ଓ ଭାଇ ଚନ୍ଦନଙ୍କୁ ଚାଲିଛି ଜେରା

ଲାଞ୍ଚ କାରବାର ମାମଲାରେ କୋର୍ଟ ଚାଲାଣ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ଏହା ସହିତ ଚର୍ଚ୍ଚିତଙ୍କୁ 4 ଦିନିଆ ରିମାଣ୍ଡରେ ସିବିଆଇ ନେଇଥିବା ସୂଚନା ରହିଛି । ଏପଟେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସଙ୍କ ସହିତ ଲିଙ୍କ୍ ରେ ବିଲ୍ଡର ଶିଶିର ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ ।

8. ଆସନ୍ତା ୮ରେ ବାହାରିବ ଯୁକ୍ତ ଦୁଇ କଳା ରେଜଲ୍ଟ

ଆସନ୍ତା ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ।

9. CWG 2022: ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍

ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) କ୍ରିକେଟ ପ୍ରତିଯୋଗିତାରେ ଫାଇନାଲରେ ମହିଳା ଟିମ୍ ଇଣ୍ଡିଆ ।

10. CWG 2022: ଭାରତୀୟ ପୁରୁଷ ଲନ୍ ବଲ୍ ଟିମ୍‌କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) ପ୍ରତିଯୋଗିତାରେ ଭାରତକୁ ଆଉ ଏକ ରୌପ୍ୟ । ଲନ୍ ବଲ୍‌ ପରୁରୁଷ ଟିମର ରୌପ୍ୟ ବିଜୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.