TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 7, 2021, 9:06 PM IST

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଆଜି (ମଙ୍ଗଳବାର) ୧୦୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବାରୁଣୀ ମହାଶ୍ମଶାନରେ ହେବ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଅନ୍ତିମ ସଂସ୍କାର ।

2.ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ

ବାତ୍ୟା ଜୱାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

3.Travel Alert: ଅନ୍ତର୍ଜାତୀୟ ଆଗମନ ପାଇଁ ନୂଆ ଗାଇଡ଼ଲାଇନ ଆଣିଲା କେନ୍ଦ୍ର

କେନ୍ଦ୍ର ସରକାରଙ୍କୁ ଘାରିଛି ଓମିକ୍ରନ ଭୟ । ଦେଶରେ ସଂକ୍ରମଣକୁ ରୋକିବା ପାଇଁ ବାହାର ରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଗାଇଡଲାଇନ ହୋଇଛି ଜାରି ।

4.Assembly Winter Session: 5ବର୍ଷରେ ନନ୍ଦନକାନନରେ ପ୍ରାଣୀଙ୍କ ଜନ୍ମ ଅଧିକ, ମୃତ୍ୟୁ କମ୍

ବିଧାନସଭା (Odisha assembly) ରେ ନନ୍ଦନକାନନ ପଶୁ, ପକ୍ଷୀ ଓ ସରୀସୃପ ପ୍ରସଙ୍ଗ । ନନ୍ଦନକାନନ (Nandankanan Zoological Park) ରେ କେତେ ପ୍ରାଣୀଙ୍କ ଗତ 5 ବର୍ଷରେ ମୃତ୍ୟୁ ଘଟିଛି ।

5.ଶୁଣିଲାନି ପ୍ରଶାସନ, ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ସ୍ବାଧୀନତାକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ଅନେକ ଗାଁ ଭାଗ୍ୟରେ ଭଲ ରାସ୍ତା ଖଣ୍ଡେ ସମ୍ଭବ ହୋଇପାରିନି ।

6. ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ଆଇନ ମନ୍ତ୍ରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

7.Odisha-Andhra Dispute: ଆସୁଛି ଚୋରା କ୍ଷୀର, ପ୍ୟାକେଟ ଉପରେ ରହିଛି CM ଜଗନମୋହନଙ୍କ ଫଟୋ

ବାରମ୍ବାର ତାଗିଦ ସତ୍ତ୍ବେ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କ ଉପରେ ଅଧିକାର ଜାହିର କରୁଛି ଆନ୍ଧ୍ର ସରକାର । କନ୍ଧମାଳ ଜିଲ୍ଲାର କୋଟଗଡ଼ ମାର୍କେଟରେ ଚୋରା କ୍ଷୀର ପ୍ୟାକେଟ ହେଉଛି ବିକ୍ରି ।

8.Modi Warns To BJP MP: ଦଳୀୟ ସାଂସଦଙ୍କୁ ମୋଦିଙ୍କ ତାଗିଦ, ଗୃହରେ ନିୟମିତ ଉପସ୍ଥିତ ରୁହ

ଦଳୀୟ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ତାଗିଦ । ଗୃହରେ ନିୟମିତ ଉପସ୍ଥିତ ରହିବା ସହ ସମୟାନୁବର୍ତ୍ତିତା ହେବା ପାଇଁ ପରାମର୍ଶ । ନଚେତ ନିଆଯାଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

9.ନବରଙ୍ଗପୁରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର, ମାନସିକ ରୋଗୀଙ୍କୁ ମିଳୁନି ପ୍ରମାଣପତ୍ର

ବିଶେଷଜ୍ଞ ଡାକ୍ତର ଅଭାବରୁ ଦିବ୍ୟାଙ୍ଗଙ୍କୁ ମିଳିଲାନି ପ୍ରମାଣପତ୍ର । ହଟହଟା ହୋଇ ଫେରିଲେ ଦିବ୍ୟାଙ୍ଗ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ ।

10.ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ୍‌

ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ । ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ବାଦିଲୋ ଗାଁର ମିଲୁ ଜେନା । ତେବେ ଅନ୍ୟ 6ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.