TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 24, 2022, 9:06 AM IST

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ରୋମ୍‌ରେ ପ୍ରବାସୀ ଓଡିଆଙ୍କୁ ଭେଟିଲେ ନବୀନ

ରୋମରେ ପ୍ରବାସୀ ଓଡ଼ିଆଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2.Presidential Election: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିର ରହିବାର ସୂଚନା ରହିଛି ।

3.Presidential Polls: ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ । ପ୍ରାର୍ଥିପତ୍ର ଦାଖଲ ବେଳେ YSRCPର ଦୁଇ ସାଂସଦ ଉପସ୍ଥିତ ରହିବା ନେଇ ସୂଚନା ଦେଲେ ଜଗନ ମୋହନ ।

4.Maharashtra Political Crisis: ବିଦ୍ରୋହୀ ବିଧାୟକ ମୁମ୍ବାଇ ଫେରିଲେ ସ୍ଥିତି ବଦଳିବ କହିଲେ ଶରଦ ପାୱାର

ମହାରାଷ୍ଟ୍ର ରାଜନୈତିକ ସଂକଟ (Maharashtra Political crisis ) ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ( NCP chief Sharad Pawar) ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(Chief Minister Uddhav Thackeray)ଙ୍କ ସମର୍ଥନରେ ରହିଛନ୍ତି ।

5.Assam flood: 24 ଘଣ୍ଟାରେ 7 ମୃତ, 107 ଛୁଇଁଲା ମୋଟ ମୃତ୍ୟୁ ସଂଖ୍ୟା

ଆସାମରେ କମୁଛି ବନ୍ୟା, ବଢୁଛି ଦୁର୍ଦ୍ଦଶା । ଗତ 24 ଘଣ୍ଟାରେ 7 ମୃତ । ମୋଟ ମୃତ୍ୟୁ ସଂଖ୍ୟା 107ରେ ପହଞ୍ଚିଲା ।

6.NIA ଡିଜି ହେଲେ ପଞ୍ଜାବ ପୋଲିସ ପୂର୍ବତନ DGP ଦିନାକର ଗୁପ୍ତା

ପଞ୍ଜାବ ପୂର୍ବତନ ପୋଲିସ DGP ଦିନାକର ଗୁପ୍ତା ହେଲେ NIA ମହାନିର୍ଦ୍ଦେଶକ ।

7.ଗୁଜୁରାଟ ଉପକୂଳରୁ 3 ପାକିସ୍ତାନୀ ବୋଟ ଜବତ କଲା BSF

ଗୁଜୁରାଟ ଉପକୂଳରୁ ଜବତ ହେଲା 3 ପାକିସ୍ତାନୀ ବୋଟ । ଖସିଗଲେ ପାକିସ୍ତାନୀ ମତ୍ସ୍ୟଜୀବୀ । ପାଟ୍ରୋଲିଂ କଡାକଡି କଲା BSF ।

8.Gsat 24 Satellite Launched: ଟେଲିଭିଜିନ ପ୍ରସାରଣ କ୍ଷେତ୍ରରେ ଆସିବ ବିପ୍ଲବ

ଭାରତର ନୂଆ କମ୍ୟୁନିକେସନ ସାଟେଲାଇଟ (Communication Satellite) ‘ଜିସାଟ-୨୪’ ସଫଳତାର ସହ ଲଞ୍ଚ ହୋଇଛି । ଏହି ସାଟେଲାଇଟକୁ ଇସ୍ରୋ ନିୟୁସ୍ପେସ ଇଣ୍ଡିଆ ଲିମିଟେଡ (NewSpace India Limited ନିମନ୍ତେ ନିର୍ମାଣ କରିଥିଲା ।

9.Commonwealth Games 2022: ମହିଳା ହକି ଦଳ ଘୋଷଣା, ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଦାୟିତ୍ବ

କମନୱେଲ୍‌ଥ ଗେମ୍‌ସ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ମହିଳା ହକି ଦଳ । ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଦଳର ଉପ ଅଧିନାୟିକା ଦାୟିତ୍ବ ନେଇଛନ୍ତି ଓଡ଼ିଆ ହକି ଖେଳାଳି ଦୀପଗ୍ରେସ ଏକ୍କା ।

10.Film Shamshera: ସାମ୍ନାକୁ ଆସିଲା ବାଣୀ କପୁରଙ୍କ ଫାଷ୍ଟ ଲୁକ୍‌, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମର ଟ୍ରେଲର

ରଣବୀର କପୁର ଏବଂ ସଞ୍ଜୟ ଦତ୍ତଙ୍କ ପରେ ଏବେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ବାଣୀ କପୁରଙ୍କ ଶମଶେରାର ପ୍ରଥମ ଝଲକ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.