ମହାମାୟାଙ୍କ ମହାନବମୀ, ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

author img

By

Published : Oct 14, 2021, 8:23 AM IST

ଆଜି ମହାନବମୀ, ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆଜି ମା'ଦୁର୍ଗାଙ୍କ ମହାନବମୀ ବା ନବରାତ୍ରୀର ଶେଷ ଦିନ । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି । ସାରା ଜଗତର ରିଦ୍ଧି ଓ ସିଦ୍ଧିର ଦେବୀ ହେଉଛନ୍ତି ସିଦ୍ଧିଦାତ୍ରୀ । ସ୍ବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ଚର୍ତୁଭୂଜା ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରି ସିଂହ ଉପରେ ବସି ଧରାପୃଷ୍ଠରେ ବିରାଜମାନ କରିଥାନ୍ତି ମା' ।

ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶିବ କଠିନ ତପସ୍ୟା କରି ମା' ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ । ଏହା ସହ ମା' ଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ବରୂପ ହୋଇଯାଇଥିଲା । ମା'ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ବର ରୂପରେ ପୂଜା ପାଇଥିଲେ ।

ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜି ଦେବୀଙ୍କୁ ତିଳ ବା ରାଶି ନୈବେଦ୍ୟ ଆକାରରେ ଅପର୍ଣ କରିବା ଶୁଭଙ୍କର ହୋଇଥାଏ । ଆଜି ମା'ଙ୍କୁ ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳଫୁଲ ଆଦି ଅର୍ପଣ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.