TN Govt Permits Jallikattu: କୋଭିଡ ଗାଇଡଲାଇନ ମଧ୍ୟରେ ଜାଲିକାଟ୍ଟୁକୁ ଅନୁମତି, ପ୍ରତିଯୋଗୀଙ୍କ RT-PCR ରିପୋର୍ଟ ବାଧ୍ୟତାମୂଳକ

author img

By

Published : Jan 10, 2022, 9:01 PM IST

TN govt permits Jallikattu: କୋଭିଡ ଗାଇଡଲାଇନ ମଧ୍ୟରେ ଜାଲିକାଟ୍ଟୁ ଅନୁମତି

ଲୋକପ୍ରିୟ ପର୍ବ ଜାଲିକାଟ୍ଟୁ ଆୟୋଜନକୁ ସର୍ତ୍ତମୂଳକ ଅନୁମତି ଦେଲେ ତାମିଲନାଡୁ ସରକାର । ଅଂଶଗ୍ରହଣ କରିପାରିବେ ସର୍ବାଧିକ ୩ ଶହ ପ୍ରତିଯୋଗୀ । ବାଧ୍ୟତାମୂଳକ ହେବ ୪୮ ଘଣ୍ଟା ପୂର୍ବର RT-PCR ନେଗେଟିଭ ପ୍ରମାଣପତ୍ର । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁର ପ୍ରସିଦ୍ଧ ପର୍ବ ଜାଲିକାଟ୍ଟୁକୁ ଏକାଧିକ ସର୍ତ୍ତାବଳୀ ସହ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପ୍ରତିଯୋଗୀତା ଅନୁଷ୍ଠିତ ହେବା ସ୍ଥାନରେ ପର୍ଯ୍ୟାପ୍ତ ଆଗୁଆ କୋଭିଡ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ତାମିଲନାଡୁର ଏକ ଲୋକପ୍ରିୟ ତଥା ପାରମ୍ପରିକ ପର୍ବ ପୋଙ୍ଗଲ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ ।

ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ମଧ୍ୟରେ ଏହା ଆୟୋଜନ ହେବା ନେଇ ସନ୍ଦେହ ଲାଗି ରହିଥିବାବେଳେ ଏହାକୁ ସର୍ତ୍ତମୂଳକ ଅନୁମତି ମିଳିଛି । ସମ୍ପୂର୍ଣ୍ଣ କୋଭିଡ କଟକଣା ଅନୁପାଳନ ଓ ସମସ୍ତ ଅଗ୍ରୀମ ପ୍ରିକସନ ବ୍ୟବସ୍ଥା କରି ଏହି ପର୍ବ ଆୟୋଜନ କରିବାକୁ ଆୟୋଜକ କମିଟି ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ସରକାର ।

ଚଳିତ ବର୍ଷ ପର୍ବରେ ମାତ୍ର ୩ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀଙ୍କୁ 48 ଘଣ୍ଟା ପୂର୍ବରୁ RT- PCR ନେଗେଟିଭ ରିପୋର୍ଟ ସହ ସମ୍ପୂର୍ଣ୍ଣ ତଥା ଦୁଇ ଡୋଜ ଟୀକାକରଣ ସାର୍ଟିଫିକେଟ ମଧ୍ୟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଧ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ।

ଗତ ବର୍ଷ ଭଳି, ଚଳିତବର୍ଷ ମଧ୍ୟ ଜାଲିକାଟ୍ଟୁ ଆୟୋଜନ ପାଇଁ ସରକାର ଖୋଲା ସ୍ଥାନରେ ଦର୍ଶକଙ୍କ ସଂଖ୍ୟାକୁ ମାତ୍ର 150 କିମ୍ବା ବସିବା କ୍ଷମତାର 50 ପ୍ରତିଶତରେ ସୀମିତ ରଖିଛନ୍ତି । ସେହିପରି ଅଂଶଗ୍ରହଣ କରୁଥିବା ଷଣ୍ଢ ମାନଙ୍କୁ ମଧ୍ୟ କ୍ଷତି ନ ପହଞ୍ଚାଇବା ପାଇଁ ଆୟୋଜକ ମାନେ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶନାମାରେ କୁହାଯାଇଛି ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.