BBC documentary: କଟକଣା ସତ୍ତ୍ବେ ଲିଙ୍କ ସେୟାର କଲେ ଦୁଇ TMC ସାଂସଦ

author img

By

Published : Jan 23, 2023, 9:28 AM IST

BBC documentary: କଟକଣା ସତ୍ତ୍ବେ ଲିଙ୍କ ସେୟାର କଲେ ଦୁଇ TMC ସାଂସଦ

ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ଓ 2002 ଗୁଜୁରାଟ ଦଙ୍ଗାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କଲେ ଦୁଇ ତୃଣମୂଳ ସାଂସଦ । ଦେଶରେ ପ୍ରସାରିତ ହେବା ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ହାଇଦ୍ରାବାଦ: କଟକଣା ସତ୍ତ୍ବେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ଓ 2002 ଗୁଜୁରାଟ ଦଙ୍ଗାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କିରଛନ୍ତି ଦୁଇ ତୃଣମୂଳ କଂଗ୍ରେସ ସାଂସଦ । ସାଂସଦ ମୋହୁଆ ମୈତ୍ର ଓ ଡାରେକ ଓ ବ୍ରାଏନ ଏହି ବିବଦୀୟ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରିଛନ୍ତି । ସେହିପରି ଏହା ଉପରେ କଟକଣା ଲଗାଯିବା ନିଷ୍ପତ୍ତିରେ ମଧ୍ୟ ସାଂସଦ ମହୁଆ ମୌତ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ସରକାର ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ ୟୁଟ୍ୟୁବକୁ "ଭାରତ: ମୋଦି ପ୍ରଶ୍ନ" ଶୀର୍ଷକ ଡକ୍ୟୁମେଣ୍ଟାରୀ ସମ୍ପର୍କିତ ଲିଙ୍କକୁ ପ୍ରସାରିତ ନିକରିବାକୁ ନିର୍ଦ୍ଦେଶ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟଏହି ଡକ୍ୟୁମେଣ୍ଟାରୀକୁ ଏକ ପ୍ରୋପାଗାଣ୍ଡା ବୋଲି ଦର୍ଶାଇବା ସହ ଏହାକୁ ଭାରତରେ ପ୍ରଦର୍ଶିତ କରାଯିବା ଉପରେ ରୋକ ଲଗାଇଛି ।

କିଛି ୟୁଟ୍ୟୁବ ଚାନେଲ ଓ 50ରୁ ଅଧିକ ଟ୍ବିଟର ଆକାଉଣ୍ଟ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରିବା କାରଣରୁ ବ୍ୟାନ ମଧ୍ୟ ହୋଇସାରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ସବୁ ସୋସିଆଲ ମଡିଆ ପ୍ଲାଟଫର୍ମ ସହ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିବା ନେଇ ଉଭୟ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା ।

ତେବେ କେନ୍ଦ୍ର ସରକାରଙ୍କ ତମାମ କଟକଣା ସତ୍ତ୍ବେ ମଧ୍ୟ ତୃଣମୂଳ କଂଗ୍ରେସର ଦୁଇ ସାସଂଦ ଏହି ଲିଙ୍କକୁ ସେୟାର କରିବା ସହ ମୋଦି ସରକାର ବିରୋଧରେ ବର୍ଷିଛନ୍ତି । ସେମାନେ ସେନ୍ସରସିପକୁ ବରଦାସ୍ତ କରିବେ ନାହିଁ ଓ ଏହା ବିରୋଧରେ ଲଢିବେ ବୋଲି ମଧ୍ୟ ମତ ଦେଇଛନ୍ତି ଉଭୟ ସାଂସଦ ।

ଏହା ଉଦ୍ଦେଶ୍ୟମୂଳକ ଭାବେ ଭାରତରେ ଘୃଣା ସୃଷ୍ଟି କରିବା ପାଇଁ ପ୍ରୋପାଗାଣ୍ଡା ଆଧାରରେ ପ୍ରସ୍ତୁତ ହୋଇଥିବା ଓ ଏଥିରେ ଘଟଣାର ପ୍ରକୃତ କଥାବସ୍ତୁ ସ୍ଥାନ ପାଇନଥିବା ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିସାରିଛି । ପ୍ରସ୍ତୁତକାରୀ ସଂସ୍ଥା ବିବିସି ପକ୍ଷରୁ ଏହାକୁ ଭାରତରେ ପ୍ରଦର୍ଶିତ କରାଯାଇନଥିବା ବେଳେ ୟୁରୋପ ଓ ଅନ୍ୟ କିଛି ଦେଶରେ ଏହାକୁ ପ୍ରଦର୍ଶିତ କରାଯାଇଛି । ତେବେ କିଛି ୟୁଟ୍ୟୁବ ଚ୍ୟାନେଲ ଓ ଟ୍ବିଟର ହ୍ୟାଣ୍ଡେଲ ଏହାକୁ ପ୍ରସାରିତ କରି କାର୍ଯ୍ୟାନୁଷ୍ଠାନର ପରିଧି ମଧ୍ୟକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.