Punjab Assembly Election: ଶାସନ ଆସନରେ AAP, ଝୁଲା ସରକାର ପ୍ରୋଜେକ୍ଟରେ BJP !

author img

By

Published : Feb 19, 2022, 3:31 PM IST

Punjab Assembly Election: ଚଳଚଞ୍ଚଳ ରାଜ୍ୟ ରାଜନୀତି, AAP-BJP-କଂଗ୍ରେସ ମଧ୍ୟରେ ବହୁମୁଖୀ ଲଢେଇ

ପଞ୍ଜାବ ବିଧାନସଭାର 117 ଆସନ ପାଇଁ ଶୁକ୍ରବାର ଶେଷ ହୋଇଛି ପ୍ରଚାର । ଆସନ୍ତାକାଲି(ରବିବାର) ରାଜ୍ୟରେ ଆରମ୍ଭ ହେବ ମତଦାନ। ସର୍ଭେରୁ ଆକଳନ କରାଯାଇଛି ଯେ ପଞ୍ଜାବରେ AAP ନେତୃତ୍ବ ନେବ । କଂଗ୍ରେସ ପ୍ରତିନ୍ଦ୍ବଦିତା କରି ଦ୍ବିତୀୟରେ ରହିବ ଏବଂ ବିଜେପି ଅଧିକ ଆସନ ହାତେଇବା ପାଇଁ ରଣନୀତ ଚଲାଇଛି ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ରୀନନ୍ଦ ଝା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସନ୍ତାକାଲି(ରବିବାର) ପଞ୍ଜାବର ହେବ ଭାଗ୍ୟ ନିର୍ଦ୍ଧାରଣ । ବିଧାନସଭା ନିର୍ବାଚନ(Punjab Election 2022) ପାଇଁ ଆରମ୍ଭ ହେବ ଭୋଟ ଗ୍ରହଣ । ଜନତା ଜନାର୍ଦ୍ଦନ ବାଛିବେ ପଞ୍ଜାବର ନୂଆ ନେତା । ପଞ୍ଜାବ ଗାଦିରେ କିଏ ବସିବ ତାହା ଉପରେ ସାରା ଦେଶ ରହିଛି ନଜର । ଏହାରି ମଧ୍ୟରେ ଆପ୍‌, କଂଗ୍ରେସ ଓ ବିଜେପି ମଧ୍ୟରେ ବହୁମୁଖୀ ପ୍ରତିନ୍ଦ୍ବଦିତା ହେବ ବୋଲି ରାଜନୈତିଜ୍ଞ ମତ ରଖିଛନ୍ତି ।

Punjab Assembly Election: ଚଳଚଞ୍ଚଳ ରାଜ୍ୟ ରାଜନୀତି, AAP-BJP-କଂଗ୍ରେସ ମଧ୍ୟରେ ବହୁମୁଖୀ ଲଢେଇ
Punjab Assembly Election: ଚଳଚଞ୍ଚଳ ରାଜ୍ୟ ରାଜନୀତି, AAP-BJP-କଂଗ୍ରେସ ମଧ୍ୟରେ ବହୁମୁଖୀ ଲଢେଇ

ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶୁକ୍ରବାର ସମସ୍ତ ଦଳର ଜୋରଦାର ପ୍ରଚାର ଶେଷ ହୋଇଛି । ବଡ଼ ବଡ଼ ରାଜନେତା ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ କିଏ ମାରିବ ବାଜି ଏହା ଉପରେ ସମସ୍ତଙ୍କ ନଜର । ପଞ୍ଜାବ ବିଧାନସଭାର ୧୧୭ ଆସନ ହାତେଇବା ପାଇଁ ପ୍ରଚାରର ଶେଷ ପର୍ଯ୍ୟାୟରେ ବିଜେପି ଟାଣୁଆ ନେତାଙ୍କ ସ୍ବତନ୍ତ୍ର କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଧା ସୋମି ସତସଙ୍ଗ ବିସର ମୁଖ୍ୟ ବାବା ଗୁରୁନ୍ଦର ସିଂ ଧିଲନଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ କରିଥିଲେ।

ବୁଧବାର ବି ଗୃହମନ୍ତ୍ରୀ ଅମିତ ଶାହା ବାବାଙ୍କ ସହ ସାକ୍ଷାତ ପାଇଁ ବିସ ଯାତ୍ରା କରିଥିଲେ। ଏହାପରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅମୃତସରରେ ଜ୍ଞାନୀ ହରପ୍ରୀତ ସିଂ ଏବଂ ଅକାଲ ତଖ୍ତର ମୁଖ୍ୟ ଜାଥେଦରଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ତେବେ ପଞ୍ଜାବରେ ବାବାଙ୍କ ସହିତ ବିଜେପି ନେତୃତ୍ବଙ୍କ ସମ୍ପର୍କ ଏଠାରେ କ'ଣ ବୁଝାଉଛି ? ଏହାକୁ ନେଇ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଫ୍ରଣ୍ଟଫୁଟରେ ରହିଛି AAP

ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ଫ୍ରଣ୍ଟଫୁଟରୁ ପ୍ରତିନ୍ଦ୍ବଦିତା କରୁଛି । ଆସନ୍ତା ଫେବୃଆରୀ 20 ନିର୍ବାଚନରେ ସବୁଠୁ ବଡ ଦଳ ଭାବରେ AAP ଉଭା ହୋଇ କଂଗ୍ରେସକୁ ପଛରେ ପକାଇବ । କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ (30ଟି ଆସନ), ସୁଖବୀର ସିଂ ଧିନ୍ଦସାଙ୍କ ଶିରୋମଣି ଅକାଳୀ ଦଳ ୟୁନାଇଟେଡ଼ (୧୭ଟି ଆସନ) ସହିତ 64ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା BJPର ପଞ୍ଜାବରେ ସେତେଟା ଦବଦବା ଦେଖାଯାଉନଥିବା ସର୍ଭେରୁ ଜଣାପଡ଼ିଛି । ବିବାଦ ଯୋଗୁଁ ସୁଖବୀର ସିଂ ବାଦଲଙ୍କ ଶିରୋମଣି ଅକାଳୀ ଦଳ (SAD) ମଧ୍ୟ ବ୍ୟାକଫୁଟରେ ପ୍ରତିନ୍ଦ୍ବଦିତା କରୁଛି । ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ ଏବଂ ରାଜଧାନୀ ନୂଆଦିଲ୍ଲୀର ସୀମାରେ ଚାଷୀଙ୍କୁ ବିରୋଧ ଏହାର ମୁଖ୍ୟ କାରଣ ରହିଛି ।

ନିକଟରେ ପ୍ରସାରିତ ହୋଇଥିବା ଏକ ଭିଡିଓରେ ପୂର୍ବତନ AAP ନେତା କୁମାର ବିଶ୍ବାସ ଓ କେଜ୍ରିୱାଲଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଦେଖିବାକୁ ମିଳିଥିଲା । କୁମାର କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଅରବିନ୍ଦ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ । ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ କିମ୍ବା ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ସେପଟେ ନିକଟରେ ପଞ୍ଜାବରେ ଅନୁଷ୍ଠିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁମାନେ ଜାତୀୟ ବିରୋଧୀ କାର୍ଯ୍ୟ ସହ ଜଡ଼ିତ ସେମାନଙ୍କ ଉପରେ ବର୍ଷିଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ କେଜ୍ରିୱାଲ ଖଲିସ୍ତାନୀଙ୍କ ସପକ୍ଷରେ କି ବିପକ୍ଷରେ ତାହା ସ୍ପଷ୍ଟ କରନ୍ତୁ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦିଲ୍ଲୀ ପ୍ରତିପକ୍ଷଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିବେ ବୋଲି ଧମକ ଦେଇଥିଲେ । ତେବେ ଏଠାରେ କଥା ହେଉଛି ପଞ୍ଜାବ ନିର୍ବାଚନରେ ଗାଦି ହାତେଇବାକୁ ଆସିଥିବା AAPର ରାଜନୀତି ସମ୍ପର୍କରେ ଜାଣିବା ପରେ ବିରୋଧୀ ଆପ୍‌କୁ ଘେରିଛି ।

AAPର ଦ୍ବନ୍ଦ୍ବ

ପଞ୍ଜାବବାସୀ କଂଗ୍ରେସର ପାଞ୍ଚ ବର୍ଷର ଶାସନ ଓ ଶିରୋମଣି ଅକାଳୀ ଦଳ(SAD)ର ଦଶ ବର୍ଷର ଶାସନରେ ଶାସିତ ହୋଇଛନ୍ତି । ଏବେ ପଞ୍ଜାବର ଚୟନକର୍ତ୍ତା ଏଥର AAP ସହିତ ଶାସନ କ୍ଷମତାକୁ ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଦଳର ପୂର୍ବ କିଛି ତ୍ରୁଟି ଦଳର ଆଶାକୁ ପ୍ରଭାବିତ କରିବାରେ ଲାଗିଛି । ଯେପରିକି 2017 ନିର୍ବାଚନରେ, AAP ଭୋଟରଙ୍କୁ ଅଧିକ ପସନ୍ଦ ଆସିଥିଲା ଯେପର୍ଯ୍ୟନ୍ତ କେଜ୍ରିୱାଲ ଖଲିସ୍ତାନୀ ଆତଙ୍କବାଦୀଙ୍କ ବାସଭବନରେ ପହଞ୍ଚିନଥିଲେ । କେଜ୍ରିୱାଲଙ୍କ ଏହି ଗସ୍ତ ପରେ ଦଳର ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇଲା ।

ଏହି ଘଟଣା ଘଟିବା ପୂର୍ବରୁ AAP ପୋଷ୍ଟର ଲଗାଇ 80ଟି ଆସନରେ ଜିତିବ ଏବଂ ସରକାର ଗଠନ କରିବ ବୋଲି ଘୋଷଣା କରିଥିଲା । କିନ୍ତୁ ଦଳ ମାତ୍ର 20ଟି ଆସନ ହାତେଇଥିଲା । 2019 ବିଧାନସଭା ନିର୍ବାଚନରେ ​​ରାଜ୍ୟରେ AAP ଭୋଟ୍ ଏକକ ସଂଖ୍ୟାକୁ ହ୍ରାସ ପାଇଥିଲା । ତେବେ ଏଥର ଜନ ସମର୍ଥନ ସତ୍ତ୍ବେ AAP ନିଜର ଅନୁକୂଳ ପରିସ୍ଥିତିକୁ ଭୋଟରେ ପରିଣତ କରିବାରେ ସକ୍ଷମ ହେବ ଓ ଯାହାଦ୍ବାରା ରାଜ୍ୟରେ ଏକ ସ୍ଥାୟୀ ଏବଂ ବିଶ୍ବସନୀୟ ସରକାର ଯୋଗାଇ ଦିଆଯିବ ? ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ବିଜେପିର ଝୁଲା ସରକାର ପ୍ରୋଜେକ୍ଟ

ଦଳର ସାଂପ୍ରତିକ ଅନୁକୂଳ ପରିସ୍ଥିତି ସତ୍ତ୍ବେ BJP ସର୍ବଦା ରାଜନୈତିକ ସଂଗ୍ରାମୀ ରହିଆସିଛି । ଯଦି AAP ର ନେତୃତ୍ବ ହ୍ରାସ ହୁଏ ଏବଂ ରାଜ୍ୟସଭାରେ 59 ଜଣ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ଠାରୁ କମ୍ ରହିଥାଏ, ତେବେ ବିଜେପି ମତଦାନ ପରେ ପରିଚାଳନାରେ ନିୟୋଜିତ ହେବ ବୋଲି ଆଶା କରାଯାଇପାରେ । ପଞ୍ଜାବର ୬ଟି ସଂଗଠନ(Deras) 68ଟି ବିଧାନସଭା ଆସନରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ସାମାଜିକ-ଧାର୍ମିକ ସଂଗଠନ ସଚ୍ଚା ସୌଦା ଓ ରାଧା ସୋମି ସତସଙ୍ଗ ୨୭ ନଂ ଓ ୧୯ ନଂ ସିଟ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଆଶା କରାଯାଇଛି ।

ବିଜେପି ନିକଟରେ ନୁରମହଲ ଡେରା(ଦିବ୍ୟ ଜ୍ୟୋତି ଜାଗରଣ ସଂସ୍ଥା), ଡେରା ସଚ୍ଚଖଣ୍ଡ ବଲାନ ଓ ସନ୍ତ ନିରନକରୀ ମିଶନ ସହିତ ଯୋଗାଯୋଗ କରିଛି । ତେବେ ବିଜେପି ଏହି ସଂଗଠନଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କଲେ ୨୫ଟି ଆସନ ହାତେଇ ପାରିବ ବୋଲି ଆଶା ରଖିଛି । ୨୦୧୭ ନିର୍ବାଚନ ଠାରୁ ନିଜ ଅସ୍ତିତ୍ବକୁ ବୃଦ୍ଧି କରିବା ପାଇଁ ଶିରୋମଣି ଅକାଳୀ ଦଳ (SAD) ଉଦ୍ୟମ କରିଛି । ୨୦୧୭ ନିର୍ବାଚନରେ ୧୭ଟି ଆସନ ହାତେଇଥିଲା ଶିରୋମଣୀ ଅକାଳୀ ଦଳ ।

ଏହି ସମସ୍ତ ଦିଗକୁ ବିଚାରକୁ ନେଇ ବିଜେପି SAD ଓ କ୍ୟାପଟେନ ଅମିରନ୍ଦର ସିଂଙ୍କ ରାଷ୍ଟ୍ରୀୟ ଲୋକ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀଙ୍କ ସହ ସରକାର ଗଠନ କରିବାକୁ ଚେଷ୍ଟା କରିପାରେ । ଏଥିରୁ ସ୍ପଷ୍ଟ ଯେ ପଞ୍ଜାବ ବିଧାନସଭାରେ ଅଧିକ ଆସନ ହାତେଇବା ପାଇଁ ବିଜେପି କୌଣସି ସୁଯୋଗକୁ ମଧ୍ୟ ହାତଛଡ଼ା କରିନାହିଁ ।

ବିଜେପି ଏବଂ SAD ମଧ୍ୟରେ ବି ମେଣ୍ଟକୁ ଏଡ଼ାଇ ଦିଆଯାଇ ପାରେନାହିଁ କାରଣ କିଛି "ଡେରା" ମୁଖିଆ ପୂର୍ବତନ ସହଯୋଗୀମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ଏକ ଭୂମିକା ଗ୍ରହଣ କରିପାରନ୍ତି। ମୋଟୋମୋଟି ଦେଖିବାକୁ ଗଲେ ବିଜେପି ଝୁଲା ସରକାର ପ୍ରୋଜେକ୍ଟ ନେଇ ପଞ୍ଜାବ ବିଧାନସଭା ନିର୍ବାଚନକୁ ଓହ୍ଲାଉଥିବା ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି ।

(ଏହି ଆର୍ଟିକିଲରେ ପ୍ରକାଶିତ ମତ ଲେଖକଙ୍କ ବ୍ୟକ୍ତିଗତ ମତାମତ । ଏଠାରେ ପ୍ରକାଶିତ ତଥ୍ୟ ଏବଂ ମତାମତ ETV Bharatର ମତକୁ ପ୍ରତିଫଳିତ କରେ ନାହିଁ |)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.