The Diary of West Bengal: ଫିଲ୍ମ ନିର୍ମାତାକୁ ପୋଲିସର ଲିଗାଲ ନୋଟିସ୍‌

author img

By

Published : May 27, 2023, 11:38 AM IST

The Diary of West Bengal

ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ 'ଦ ଡାଏରୀ ଅଫ ଓ୍ବେଷ୍ଟ ବେଙ୍ଗଲ'ର ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କୁ ନୋଟିସ୍‌ ପଠାଇଛି । ପଚରାଉଚରା ପାଇଁ ମେ 30 ତାରିଖରେ ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

କୋଲକାତା: 'ଦ କେରଳ ଷ୍ଟୋରୀ'କୁ ନେଇ ବିବାଦ ଥମିନଥିବା ବେଳେ ଏବଂ ଏବେ ପୁଣି ଆଉ ଏକ ଫିଲ୍ମର ଟ୍ରେଲରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ସତ୍ୟ କାହାଣୀ ଉପରେ ଆଧାରିତ କେରଳ ଷ୍ଟୋରୀକୁ ପଶ୍ଚିମବଙ୍ଗରେ ବିରୋଧ କରାଯିବା ସହ ବ୍ୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହାରି ଭିତରେ ନିକଟରେ ସନୋଜ ମିଶ୍ରାଙ୍କର 'ଦ ଡାଏରୀ ଅଫ ଓ୍ବେଷ୍ଟ ବେଙ୍ଗଲ'ର ଟ୍ରେଲର ରିଲିଜ ହୋଇଛି । ଏହାକୁ ନେଇ ବର୍ତ୍ତମାନ ପ୍ରତିବାଦର ସ୍ବର ଉଠିଥିବା ବେଳେ ଏହାରି ଭିତରେ ନିର୍ଦ୍ଦେଶକଙ୍କୁ ମଧ୍ୟ ପୋଲିସ ଲିଗାଲ ନୋଟିସ ପଠାଇଛି । ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ଦ ଡାଏରୀ ଅଫ୍ ପଶ୍ଚିମବଙ୍ଗର ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କ ବିରୋଧରେ ନୋଟିସ ଜାରି କରିଛି ।

  • #WATCH | Sanoj Mishra, director of the Hindi film "The Diary of West Bengal" speaks on the notice severed to him by the West Bengal police alleging that the director is trying to defame Bengal with this film, says, "My intention is not to malign the image of the state. We have… https://t.co/N00BlnwqOx pic.twitter.com/SOrakPdjCe

    — ANI (@ANI) May 26, 2023 " class="align-text-top noRightClick twitterSection" data=" ">

ଏନେଇ କୋଲକାତା ପୋଲିସ ଡିସି (ଉତ୍ତର) ତରୁଣ ହାଲଦର କହିଛନ୍ତି," ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆମେ ଏମହର୍ଷ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ ।" ଅନ୍ୟପଟେ ସନୋଜ ମିଶ୍ରା ଦାବି କରିଛନ୍ତି, ବଙ୍ଗଳାକୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ବ୍ୟାପକ ଅନୁସନ୍ଧାନ ପରେ ଏହି ଚଳଚ୍ଚିତ୍ରରେ ସତ୍ୟ ଉପସ୍ଥାପିତ ହୋଇଛି ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଏହି ଫିଲ୍ମର ଟ୍ରେଲର 8 ଏପ୍ରିଲରେ ରିଲିଜ ହୋଇଥିଲା । ଜିତେନ୍ଦ୍ର ନାରାୟଣ ସିଂ ଦ୍ବାରା ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଲିଗାଲ ନୋଟିସ ଜାରି କରିଛି ପଶ୍ଚିମବଙ୍ଗ ପୋଲିସ ।

ଏହା ମଧ୍ୟ ପଢନ୍ତୁ: The Kerala Story: SC ନିର୍ଦ୍ଦେଶ ସତ୍ତ୍ବେ ପଶ୍ଚିମବଙ୍ଗରେ ରିଲିଜ୍‌ ହେଉନି ଫିଲ୍ମ

ବର୍ତ୍ତମାନ ଏହି ମାମଲାରେ ସନୋଜ ମିଶ୍ରାଙ୍କୁ ଆଇପିସିର ଧାରା ୪୧A ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଏମହର୍ଷ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନରେ ପଚରାଉଚରା ପାଇଁ କୁହାଯାଇଛି । ଟ୍ରେଲର ରିଲିଜ୍ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଦର୍ଶକ ଏହାକୁ ଦେଖିଛନ୍ତି । ନିର୍ଦ୍ଦେଶକଙ୍କୁ ୩୦ ମେ’ରେ ପୋଲିସ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରେଲରରେ କୁହାଯାଇଛି, ସ୍ୱାଧୀନତା ପୂର୍ବରୁ ପଶ୍ଚିମବଙ୍ଗ ଭାରତର ଗର୍ବ ଥିଲା, କିନ୍ତୁ ବର୍ତ୍ତମାନ ବଙ୍ଗଳା ରାଜନୀତି ଯୋଗୁଁ ଜଳୁଛି । ଭୋଟ୍ ବ୍ୟାଙ୍କକୁ ଧ୍ୟାନରେ ରଖି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରାଥମିକତା ଦିଆଯାଉଛି ।

ଟ୍ରେଲରରେ ଏହା ମଧ୍ୟ ଦାବି କରାଯାଇଛି ଯେ ବଙ୍ଗଳା ବର୍ତ୍ତମାନ ଭାରତର ଦ୍ୱିତୀୟ କାଶ୍ମୀରରେ ପରିଣତ ହୋଇଛି।ଏହାର କାହାଣୀ ମୌଳିକବାଦୀ ସଂଗଠନ ରୋହିଙ୍ଗ୍ୟା ମୁସଲମାନ ଉପରେ ଆଧାରିତ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.