ବିଧାୟକଙ୍କୁ ଅଯୋଗ୍ୟ ଭୟ ଦେଖାଇଲେ ଠାକରେ, ଧମକକୁ ଡରନାହିଁ କହିଲେ ବିଦ୍ରୋହୀ ଗୋଷ୍ଠୀ

author img

By

Published : Jun 24, 2022, 10:03 AM IST

Updated : Jun 24, 2022, 10:57 AM IST

Maharashtra Political Crisis

ମହାରାଷ୍ଟ୍ର ମହାନାଟକ ଜାରି ରହିଛି । ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ ରୋଚକ ମୋଡରେ ରହିଛି । କେଉଁ ମୂହୁର୍ତ୍ତରେ କିଛି ବି ହୋଇପାରେ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ମହାନାଟକ ଜାରି ରହିଛି । ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ ରୋଚକ ମୋଡରେ ରହିଛି । କେଉଁ ମୂହୁର୍ତ୍ତରେ କିଛି ବି ହୋଇପାରେ । ସେପଟେ ଗୌହାଟୀରେ ବିଦ୍ରୋହୀ ବିଧାୟକ ଡେରା ପକାଇଛନ୍ତି । ସିନ୍ଦେଙ୍କ କ୍ୟାମ୍ପରେ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁ ବିଦ୍ରୋହୀ ବିଧାୟକଙ୍କ ପାଇଁ ମହା ବିକାଶ ଆଘାଡି ସରକାର ପତନମୁହାଁ ହୋଇଛି । ସେମାନଙ୍କ ମଧ୍ୟରୁ 12ଜଣଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାବି କରିଛି ଶିବସେନା । ଏ ନେଇ ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଏକନାଥ ସିନ୍ଦେ । ଶିବସେନା ସାଂସଦ ଅରବିନ୍ଦ ଶାଶ୍ବତ ସୂଚନା ଦେଇଛନ୍ତି ।

ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଥିବା 12 ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ ହୋଇଛି । ଏ ନେଇ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଜନ୍ 22ରେ ଦୁଇଟି ବୈଠକ ଡକା ହୋଇଥିଲା । ବୈଠକରେ ଉପସ୍ଥିତ ରହିବା ପାଇଁ ସୁନୀଲ ପ୍ରଭୁ ହୁଇପ ଜାରି କରିଥିଲେ । ଅନୁପସ୍ଥିତ ଥିବା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । କିଛି ମିଥ୍ୟା ସ୍ପଷ୍ଟିକରଣ ଦେଇଥିଲେ । ତେଣୁ ସେମାନଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରିଛି ଶିବସେନା ।

ଏହାକୁ ନେଇ ଏକନାଥ ସିନ୍ଦେ ଟ୍ବିଟ କରି କହିଛନ୍ତି, ଯେ ସେ କାହାର ଧମକକୁ ଭୟ କରନ୍ତି ନାହିଁ । ସେ କହିଛନ୍ତି, "ଯେ ସେ ସୁନୀଲ ପ୍ରଭାସଙ୍କ ନିୟମ ଓ କୌଶଳକୁ ଭଲ ଭାବେ ବୁଝନ୍ତି । ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ, ବିଧାନସଭା ବିଧାୟୀ କାର୍ଯ୍ୟ ପାଇଁ ହ୍ବିପ ପ୍ରୟୋଗ କରାଯାଏ, ଏହାକୁ କୌଣସି ସଭା ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ଆମେ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କୁ ଅନୁକରଣ କରୁଛୁ । ଆମେ ଏ ଧମକକୁ ଡରୁନାହୁଁ । ଆମେ ନିୟମ ଭଲ ଭାବେ ଜାଣୁ ବୋଲି କହିଛନ୍ତି ସିନ୍ଦେ ।

ଅନ୍ୟପଟେ ଶିବସେନାର ୩୭ ବିଦ୍ରୋହୀ ବିଧାୟକ ଉପବାଚସ୍ପତିଙ୍କୁ ଚିଠି ଲେଖି ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ଚୟନ କରିଛନ୍ତି । ୩୭ ଜଣ ବିଧାୟକ ଲେଖିଥିବା ଚିଠିରେ ଏକନାଥ ସିନ୍ଦେଙ୍କୁ ତାଙ୍କର ନେତା ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ, ସିନ୍ଦେଙ୍କ ସହ ମୋଟ ବିଧାୟକଙ୍କ ସଂଖ୍ୟା 46କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୭ଟି ଶିବସେନାର ଏବଂ ୯ ଜଣ ବିଧାୟକ ସ୍ବାଧୀନ ଅଟନ୍ତି । ସେପଟେ ବିଜେପି ସ୍ଥିତି ଉପରେ ତୀଷ୍ଣ ଉପରେ ନଜର ରହିଛି ଓ ଉଚିତ ସମୟରେ ଗୋଟିଚାଳନା ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଗୁରୁବାର ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି ।

Last Updated :Jun 24, 2022, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.