ହାଇଦ୍ରାବାଦ ଜାତୀୟ ରାଜନୀତିରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ନିଜ ଦଳର ସମ୍ପ୍ରସାରଣ ଓ ନାମ ପରିବର୍ତ୍ତନ କରିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ଆସନ୍ତା 2024 ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି । ସେ ବି ପୁଣି ତେଲେଙ୍ଗାନାରୁ ନୁହେଁ ବରଂ ମହାରାଷ୍ଟ୍ରରୁ । ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଲୋକସଭା ନିର୍ବାଚନରେ କେସିଆରଙ୍କ ପ୍ରତିଦ୍ବନ୍ଦ୍ବିତା ଚର୍ଚ୍ଚାକୁ ସାଧାରଣରେ ଗ୍ରହଣ କରାଯାଇପାରୁ ନଥିବା ବେଳେ କେସିଆରଙ୍କ କାର୍ଯ୍ୟାଳୟର ପଦାଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ସେ ତେଲେଙ୍ଗାନାରୁ ନୁହେଁ ବରଂ ମହାରାଷ୍ଟ୍ର ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଦଳ ଔପଚାରିକ ଭାବେ ଏନେଇ କୌଣସି ସୂଚନା ଦେଇନାହିଁ । କେସିଆର ନିଜ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଭାରତ ରାଷ୍ଟ୍ର ସମିତିBRSରେ ପରିବର୍ତ୍ତନ କରିବା ପରେ ମହାରାଷ୍ଟ୍ରରେ ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ କରିଥିଲେ । ମହାରାଷ୍ଟ୍ରର ନନ୍ଦେଦରେ BRS ତାର ପ୍ରଥମ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଥିଲା । ପରେ ଛତ୍ରପତି ସମ୍ଭାଜୀ ନଗରରେ ମଧ୍ୟ ବିଆରଏସ ରାଜନୈତିକ ସଭା କରି ଶକ୍ତି ଦେଖାଇଥିଲା । ଯାହା ମହାରାଷ୍ଟ୍ର ରାଜନୀତିରେ ଭାରତ ରାଷ୍ଟ୍ର ସମିତିର ଆନୁଷ୍ଠାନିକ ପ୍ରବେଶ ହେବ ବୋଲି ସ୍ପଷ୍ଟ ସଙ୍କେତ ମିଳିଥିଲା । ତେବେ କୃଷକଙ୍କ ପ୍ରସଙ୍ଗକୁ ନେଇ ତାଙ୍କ ଦଳ ନିର୍ବାଚନ ଲଢିବ ବୋଲି ମହାରାଷ୍ଟ୍ରରେ ଘୋଷଣା କରିଥିଲେ କେସିଆର । ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲାରେ ଏନସିପି ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ଅବଦୁଲ କାଦିର ମୌଲାନା କନ୍ନଡର ପୂର୍ବତନ ବିଧାୟକ ହରବର୍ଦ୍ଧନ ଯାଦବ ଗଙ୍ଗାପୁରର ପୂର୍ବତନ ବିଧାୟକ ଆନ୍ନାସାହେବ ମାନେଙ୍କ ସହ ବହୁ ସ୍ଥାନୀୟ ନେତା BRSରେ ଯୋଗ ଦେଇଥିଲେ । ଏହା ସ୍ପଷ୍ଟ ଅନୁମେୟ ହେଉଛି ଯେ ଦଳ ଜିଲ୍ଲାର ଅତି କମ୍ରେ 4ଟି ବିଧାନସଭା ନିର୍ବାଚନରେ ନିର୍ବାଚନ ଲଢିପାରେ ।ଏହା ମଧ୍ୟ ପଢନ୍ତୁKuno national park ପୁଣି ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ କେସିଆରଙ୍କ ଦଳ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚାଲିଥିଲା । ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ମିଳିଛି ଯେ ଦଳର ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜେ ମର୍ଥାଓ୍ବାଦାର ନନ୍ଦେଦ କିମ୍ବା ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଏହି ନିଷ୍ପତ୍ତିର ବିଚାର ବିମର୍ଶ ଚାଲିଥିବା ଦଳର କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ମାଣିକ କାଦମ ସୂଚନା ଦେଇଛନ୍ତି । ବ୍ୟୁରୋ ରିପୋର୍ଟ ଇଟିଭି ଭାରତ