ଚିକେନ ଶ୍ବର୍ମା ଖାଇ ନାବାଳିକାଙ୍କର ମୃତ୍ୟୁ: 43 ଅସୁସ୍ଥ, ଶ୍ବର୍ମା ବିକ୍ରି ଉପରେ କଟକଣା
ଚିକେନ ଶ୍ବର୍ମା ଖାଇ ନାବାଳିକାଙ୍କର ମୃତ୍ୟୁ: 43 ଅସୁସ୍ଥ, ଶ୍ବର୍ମା ବିକ୍ରି ଉପରେ କଟକଣା
ତାମିଲନାଡୁର ନାମାକଲ ଜିଲ୍ଲାରେ ଅଭାବନୀୟ ଘଟଣା। ଚିକେନ ଶ୍ବର୍ମା ଖାଇ ନାବାଳିକାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ
ଚେନ୍ନାଇ: ଜୀବନ ନେଲା ଚିକେନ ଶ୍ବର୍ମା । ପାଟିକୁ ସ୍ବାଦିଷ୍ଟ ଲାଗିଥିବା ଚିକେନ ଶ୍ବର୍ମା ଖାଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ନାମାକଲ ଜିଲ୍ଲାରେ । ରବିବାର ଚିକେନ ଶ୍ବର୍ମା ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ନାବାଳିକା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୁରା ଜିଲ୍ଲାରେ ଚିକେନ ଶ୍ବର୍ମା ବିକ୍ରିକୁ ନିଶେଦ୍ଧ କରାଯାଇଛି । ଆଇଭନ୍ସ ନାମକ ରେସ୍ତୋରାଁରେ ଖାଦ୍ୟ ଖାଇ ପ୍ରାୟ 43 ଜଣ ଅସୁସ୍ଥ ଥିବା ସୂଚନା ମିଳିଛି ।
ଗତ 16 ତାରିଖ ଦିନ ସନ୍ଥାଇପେଟାଇ ପୁଟୁରରୁ ଆସିଥିବା କବିତା ନାମକ ଜଣେ ମହିଳା ତାଙ୍କ ଝିଅ କାଲାୟାରାସୀ, ପୁଅ ଭୁପାଥୀ ଏବଂ ମାଆ ସୁଜିତାଙ୍କ ସହ ଆଇଭନ୍ସ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ସେଠାରେ ଚିକେନ ଶ୍ବର୍ମା ଏବଂ ବିରିୟାନି ଖାଇବା ପରେ ଘରକୁ ଫେରିଥିଲେ। ହଠାତ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ଝାଡ଼ାବାନ୍ତି ପରେ ଜ୍ବରରେ ପୀଡ଼ିତ ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ଡାକ୍ତର ନଥିବାରୁ ପ୍ରାଥମିକ ଚିକିତ୍ସା ପରେ କବିତା, ତାଙ୍କ ଝିଅ, ପୁଅ ଓ ମାଆ ଘରକୁ ଫେରି ଆସିଥିଲେ । ଏହାପରେ ପୁଣି ଥରେ ସେହିଦିନ ବିଳମ୍ବିତ ରାତିରେ କବିତାଙ୍କ ଝିଅ କାଲାୟାରାସୀଙ୍କ ସ୍ବସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା । ବାନ୍ତି କରିବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପରିବାରର ଅନ୍ୟ ସଦସ୍ୟ ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।
ନାମାକଲ ସରକାରୀ ହସ୍ପିଟାଲେର ପାଠ ପଢ଼ୁଥିବା କିଛି ଛାତ୍ରଛାତ୍ରୀ ସେହି ସମାନ ରୋସ୍ତୋରାଁଙ୍କୁ ସେପ୍ଟେମ୍ବର 16 ତାରିଖରେ ଯାଇ ଜଣେ ଛାତ୍ରଙ୍କର ଜନ୍ମଦିନ ମନାଇଥିଲେ। ଏହାପରେ ସେଠାରେ ଶ୍ବର୍ମା, ଗ୍ରିଲ୍ଡ ଚିକେନ୍ ଓ ଚିକେନ୍ ରାଇସ ଖାଇଥିଲେ । ଏହାପରେ ହଷ୍ଟେଲକୁ ଫେରିବା ପରେ 13 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ହଷ୍ଟେସନ ପରିଚାଳକ ସଙ୍ଗେସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେହି ସମାନ ରେସ୍ତୋରାଁରେ ଖାଦ୍ୟ ଖାଇ 43 ଜଣ ଅସୁସ୍ଥ ହୋଇ ବର୍ତ୍ତମାନ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନାମାକଲ ଜିଲ୍ଲାର ଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚି ଅସୁସ୍ଥଙ୍କୁ ଭେଟିବା ସହ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।
ଏହାପରେ ଜିଲ୍ଲାପାଳ ଓ ଖାଦ୍ୟ ନିରାପତା ଟିମ୍ ଆଇଭନ୍ସ ରୋସ୍ତୋରଁକୁ ଯାଇ ଯାଞ୍ଚ କରିଥିଲେ । ଯେଉଁଥିରେ ଶ୍ବର୍ମା ପ୍ରସ୍ତୁତ କରାଯାଇଥିଲା ତାହା ଅପରିସ୍କାର ଥିବା ଦେଖିବାକୁ ମିଳିଥିଲା । ଏହାପରେ ଖାଦ୍ୟ ନିରାପତ୍ତା ଟିମ୍ ହୋଟେଲକୁ ସିଲ୍ କରିଥିଲା । ରେସ୍ତୋରାଁରୁ ମାଂସ ଜବତ କରାଯିବା ସହ ତାହା କେଉଁ ଦୋକାନରୁ ଆସିଥିଲା ତାହା ମଧ୍ୟ ଯାଞ୍ଚ କରାଯାଇଥିଲା । ପରେ ରେସ୍ତୋରାଁର ମାଲିକ ଓ ସେଠାରେ କାମ କରୁଥିବା 2 ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଜିଲ୍ଲାରେ ଶ୍ବର୍ମା ଓ ଗ୍ରିଲ୍ଡ ଚିକେନ୍ ବିକ୍ରିକୁ ବାରଣ କରାଯାଇଛି ।
