UP Assembly Poll: ଭାଜପା ସାପ, ମୁଁ ବିନାଶକାରୀ ନେଉଳ

author img

By

Published : Jan 14, 2022, 11:07 AM IST

ଭାଜପା ସାପ ମୁଁ ନେଉଳ କହିଲେ ସ୍ବାମୀ ପ୍ରସାଦ

ନିର୍ବାଚନ ତାରିଖ ଘୋଷଣା ପରେ ସତେ ଯେମିତି ୟୁପିରେ ଭାଜପାକୁ କାହା ନଜର ଲାଗିଯାଇଛି । ନିର୍ବାଚନ ଯେତେ ପାଖଉଛି ଇସ୍ତଫା ମନ୍ତ୍ରୀଙ୍କ ତାଲିକା ବଢିବାରେ ଲାଗିଛି । ଯୋଗୀ ସରକାରଙ୍କୁ ଝଟକା ପରେ ଝଟକା ଲାଗିଛି । ଏହାରି ଭିତରେ ପ୍ରଥମେ ଇସ୍ତଫା ଦେଇଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଠିକଠାକ ଥିଲା । ତାରିଖ ଘୋଷଣା ପରେ ସତେ ଯେମିତି ୟୁପିରେ ଭାଜପାକୁ କାହା ନଜର ଲାଗିଯାଇଛି । ନିର୍ବାଚନ ଯେତେ ପାଖଉଛି ଇସ୍ତଫା ମନ୍ତ୍ରୀଙ୍କ ତାଲିକା ବଢିବାରେ ଲାଗିଛି । ଯୋଗୀ ସରକାରଙ୍କୁ ଝଟକା ପରେ ଝଟକା ଲାଗିଛି । ଏହାରି ଭିତରେ ପ୍ରଥମେ ଇସ୍ତଫା ଦେଇଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି (swami prasad maurya attacks bjp )। ସେ କହିଛନ୍ତି ଭାଜପା ସାପ ଆଉ ସାପକୁ ବିନାଶକାରୀ ମୁଁ ନେଉଳ ।

  • नाग रूपी आरएसएस एवं सांप रूपी भाजपा को स्वामी रूपी नेवला यू.पी. से खत्म करके ही दम लेगा।
    ... pic.twitter.com/RIwkEpmgfs

    — Swami Prasad Maurya (@SwamiPMaurya) January 13, 2022 " class="align-text-top noRightClick twitterSection" data=" ">

ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ସାପ ସଦୃଶ । ସାପର ବିନାଶକାରୀ ମୁଁ ନେଉଳ ବୋଲି କହିଛନ୍ତି ୟୁପିର ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଜାନୁଆରୀ ୧୧ ତାରିଖରେ ସେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ହାତ ମିଶାଇଥିଲେ । ଏହାପରେ ଉଭୟ ଆରଏସଏସ ଓ ଭାଜପାକୁ ଟାର୍ଗେଟ କରିଛନ୍ତି । ଆରଏସଏସକୁ କୋବ୍ରା ଓ ଭାଜପାକୁ ସାପ ସଦୃଶ ବୋଲି କହିଥିଲେ । ନିଜକୁ ନେଉଳ ସହ ତୁଳନା କରି ୟୁପିରୁ ସେମାନଙ୍କୁ ସଫା କରିବା ଯାଏ ଛାଡିବେ ନାହିଁ ବୋଲି କହିଥିଲେ ।

ଏହବି ପଢନ୍ତୁ...BJP ଛାଡିବାର ଦିନକ ପରେ ସ୍ବାମୀ ପ୍ରସାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି

ସ୍ବାମୀ ପ୍ରସାଦ ମୌର୍ଯ୍ୟ ଉତ୍ତର ପ୍ରଦେଶର ପାଦ୍ରୁନା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । 2016 ରେ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି (BSP)ରୁ ଇସ୍ତଫା ଦେଇ BJPରେ ଯୋଗ ଦେଇଥିଲେ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଶିବିର ଛାଡିଛନ୍ତି ।

ଆହୁରି ପଢନ୍ତୁ...UP Assembly Poll: BJPକୁ ଝଟକା, SPରେ ଯୋଗ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନିର୍ବାଚନ ମୁହାଁ ଉତ୍ତରପ୍ରଦେଶରେ ବର୍ତ୍ତମାନ ଭାଜପାର ପରିସ୍ଥିତି ଖରାପ ପଡିଛି । ଭାଜପା ହାତ ଛାଡିବାରେ ଲାଗିଛନ୍ତି ମନ୍ତ୍ରୀ ଓ ବିଧାୟକ । ୩ ଦିନ ଭିତରେ ୮ ଜଣ ବରିଷ୍ଠ ନେତା ଇସ୍ତଫା ଦେଲେଣି । ଆଗକୁ ଇସ୍ତଫା ତାଲିକା ବଢିବା ନେଇ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.