ବିହାର SSB କ୍ୟାମ୍ପରେ ଅଘଟଣ: ୩ ଯବାନ ମୃତ, ୯ ଆହତ

author img

By

Published : Jan 14, 2022, 4:31 PM IST

ବିହାର SSB କ୍ୟାମ୍ପରେ ଅଘଟଣ: ୩ ଯବାନ ମୃତ, ୯ ଆହତ

ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ବିହାରରେ ୩ ଯବାନଙ୍କ ମୃତ୍ୟୁ ଘଟି ଥିବାବେଳେ ୯ ଆହତ । ଅଧିକ ପଢନ୍ତୁ

ପାଟନା: ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ବିହାରରେ ୩ ଯବାନଙ୍କ ମୃତ୍ୟୁ । ଏଥିସହ ଅନ୍ୟ ୯ ଜଣ ଯବାନ ଆହତ ହୋଇଥିବା ସୂଚନା । ସମସ୍ତଙ୍କୁ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଗୁରୁତର ୪ ଯବାନଙ୍କୁ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । SSB 45 B ବାଟାଲିୟନ ବିହାର ବିରପୁର ମୁଖ୍ୟାଳୟର ଯବାନଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଟେଣ୍ଟ ବାନ୍ଧିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଆହତ ଯବାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୂଚନାନୁସାରେ, ବିରପୁର ଅବସ୍ଥିତ ସଶସ୍ତ୍ର ସୀମା ବଳ 45ତମ ବାଟାଲିୟନରେ ଯବାନଙ୍କ ତାଲିମ ଚାଲିଥିଲା । ଏହିସମୟରେ ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.