୧୦ଦିନରେ ୫ ଥର କାମୁଡ଼ିଲାଣି ସାପ, ସୁସ୍ଥ ଅଛନ୍ତି ଯୁବକ

author img

By

Published : Sep 16, 2022, 9:54 PM IST

୧୦ ଦିନରେ ୫ ଥର କାମୁଡ଼ିଲାଣି ସାପ, ସୁସ୍ଥ ଅଛନ୍ତି ଯୁବକ

୧୦ ଦିନ ମଧ୍ୟରେ ୫ ଥର ଯୁବକ ଜଣକ ସର୍ପାଘାତର ଶିକାର ହୋଇଥିବା ବେଳେ ଯୁବକ ଜଣକ ସୁସ୍ଥ ଅଛନ୍ତି । ଯୁବକ ଓ ଯୁବକଙ୍କ ପରିବାରଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଆଗ୍ରା ଜିଲ୍ଲାରେ ଜଣେ ଯୁବକଙ୍କ ଜୀବନ ପଛରେ ପଡ଼ିଛି ବିଷଧର ସାପ । ଗତ ୧୦ ଦିନ ମଧ୍ୟରେ ଥରେ କି ଦୁଇଥର ନୁହେଁ ବରଂ ୫ ଥର ଯୁବକଙ୍କୁ ସାପ କାମୁଡ଼ିଥିବା ବଳେ ଯୁବକ ଜଣକ ସୁସ୍ଥ ଅଛନ୍ତି । ତେବେ ସାପକୁ ନେଇ ଯୁବକ ଓ ଯୁବକଙ୍କ ପରିବାରଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।

ଆଗ୍ରା ଦକ୍ଷିଣ ବାଇପାସ୍‌ ମଲାପୁର ଥାନା ଅଞ୍ଚଳରେ ସର୍ପଦଂଶନ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମନକେଡା ଗ୍ରାମର ରଜତ ଚହର ନାମକ ୨୦ ବର୍ଷୀୟ ଯୁବକଙ୍କ ଉପରେ ସାପର ନଜର ପଡ଼ିଛି । ଗତ ୧୦ ଦିନ ମଧ୍ୟରେ ରଜତଙ୍କୁ ୫ ଥର ସାପ କାମୁଡି ସାରିଲାଣି । ରଜତଙ୍କୁ ସାପ କାମୁଡିବା ଖବର ବର୍ତ୍ତମାନ ଆଖପାଖରେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରଜତଙ୍କୁ ବାମ ଗୋଡ଼କୁ ବାରମ୍ବାର ସାପ କାମୁଡିଛି । ଏହାକୁ ନେଇ ରଜତଙ୍କ ବାପା ରାମ କୁମାର ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର ୬ ତାରିଖରେ ରଜତ ରାତି ୯ଟା ବେଳେ ବାହାରେ ବୁଲୁଥିଲେ । ଏହି ସମୟରେ ଏକ ସାପ କାମୁଡିଥିଲା । ପ୍ରଥମେ ତାଙ୍କର ଦେଶୀ ଚିକିତ୍ସା କରାଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ତାଙ୍କ ଦେହରେ ସାପ କାମୁଡ଼ାର କୌଣସି ଲକ୍ଷଣ ନଥିବା କଥା କହିଥିଲେ ଡାକ୍ତର । ୪ଘଣ୍ଟା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ ।

ଏହାପରେ ସେପ୍ଟେମ୍ବର ୮ ତାରିଖରେ ଘର ବାହାରେ ଥିବା ଶୌଚାଳୟକୁ ଯାଉଥିବା ବେଳେ ରଜତଙ୍କୁ ପୁଣି ସାପ କାମୁଡ଼ିଥିଲା । ଏହାପରେ ପୁନଃ ତାଙ୍କୁ ମେଡିକାଲ ନେବାକୁ ପଡ଼ିଥିଲା । ପୁନଃ ସେପ୍ଟେମ୍ବର ୧୧ ତାରିଖରେ ଘରେ ଶୋଇଥିବା ବେଳେ ସାପ ତାଙ୍କ ସେହି ବାମ ଗୋଡ଼ର ସେହି ସ୍ଥାନକୁ କାମୁଡିଥିଲା । ଏହାପରେ ସେପ୍ଟେମ୍ବର ୧୩ ତାରିଖରେ ଶୌଚାଳୟ ଭିତରେ ସାପ କାମୁଡିଥିଲା । ଏହା ପରଦିନ ଅର୍ଥାତ ସେପ୍ଟେମ୍ବର ୧୪ ତାରିଖରେ ତାଙ୍କୁ ସାପ ପୁଣି କାମୁଡ଼ିଥିଲା । ବାରମ୍ବାର ସେ ହସ୍ପିଟାଲ୍‌ କିମ୍ବା ଦେଶୀ ଚିକିତ୍ସା କରାଇଛନ୍ତି । ତେବେ ରଜତ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡ଼ିଛି । ଏବେବି ରଜତ ଓ ତାଙ୍କ ପରିବାର ଲୋକେ ସାପକୁ ନେଇ ଭୟବୀତ ଅବସ୍ଥାରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.