ତିସ୍ତା ସେତଲବାଦଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା SIT

author img

By

Published : Sep 22, 2022, 7:41 AM IST

ପୋଲିସକୁ ତାଙ୍କ ଦ୍ବାରା ପରିଚାଳିତ ସାମାଜିକ ସଂଗଠନ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା ।

୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ତିସ୍ତା ସେତଲବାଦଙ୍କ ସମେତ ୩ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା SIT । ଅଧିକ ପଢନ୍ତୁ

ଗାନ୍ଧୀନଗର: ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(SIT) ସାମାଜିକ କର୍ମୀ ତିସ୍ତା ସେତଲବାଦ(Teesta Setalvad)ଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ବୁଧବାର ଦିନ ତିସ୍ତାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ସେମାନେ ହେଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆରବି ଶ୍ରୀକୁମାର(Retired DGP RB Sreekumar) ଓ ପୂର୍ବତନ ଆଇପିଏସ ଅଫିସର ସଞ୍ଜୀବ ଭଟ୍ଟ(Former IPS Sanjeeb Bhatt) । ଏହି ତିନି ଜଣ ଦଙ୍ଗା ମାମଲାରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ଚେଷ୍ଟା କରିଥିବାର ଚାର୍ଜସିଟ୍‌ରେ ଉଲ୍ଲେଖ ହୋଇଛି ।

୨୦୦୨ ଦଙ୍ଗା ମାମଲାରେ SIT(special investigation team) ଏହି ୩ ଜଣଙ୍କ ବିରୁଦ୍ଧରେ ୧୦୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି । ୩ ଜଣ ଅଭିଯୁକ୍ତ ଗୁଜୁରାଟ ଦଙ୍ଗା ମାମଲାରେ ମୋଦିଙ୍କୁ ଫସାଇବାକୁ ସାଂଘାତିକ ଷଡଯନ୍ତ୍ର ରଚିଥିଲେ ଏବଂ ଏଥିପାଇଁ ଜାଲ ତଥ୍ୟ ଯୋଗାଡ କରିଥିବାର ଅଭିଯୋଗ ରହିଛି ।

୨୦୦୨ ଗୁଜୁରାଟ ଦଙ୍ଗାରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଓ ସେମାନଙ୍କ ବିରୋଧରେ ମିଛ ପ୍ରମାଣ ଯୋଗାଡ଼ କରିବା ଅଭିଯୋଗରେ ତିସ୍ତାଙ୍କୁ ଜୁନ୍‌ ୨୫ରେ ଗୁଜରାଟ ATS ଟିମ ଗିରଫ କରିଥିଲା । ଗୁଜୁରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ ଏହି ଅଭିଯୋଗ ରହିଥିବାବେଳେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏବେ ବି ସେ ପୋଲିସ ହେପାଜତରେ ଅଛନ୍ତି । ହେଲେ ଗତ ସେପ୍ଟେମ୍ବର ୨ ତାରିଖରେ ସୁପ୍ରିମକୋର୍ଟ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Congress President Poll: ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ଗେହେଲଟ, ପୂର୍ବରୁ ଭେଟି ସାରିଛନ୍ତି ଥରୁର

ଏଠାରେ ପ୍ରକାଶଥାଉକି, ତିସ୍ତା ଜଣେ ସାମାଜିକ କର୍ମୀଙ୍କ ସହ ପୂର୍ବତନ ସାମ୍ବାଦିକା ମଧ୍ୟ । ଏହାସହିତ ସେ NGO ସଂସ୍ଥା ସିଟିଜେନ ଫର ଜଷ୍ଟିସ ଆଣ୍ଡ ପିସ (CJP) ପ୍ରତିଷ୍ଠାତା ଓ ପରିଚାଳନା ମୁଖ୍ୟ । ୨୦୦୨ରେ ଗୁଜୁରାଟରେ ହୋଇଥିବା ଭୟଙ୍କର ଦଙ୍ଗାରେ ପୀଡିତଙ୍କୁ ଆର୍ଥିକ, ଆଇନଗତ ଓ ସାମାଜିକ ସହାୟତା ପାଇଁ ତାଙ୍କ ସଂଗଠନ କାର୍ଯ୍ୟ କରିଥିଲା । ତେବେ ଏହି ଦଙ୍ଗାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କିଛି ବରିଷ୍ଠ ରାଜନେତାଙ୍କ ନାମରେ ମାମଲା ଦାଏର କରିଥିଲେ ତିସ୍ତା ଓ ତାଙ୍କ ସଙ୍ଗଠନ । ପରେ ଏହି ମାମଲାରେ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍‌ ମିଳିଥିଲା । ଏହାପରେ ପୋଲିସକୁ ତିସ୍ତାଙ୍କ ଦ୍ବାରା ପରିଚାଳିତ ସାମାଜିକ ସଂଗଠନ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.