Foreign Secretary Shringla In Bangladesh: ଦୁଇ ଦେଶର ସଚିବଙ୍କ ମଧ୍ୟରେ ହେଲା ଦ୍ବିପାକ୍ଷିକ ଆଲୋଚନା

author img

By

Published : Dec 7, 2021, 10:22 PM IST

foreign secretary Shringla in Bangladesh: ଦୁଇ ଦେଶର ସଚିବଙ୍କ ମଧ୍ୟରେ ହେଲା ଦ୍ବିପାକ୍ଷିକ ଆଲୋଚନା

ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ଦୁଇ ଦେଶ ମଧ୍ୟରେ ହେଲା ସଚିବସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା । 15 ରୁ ୩ ଦିନିଆ ବାଂଲାଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଢାକା: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି (ମଙ୍ଗଳବାର) ବାଂଲାଦେଶ ଗସ୍ତ ଅବସରରେ ବାଂଲାଦେଶର ବୈଦେଶିକ ସଚିବ ମାସୁଦ ବିନ୍ ମୋମେନଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ଏହି ଦୁଇ ଶୀର୍ଷ ଅଧିକାରୀ ବିଭିନ୍ନ ଦିଗ ଓ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଭାରତ-ବାଂଲାଦେଶ ପାରସ୍ପାରିକ କୂଟନୈତିକ ସମ୍ପର୍କର 50ବର୍ଷ ପୂର୍ତ୍ତି ପାଳନ ଅବସରରେ ଦୁଇ ଦେଶ ମଧ୍ୟରେ 'ମୈତ୍ରୀ ଦିବସ' ପାଳନ କରାଯିବାର ଗୋଟିଏ ଦିନ ପରେ ବୈଦେଶିକ ସଚିବ ଶ୍ରୀଙ୍ଗଲା ପଡୋଶୀ ବାଂଲାଦେଶକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ।

ଏହାପୂର୍ବରୁ ଆଜି ପୂର୍ବାହ୍ନରେ ଭାରତୀୟ ସଚିବ ଶ୍ରୀଙ୍ଗଲା ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । COVID-19 ମୁକାବିଲା ଦିଗରେ ଦୁଇ ଦେଶ ସହଭାଗିତା ମଧ୍ୟରେ ଜାରି ରଖିଥିବା ପଦକ୍ଷେପ ସମେତ ଅନ୍ୟ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସହଭାଗିତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ଶ୍ରୀଙ୍ଗଲା ଆସନ୍ତାକାଲି (ଡିସେମ୍ବର 8)ରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଛି । ବୈଦେଶିକ ସଚିବଙ୍କ ଏହି ଗସ୍ତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଏକ ବଡ ପଦକ୍ଷେପ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡିସେମ୍ବର 15 ରୁ 17 ପର୍ଯ୍ୟନ୍ତ ୩ ଦିନିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.