ସାମ୍ନାକୁ ଆସିଲା ଟିଭି ଅଭିନେତାଙ୍କ ବୟାନ, ଅଫତାବର ଡ୍ରଗ୍ସ ସେବନ କଥା ଜାଣିଥିଲେ ଶ୍ରଦ୍ଧା

author img

By

Published : Nov 23, 2022, 7:26 AM IST

Updated : Nov 23, 2022, 8:51 AM IST

SHRADDHA MURDER CASE: ସାମ୍ନାକୁ ଆସିଲା ଟିଭି ଅଭିନେତାଙ୍କ ବୟାନ, ଅଫତାବର ଡ୍ରଗ୍ସ ସେବନ କଥା ଜାଣିଥିଲେ ଶ୍ରଦ୍ଧା

ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସିଲା ମୁମ୍ବାଇର ଜଣେ ଟିଭି ଅଭିନେତା ନଜିର ଖାନଙ୍କ ବୟାନ । କହିଲେ ସେ ଶ୍ରଦ୍ଧାଙ୍କୁ ଜାଣନ୍ତି । ଅଫତାବର ନିଶା ସେବନ କଥା ଜାଣିଥିଲେ ଶ୍ରଦ୍ଧା । 2021ରେ ମାଗିଥିଲେ ସାହାଯ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇର ଜଣେ ଟିଭି ଅଭିନେତାଙ୍କ ବୟାନ ସାମ୍ନାକୁ ଆସିଛି । ଏହି ଟିଭି ଅଭିନେତାଙ୍କ ନାମ ନଜିର ଖାନ । ଅଭିନେତା ନଜିର ଖାନଙ୍କ କହିବା ଅନୁସାରେ ସେ ବହୁଦିନ ହେବ ଶ୍ରଦ୍ଧାଙ୍କୁ ଜାଣିଥିଲେ । ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଓ୍ବାଲକର ନିଜ ପ୍ରେମ ସମ୍ପର୍କରେ ନଜିରଙ୍କ ସହ ଆଲୋଚନା କରିଥିଲେ ଓ ପ୍ରେମିକ ଅଫତାବ ଡ୍ରଗ୍ସ ସେବନ କରୁଥିବା କଥା ମଧ୍ୟ ତାଙ୍କୁ ଜଣାଥିଲା । ଏ ସମ୍ପର୍କରେ ସେ ନଜିରଙ୍କ ସହ ଆଲୋଚନା କରିବା ସାହାଯ୍ୟ ମଧ୍ୟ ଚାହିଁଥିଲେ । ତେବେ କିଛି ଦିନ ପରେ ଅଭିନେତା ନଜିର ମୁମ୍ବାଇରୁ କାଶ୍ମୀର ଚାଲିଯାଇଥିଲେ । ଶ୍ରଦ୍ଧାଙ୍କ ସହ କଣ ହେଲା ତାହା ସେ ଜାଣିନଥିବା କହିଛନ୍ତି ।

SHRADDHA MURDER CASE: ସାମ୍ନାକୁ ଆସିଲା ଟିଭି ଅଭିନେତାଙ୍କ ବୟାନ, ଅଫତାବର ଡ୍ରଗ୍ସ ସେବନ କଥା ଜାଣିଥିଲେ ଶ୍ରଦ୍ଧା
SHRADDHA MURDER CASE: ସାମ୍ନାକୁ ଆସିଲା ଟିଭି ଅଭିନେତାଙ୍କ ବୟାନ, ଅଫତାବର ଡ୍ରଗ୍ସ ସେବନ କଥା ଜାଣିଥିଲେ ଶ୍ରଦ୍ଧା

ନଜିର କହିଛନ୍ତି ଯେ, ସେ ମୁମ୍ବାଇ ଫେରିବା ପରେ ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ନେଇ ଖବର ପାଇଥିଲେ । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଶ୍ରଦ୍ଧା ତାଙ୍କ ସହ ଏ ସମ୍ପର୍କରେ 2021ରେ ଫେବୃଆରୀ ଆଲୋଚନା କରିଥିଲେ । ନିଜ ପ୍ରେମ ସମ୍ପର୍କ ନେଇ ସେ ନଜିରଙ୍କୁ କହିବା ସହ ନର୍କର ଜୀବନ ବଞ୍ଚୁଥିବା ମଧ୍ୟ କହିଥିବା ନଜିର କହିଛନ୍ତି । ତେବେ ଅଭିଯୁକ୍ତର ନିଶା ସେବନ କଥାକୁ ମଧ୍ୟ ତଦନ୍ତ ପରିସରରେ ରଖିଛି ପୋଲିସ । ଏହି ଅଭିନେତାଙ୍କ ବୟାନ ସମ୍ପର୍କରେ ପୋଲିସ କଛି ସୂଚନା ପ୍ରକାଶ କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 23, 2022, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.